ETV Bharat / state

ଯୁବ ଜାଗରଣ ସମାବେଶରେ ଯୋଗ ଦେଇ ଯୁବଗୋଷ୍ଠୀଙ୍କୁ ସାଂସଦଙ୍କ ଗୁରୁମନ୍ତ୍ର - aparajita sarangi at khorda

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ୟୁଥ ଫର ଆକ୍ସନର ଯୁବ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଛି । ୨୦୨୦ ମସିହା ଜାନୁଆରୀ ୧୨ରେ ୟୁଥ ଫର ଆକ୍ସନ ସଂଗଠନ ଆରମ୍ଭ ହୋଇଥିଲା । ଅଧିକ ପଢ଼ନ୍ତୁ...

ଯୁବ ଜାଗରଣ ସମାବେଶରେ ଯୋଗ ଦେଇ ଯୁବଗୋଷ୍ଠୀଙ୍କୁ ସାଂସଦଙ୍କ ଗୁରୁମନ୍ତ୍ର

author img

By

Published : Sep 8, 2021, 7:41 PM IST

ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ୟୁଥ ଫର ଆକ୍ସନର ଯୁବ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଛି । ୨୦୨୦ ମସିହା ଜାନୁଆରୀ ୧୨ରେ ୟୁଥ ଫର ଆକ୍ସନ ସଂଗଠନ ଆରମ୍ଭ ହୋଇଥିଲା । ଏହି ସଂଗଠନ ପକ୍ଷରୁ ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ ସମାଜ ସେବା କାର୍ଯ୍ୟ କରାଯାଉଛି । ୟୁଥ ଫର ଆକ୍ସନ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇଥିଲେ ।

ଯୁବ ଜାଗରଣ ସମାବେଶରେ ଯୋଗ ଦେଇ ଯୁବଗୋଷ୍ଠୀଙ୍କୁ ସାଂସଦଙ୍କ ଗୁରୁମନ୍ତ୍ର

ଏହି ଅବସରରେ ସାଂସଦ ଯୁବଗୋଷ୍ଠୀଙ୍କ ଭବିଷ୍ୟତକୁ ନେଇ ଆଲୋଚନା କରିଥିଲେ । ରାଜ୍ୟ କିଭଳି ଦାରିଦ୍ର୍ୟତା ଦେଇ ଗତି କରୁଛି ଏବଂ ରାଜ୍ୟରେ ୮୬ ଲକ୍ଷ ପରିବାର ମଧ୍ୟରୁ ଏବେବି ୫୮ ଲକ୍ଷ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା କଥା କହିଛନ୍ତି ସାଂସଦ । ଖାଲି ସେତିକି ନୁହେଁ ଦୁର୍ନୀତିରେ ମଧ୍ୟ ଆମ ରାଜ୍ୟର ପ୍ରତ୍ୟକ କାର୍ଯ୍ୟାଳୟ ଲିପ୍ତଥିବା ଥିବା କଥା କହିଛନ୍ତି ଭୁବନେଶ୍ବର ସାଂସଦ ।

ଏହି ସମସ୍ତ ଦୁର୍ନିତୀ ବିରୋଧରେ ବିନମ୍ର ସହ ମୁଣ୍ଡ ଟେକି ପ୍ରତିବାଦ କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ ଭୁବନେଶ୍ବର ସାଂସଦ । ବିକାଶର ଲକ୍ଷ୍ୟ ନେଇ ଯୁବଗୋଷ୍ଠୀ ଚାଲିବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ହଜାର ଲୋକେ ସାମିଲ ହୋଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.