ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ତଦନ୍ତତକୁ ଜୋରଦାର କରିଛି ଇଡି (Enforcement Directorate) । ଜଣଙ୍କ ପରେ ଜଣଙ୍କୁ ଜେରା କରି ନୂଆ ନୂଆ ତଥ୍ୟ ହାସଲ ପାଇଁ ପ୍ରୟାସ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଅର୍ଚ୍ଚନା ଓ ସ୍ବାମୀ ଜଗବନ୍ଧୁଙ୍କ ସହଯୋଗୀ କୁହାଯାଉଥିବା ଖଗେଶ୍ବର ପାତ୍ରଙ୍କ ପତ୍ନୀ ସସ୍ମିତା ପାତ୍ରଙ୍କୁ ଜେରା କରିଛି ଇଡି । ଏହାପରେ ମୋ ସ୍ବାମୀ ରାମଚନ୍ଦ୍ର ଓ ତାଙ୍କୁ ଜଗବନ୍ଧୁ ଫସାଇଥିବା କଥା କହିଛନ୍ତି ଖଗେଶ୍ବରଙ୍କ ପତ୍ନୀ ।
ଦୀର୍ଘ ୬ ଘଣ୍ଟା ଧରି ଖଗେଶ୍ବର ପାତ୍ରଙ୍କ ପତ୍ନୀ ସସ୍ମିତା ପାତ୍ରଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ପରେ ବାହାରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସସ୍ମିତା । ସେ କହିଛନ୍ତି, "ମୋ ସ୍ବାମୀ ନିର୍ଦ୍ଦୋଶ, ରାମଚନ୍ଦ୍ର । ତାଙ୍କୁ ଫସାଇଛି ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ । ମୋ ଶ୍ବଶୁରଙ୍କର ଅଚଳାଚଳ ସମ୍ପତ୍ତି ରହିଛି । ମୋ ସ୍ବାମୀଙ୍କ ନାମରେ ଆସିଥିବା ସବୁ ଅଭିଯୋଗ ମିଛ ।" ତେବେ ଅର୍ଚ୍ଚନା ଓ ଜଗବନ୍ଧୁର ମିଡିଲମ୍ୟାନ ସାଜିଥିଲେ ଖଗେଶ୍ବର ପାତ୍ର । ଯାହାଙ୍କ ନାଁରେ ଖଣ୍ଡଗିରି ଥନାରେ ମଧ୍ୟ ଅଭିଯୋଗ ରହିଛି । ଇଡି ମଧ୍ୟ ଅଭିଯୋଗ ଆଧାରରେ ଖଗେଶ୍ବରଙ୍କୁ ଗିରଫ କରିଛି । ସେ ବର୍ତ୍ତମାନ ଜେଲ୍ରେ ଅଛନ୍ତି ।
ପ୍ରକାଶ ଥାଉକି, ଅର୍ଚ୍ଚନା ନାଗ, ତାଙ୍କ ସ୍ବାମୀ ଜଗବନ୍ଧୁ ଓ ସେମାନଙ୍କ ସହଯୋଗୀ କୁହାଯାଉଥିବା ଖଗେଶ୍ବର ପାତ୍ରଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । ସେଥିପାଇଁ ୩ ଜଣଙ୍କୁ ନୋଟିସ୍ କରାଯାଇଥିଲା । ଜବତ ହୋଇଥିବା ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ ତାହା ଜଣାଇବାକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲା ଇଡି । ତେବେ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) । ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଜଣକ ପରେ ଜଣକୁ ସମନ ଜାରି କରୁଛି । ଏହି କ୍ରମରେ ଆଜି ଖଗେଶ୍ବରଙ୍କ ପତ୍ନୀ ସସ୍ମିତା ପାତ୍ରଙ୍କୁ ଜେରା କରିଥିଲା ଇଡି ।
ବ୍ୟାଜାପ୍ତି ହୋଇପାରେ ଅର୍ଚ୍ଚନାଙ୍କ ସମ୍ପତ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଲୟ । ଏନେଇ ଗତକାଲି ଇଡିର ଏକ ଟିମ୍ ଆସି ଅର୍ଚ୍ଚନାଙ୍କ ଘର ମାପଚୁପ ଆରମ୍ଭ କରିଛି । ଅର୍ଥାତ୍ କେତେ ପରିମିତ ଅଞ୍ଚଳରେ ଅଛି ଅର୍ଚ୍ଚନାଙ୍କ ସତ୍ୟ ବିହାରସ୍ଥିତ ଘର ? ସେନେଇ ଇଡିର ଏକ ଟିମ୍ ଅମିନଙ୍କୁ ନେଇ ମାପଚୁପ କରିଛନ୍ତି । ଖୁବଶୀଘ୍ର ଏହି ସବୁ ଜମିର ତଥ୍ୟ ଇଡି କୋର୍ଟକୁ ଦର୍ଶାଇବା ।
ଯେଉଁଠି ଘର ଠିଆ ହୋଇଛି । ଅର୍ଚ୍ଚନାଙ୍କ ସ୍ବପ୍ନର ଆଲିଶନ ଘର ଉଦଘାଟନ କରିବାକୁ ଆସିଥିଲେ ପୁର୍ବତନ ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର । କେବଳ ସେତିକି ନୁହେଁ ଅନେକ ହେବିଓ୍ବେଟ ସେହି ଘରକୁ ଯାଆଆସ କରୁଥିଲେ । ଏପରିକି ଘର ଏମିତି ଡିଜାଇନ୍ ହୋଇଥିଲା ଯେ ଅନେକ ଓଡ଼ିଆ ସିରିଏଲ, ଓ୍ବେବ୍ ସିରିଜ ଓ ଓଡ଼ିଆ ଫିଲ୍ମ ମଧ୍ୟ ଏଠାରେ ସୁଟିଂ ହେଉଥିଲା
ଇଟିଭି ଭାରତ, ଭୁବନେଶ୍ବର