ଖୋର୍ଦ୍ଧା: କଳାକାର ଭତ୍ତାରୁ ବଞ୍ଚିତ କଳାକାର । ଖୋର୍ଦ୍ଧା ଜଟଣୀ ବ୍ଲକ କାନ୍ତିଆ ପଞ୍ଚାୟତ ରଥୀପୁର ଗ୍ରାମରେ ଥିବା କଳାକାରମାନେ ଏହି ଭତ୍ତା ପାଉନାହନ୍ତି । ଏନେଇ ହିତାଧିକାରୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।
ସମ୍ପୃକ୍ତ କଳାକାରମାନେ ଭତ୍ତାରୁ ବଞ୍ଚିତ ଥିବା ନେଇ ଅନେକ ଥର ଜିଲ୍ଲା ସଂସ୍କୃତି ବିଭାଗ ନିକଟରେ ଆବେଦନ କରିଥିଲେ । ହେଲେ ଅଦ୍ୟାବଧି ସେମାନଙ୍କୁ କଳାକାର ଭତ୍ତାରେ ସାମିଲ କରାଯାଇ ନାହିଁ । ଏଣୁ ଅଭିଯୋଗ ନେଇ ସେମାନେ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ପାଖକୁ ଯିବାପରେ ସାଂସଦ ନିଜେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ତେବେ କଳାକାରମାନେ ମଧ୍ୟ ବୁଧବାର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ