ETV Bharat / state

ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

author img

By

Published : Nov 2, 2022, 9:31 AM IST

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜି ରାଧାପାଦ ମଧ୍ୟ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ଆଜି ପବିତ୍ର ଅଁଳା ନବମୀ
ଆଜି ପବିତ୍ର ଅଁଳା ନବମୀ

ପୁରୀ: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜି ରାଧାପାଦ ମଧ୍ୟ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । କୋରୋନା ମହାମାରୀ ପାଇଁ 2 ବର୍ଷ ପରେ ରାଧାପାଦ ଦର୍ଶନ ପାଇଁ ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ । ଏହା ଦ୍ବାରା ଅଖଣ୍ଡ ସୌଭାଗ୍ୟ ଆରୋଗ୍ୟ ଓ ସୁଖ ପ୍ରାପ୍ତି ହୁଏ ବୋଲି ପ୍ରତିଟି ଓଡିଆଙ୍କ ମନରେ ବିଶ୍ବାସ ରହିଛି । ଏହି ଦିନ ଦାନ ପୂଣ୍ୟ କଲେ ଏହି ଜନ୍ମ ସହ ଆସନ୍ତା ଜନ୍ମରେ ମଧ୍ୟ ଫଳ ମିଳିଥାଏ ।

ଦାନ ପୂଣ୍ୟ କଲେ ଏହି ଜନ୍ମ ସହ ଆସନ୍ତା ଜନ୍ମରେ ମଧ୍ୟ ଫଳ ମିଳିଥାଏ । ଅଁଳା ବିଷ୍ଣୁଙ୍କ ପ୍ରିୟ ଫଳ । ଏହି ବୃକ୍ଷରେ ସମସ୍ତେ ଦେବାଦେବୀ ବାସ କରନ୍ତି । ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କଲାବେଳେ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ । ଏହାସହ ଏହି ପବିତ୍ର ଦିନରେ ଅଁଳା ଗଛ ତଳେ ବସି ଭୋଜନ ମଧ୍ୟ କରାଯାଏ । ପ୍ରସାଦ ଭାବେ ଅଁଳା ମଧ୍ୟ ସେବନ କରାଯାଏ । ବସି ଭୋଜନ ମଧ୍ୟ କରାଯାଏ । ଅଁଳ ନବମୀ ତିଥିରେ ଅଁଳା ବୃକ୍ଷ ମୂଳେ ପୂଜା କରି ତାରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶିବଙ୍କୁ ଭୋଦ ଲଗେଇଲେ ଧର୍ମ ମାସ କାର୍ତ୍ତିକରେ ପୂଣ୍ୟ ପ୍ରାପ୍ତି ହୁଏ । ଅଁଳା ନବମୀରେ ପରିବାରର ମଙ୍ଗଳ କାମନା କରି ବୃକ୍ଷ ମୂଳେ ହଳଦୀ, ସିନ୍ଦୁର ଓ କ୍ଷୀର ଅର୍ପଣ କରିଛନ୍ତି । ଗଛରେ ନାଲି ସୂତା ଗୁଡାଇ ପୂଜା କରିଛନ୍ତି ।

ସାକ୍ଷୀଗୋପାଳ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିରରେ ପବିତ୍ର ରାଧାପାଦ ଦର୍ଶନ ମିଳିଥାଏ । ମା'ଙ୍କ ଓଡିଆଣି ବେଶ ଦେଖିବାକୁ ମିଳିଛି । ସମ୍ବଲପୁରୀ ଶାଢୀ ପରିଧାନ କରି ଖାଣ୍ଟି ଓଡିଆଣି ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀରାଧା । ଏହି ପବିତ୍ର ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । କୋରୋନା ମହାମାରୀ ଯୋଗୁଁ ରାଧାପାଦ ଦର୍ଶନରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁ ଚଳିତ ବର୍ଷ ରାଧାପାଦ ଦର୍ଶନର ସୁଯୋଗ ପାଇଛନ୍ତି । ବର୍ଷସାରା ଲୁଗାରେ ଘୋଡାଇ ହୋଇ ରହୁଥିବା ରାଧାଙ୍କର ପାଦପଦ୍ମ ଦ୍ବୟ ବର୍ଷକରେ ଥରେ ଭକ୍ତମାନେ ଦର୍ଶନ କରିଥାନ୍ତି । ସାକ୍ଷୀଗୋପାଳରେ ଅଁଳା ନବମୀରେ ଗୋଟିଏ ବଡ ଯାତ୍ରା । ବିଭିନ୍ନ ସ୍ଥାନରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.