ETV Bharat / state

Archana Nag sextortion case: ଖୋଲିବ ବଡବଡିଆଙ୍କ ଗୁମର - ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ପ୍ରସଙ୍ଗ

ଖୋଲିବ ବଡବଡିଆଙ୍କ ଗୁମର । ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ(Archana Nag sextortion case)ରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ତଦନ୍ତ ଜାରୀ ରଖିଛି । କେତେକଙ୍କୁ ଇଡ଼ିର ନୋଟିସ ମିଳିଥିବା ଚର୍ଚ୍ଚା ହେଉଛି । ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶାସକ ଓ ବିରୋଧୀ । ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଅଧିକ ପଢନ୍ତୁ

Archana Nag sextortion case: ଖୋଲିବ ବଡବଡିଆଙ୍କ ଗୁମର

author img

By

Published : Nov 21, 2022, 10:10 PM IST

ଭୁବନେଶ୍ବର: ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ(Archana Nag sextortion case)ରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ତଦନ୍ତ ଜାରୀ ରଖିଛି । କେତେକଙ୍କୁ ଇଡ଼ିର ନୋଟିସ ମିଳିଥିବା ଚର୍ଚ୍ଚା ହେଉଛି । ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶାସକ ଓ ବିରୋଧୀ । ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।

Archana Nag sextortion case: ଖୋଲିବ ବଡବଡିଆଙ୍କ ଗୁମର

ଏହାବି ପଢନ୍ତୁ- Ashwini Vaishnaw Letter: ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ବହୁତ ପ୍ରଭାବଶାଳୀ ଲୋକଙ୍କର ଏଥିରେ ସମ୍ପୃକ୍ତି ରହିଛି । ଅନେକ ବଡ଼ ବଡ଼ ନେତା ଓ ଆଇଏଏସ ଏବଂ ଆଇପିଏସ ଏଥିରେ ରହିଛନ୍ତି । ଏମାନଙ୍କର ମୁଖା ଖୋଲିବାର ଆବଶ୍ୟକତା ରହିଛି । ସମସ୍ତଙ୍କ ନାମ ମୁଁ ଜାଣିଛି । କିନ୍ତୁ କହି ହେବନି । ତଦନ୍ତରେ ସବୁ କିଛି ଧରା ପଡିଯିବ । ଇଡି ତଦନ୍ତ ଭାର ନେଇଛି । ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଓଡ଼ିଶା ପୋଲିସ ତଦନ୍ତ କରିଥିଲେ, ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ଯୋଗୁଁ ତଥ୍ୟ ବାହାରି ପାରିନଥାନ୍ତା । କିଛିଙ୍କୁ ନୋଟିସ ହୋଇଛି । ଆଗକୁ ମଧ୍ୟ ହେବ । ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କର ପର୍ଦାଫାସ ହେବ ।

ଏହାବି ପଢନ୍ତୁ- ମାଡିଗଲା ମାଲଗାଡି, ଅଧା ରହିଗଲା ଯାତ୍ରା

ସେହିପରି କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଚିଟଫଣ୍ଡ ଭଳି ତଦନ୍ତ ନ ହୋଇ ଇଡି ସଠିକ ଭାବେ ତଦନ୍ତ କରୁ । ଅନେକ ବଡ଼ବଡ଼ିଆଙ୍କର ଏଥିରେ ସମ୍ପୃକ୍ତି ରହିଛି । ଏହା ରାଜ୍ୟର ସବୁଠୁ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗ । ବିଧାନସଭାରେ ଏପରି ସେକ୍ସ ସ୍କାଣ୍ଡଲର ଆଲୋଚନା ହେବାର ଆବଶ୍ୟକତା ରହିଛି ।

ଏହାବି ପଢନ୍ତୁ- Assembly Winter Session: ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ଶୀତ ଅଧିବେଶନ

ସେପଟେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ କହିଛନ୍ତି ଯେ, ଯାହାକୁ ନୋଟିସ ହେବା କଥା ହେଉ । ଯିଏ ଦୋଷ କରିଥିବ ସେ ଦଣ୍ଡ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.