ETV Bharat / state

ଆସନ୍ତାକାଲିଠାରୁ ୟୁଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

author img

By ETV Bharat Odisha Team

Published : Sep 3, 2023, 10:21 PM IST

ବ୍ୟାପକ ସିଟ୍‌ ବଳିବା ପରେ ୟୁଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ । ପ୍ରଥମ ପର୍ଯ୍ୟାୟରେ ଆବେଦନ କରିନଥିବା ଆଶାୟୀ ମାନେ ଆସନ୍ତାକାଲି ଠାରୁ ଆବେଦନ କରିପାରିବେ । ସେପ୍ଟେମ୍ବର ୪ ତାରିଖରୁ ୧୩ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିବେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

2nd phage UG admission
ୟୁଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ତିନି ନାମଲେଖା ସରିଛି । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ବ୍ୟାପକ ସିଟ୍‌ ବଳକା ପଡିବା ପରେ ୟୁଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପକ୍ରିୟା ଆରମ୍ଭ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଆବେଦନ କରିନଥିବା ଆଶାୟୀ ଆବେଦନ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସିଟ୍ ପାଇନଥିଲେ ଆବେଦନ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇ ବି ନାମ ଲେଖାଇନଥିଲେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ: ଖାଲି ପଡ଼ିଲା ଲକ୍ଷାଧିକ ସିଟ୍‌, ୟୁଜି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ସେପ୍ଟେମ୍ବର ୪ ତାରିଖରୁ ୧୩ ତାରିଖ ମଧ୍ୟରେ ଅନଲାଇନରେ ଛାତ୍ରଛାତ୍ରୀ ଆବେଦନ କରିବେ । ଏହାସହ ସେପ୍ଟେମ୍ବର ୨୩ ତାରିଖରୁ ୨୬ ତାରିଖରେ ନାମଲେଖା ହେବ । ତେବେ ସୂଚନା ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ ବା ଯୁକ୍ତ ୩ ନାମଲେଖା ଶେଷ ହୋଇଛି । ୪ର୍ଥ ରାଉଣ୍ଡ ପରେ ମଧ୍ୟ ରାଜ୍ୟରେ ୧ ଲକ୍ଷ ୧୧ ହଜାର ଆସନ ଖାଲିପଡ଼ିଛି । ରାଜ୍ୟରେ ଏତେ ସଂଖ୍ୟକ ଆସନ ବଳକା ପଡ଼ିଥିବାରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି । ମୋଟ ୧୦୪୬ ଡିଗ୍ରୀ ମହାବିଦ୍ୟାଳୟରେ ୨ ଲକ୍ଷ ୭୦ ହଜାର ୯୩୧ ଆସନ ରହିଛି । ୪ଟି ରାଉଣ୍ଡରେ ୧ ଲକ୍ଷ ୫୮ ହଜାର ୯୭୬ ଆସନରେ ନାମଲେଖା ସରିଛି । ଏବେ ବି ୧ ଲକ୍ଷ ୧୧ ହଜାର ୯୫୫ଟି ଆସନ ଖାଲିପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: Odia University Admission: 28ରୁ ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା

ଖାଲିଥିବା ଆସନରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି । ଯୁକ୍ତ ଦୁଇ ଭଳି ଯୁକ୍ତ ତିନିରେ ମଧ୍ୟ ବଳକା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା କରାଯିବ । ତେବେ ପ୍ରଥମ ପର୍ଯ୍ୟାୟର ନାମଲେଖା ଗତ ଜୁଲାଇ ୧୫ ତାରିଖରୁ ଯୁକ୍ତ ତିନି ନାମଲେଖା ଆରମ୍ଭ ହୋଇଥିଲା । ୪ଟି ରାଉଣ୍ଡର ନାମଲେଖା ଗତ ୨୮ରେ ଶେଷ ହୋଇଛି । ବର୍ତ୍ତମାନ ଖାଲିଥିବା‌ ୧ ଲକ୍ଷ ୧୧ ହଜାର ୯୫୫ଟି ଆସନ ମଧ୍ୟରୁ କଳାରେ ୪୯ ହଜାର ୨୪୨, ଫିଜିକାଲ ସାଇନ୍ସରେ ୨୬ ହଜାର ୫୨୬, ବାୟୋଲୋଜିକାଲ ସାଇନ୍ସରେ ୧୨ ହଜାର ୩୬୭, ବାଣିଜ୍ୟରେ ୧୭ ହଜାର ୭୭, ସେଲ୍ଫ ଫାଇନାନ୍ସିଂରେ ୯୮୭ ଏବଂ ସଂସ୍କୃତରେ ୫ ହଜାର ୭୫୬ ଆସନ ଖାଲି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.