ETV Bharat / state

ଅଙ୍ଗନବାଡି ସଂଗଠନ ଭିତରେ ଫାଟ, ଦାବି ଏକ ସ୍ୱାର୍ଥ କିନ୍ତୁ ଅଲଗା

author img

By

Published : Nov 27, 2022, 10:10 AM IST

୫ ଦିନ ଧରି ରାଜରାସ୍ତାରେ ଅଙ୍ଗନବାଡି କର୍ମୀ । ୮ ଦଫା ଦାବି ନେଇ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶହଶହ ଅଙ୍ଗନବାଡି କର୍ମୀ । ଅଧିକ ପଢ଼ନ୍ତୁ

ଅଙ୍ଗନବାଡି ସଂଗଠନ ଭିତରେ ଫାଟ, ଦାବି ଏକ ସ୍ୱାର୍ଥ କିନ୍ତୁ  ଅଲଗା
ଅଙ୍ଗନବାଡି ସଂଗଠନ ଭିତରେ ଫାଟ, ଦାବି ଏକ ସ୍ୱାର୍ଥ କିନ୍ତୁ ଅଲଗା

ଭୁବନେଶ୍ବର: ୫ ଦିନ ଧରି ରାଜରାସ୍ତାରେ ଅଙ୍ଗନବାଡି କର୍ମୀ । ୮ ଦଫା ଦାବି ନେଇ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶହଶହ ଅଙ୍ଗନବାଡି କର୍ମୀ । ଦାବି ପୂରଣ ନହେବାରୁ ରାଜରାସ୍ତାରେ ଦିନରାତି କାଟୁଛନ୍ତି ଅଙ୍ଗନବାଡି କର୍ମୀ । ଏହି ସମୟରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଧାରଣାରତ ଅଙ୍ଗନବାଡ଼ି କର୍ମୀ ଓ ଅଲ ଓଡିଶା ସହାୟିକା ସାମୁଖ୍ୟ ସଂଗଠନ ।

ଏହି ଅଙ୍ଗନବାଡି କର୍ମୀଙ୍କ ଦାବି ହେଲା ୬ ଜଣ ବହିଷ୍କୃତ ହୋଇଥିବା କର୍ମୀଙ୍କୁ ପୁନଃ ନିଯୁକ୍ତି, ସରକାରୀ ମାନ୍ୟତା ସହ ୧୮ ହଜାର ଟଙ୍କା ମାସିକ ଦରମା । ହେଲେ ଏହି ଧାରଣାଙ୍କୁ ରାଜନୈତିକ ସ୍ୱାର୍ଥ ପ୍ରଣୋଦିତ କହିଲା ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମୁଖ୍ୟ ସଂଗଠନ । କାରଣ ଏମାନଙ୍କର ଯାହା ଦାବି ରହିଛି ତାହା ସମାନ ହୋଇଥାଇପାରେ କିନ୍ତୁ ଏମାନଙ୍କର ସ୍ୱାର୍ଥ ଅଲଗା ବୋଲି ସେ କହିଛନ୍ତି ।

ଆଉ ଏନେଇ ଯୁକ୍ତି ବାଢ଼ିଛନ୍ତି ମଧ୍ୟ । ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମୁଖ୍ୟ ସଂଗଠନ କହିଛି ସରକାରୀ ମାନ୍ୟତା ଦାବି କରୁଛନ୍ତି ହେଲେ ଏହା କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟ ସରକାର କିଭଳି କରିବେ । ଆଉ ଦରମା ବୃଦ୍ଧି ମଧ୍ୟ କରିବେ କିଭଳି । ଏହାସହ ଯଦି କୌଣସି କାରଣରୁ ସେମାଙ୍କର ଚାକିରି ଯାଇଛି ସେଥିପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେବା କଥା।

ଏ କଥା ନକରି ସେମାନେ ୟୁନିଫର୍ମରେ ରହି କାହିଁକି ଆନ୍ଦୋଳନ କରୁଛନ୍ତି । ଯେଉଁମାନେ ଆନ୍ଦୋଳନର ପୁରୋଧା ସାଜିଛନ୍ତି ସେମାନେ କେବଳ ନିଦିଷ୍ଟ ଦଳ ବା କିଛି ଲୋକଙ୍କ ସ୍ୱାର୍ଥ ସାଧନା ପାଇଁ ବା ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ପ୍ରରୋଚନାରେ ଧାରଣାରେ ବସିଛନ୍ତି । ଏପରିକି ଅଙ୍ଗନବାଡି କର୍ମୀଙ୍କ ସ୍ୱାର୍ଥ ବା ହିତ ପାଇଁ ନୁହେଁ ବୋଲି ଧାରଣାରତ ଅଙ୍ଗନବାଡି କର୍ମଚାରୀଙ୍କୁ ଟାର୍ଗେଟ କରି କହିଛନ୍ତି ।

ତେଣୁ ଉପଯୁକ୍ତ ଦାବି ସହ ଉପଯୁକ୍ତ ପ୍ଲାଟଫୋରମରେ ଦାବି ଉପସ୍ଥାପନା କରନ୍ତୁ ନିର୍ବାଚନଙ୍କୁ ଆଖିରେ ରଖି ନୁହେଁ । କେନ୍ଦ୍ରସରକାର ସେମାନଙ୍କର ସ୍ୱାର୍ଥ ଦୃଷ୍ଟିରେ ରଖି ଯାହା ନିଷ୍ପତ୍ତି ନେବେ ତାହା ରାଜ୍ୟ ମାନିବ । ଏହାସହ ଆନ୍ଦୋଳନ ଧାରଣାର ପୁରୋଧା ସାଜିଥିବା କର୍ମୀମାନେ ନିରୀହ ଭଉଣୀ ମାନଙ୍କୁ ଶିଖାଇ ସେମାନଙ୍କ ଠାରୁ ପଇସା ନେଇ ଏଭଳି କରୁଥିବା ସାମ୍ବାଦିକ ସମ୍ମିଳନୀ କରି ଅଭଯୋଗ ଆଣିଛି ସଂଘ ।

ତେଣୁ ଶହଶହ ନୀରିହଙ୍କୁ ହଇରାଣ ନକରି ଉଚିତ ଦାବିସହ କେନ୍ଦ୍ର ସରକାରଙ୍କୁ ଦାବି ଜଣାନ୍ତୁ । ରାଜ୍ୟ ସରକାରଙ୍କ ଉପରେ ଚାପ ନୁହେଁ ବୋଲି କହିଛନ୍ତି ସଭାନେତ୍ରୀ ନଦିନୀ ପଣ୍ଡା । ଖାଲି ସେତିକି ନୁହେଁ ରାଜରାସ୍ତାରେ ମାଣବସାକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । ଅନ୍ୟପଟେ ଏହାକୁ ସମର୍ଥନ ଜଣାଇ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ବା କଟକ ମେୟର ସୁବାସ ସିଂ କହିଛନ୍ତି ଅଙ୍ଗନବାଡି କର୍ମୀମାନେ ସତ୍ୟ ଉପରେ ଆଧାରିତ ଦାବିକୁ ଉପସ୍ଥାପନ କରି ଆନ୍ଦୋଳନ କରାଯାଉ ରାଜନୈତିକ ଉଦ୍ଦେଶ୍ୟ ରଖି ନୁହେଁ । ମୁଁ ମଧ୍ୟ ଏମାନଙ୍କ ସ୍ୱାର୍ଥକୁ ନେଇ ଲୋକସଭାରେ ଉପସ୍ଥାପନା କରିଛି ।

ତେଣୁ ନିର୍ବାଚନ ଆସିଲେ ନୁହେଁ ଯାହା ଅଙ୍ଗନବାଡିକାରୀଙ୍କ ସ୍ୱାର୍ଥକୁ ସାଧନ କରିବା ତାହାକୁ ନେଇ ସରକାରଙ୍କୁ ଘେରାଯାଉ । ସେପଟେ ଏହି କଥାକୁ କାଉଣ୍ଟର କରିଛନ୍ତି ଧାରଣାରତ ଅଙ୍ଗନବାଡି କର୍ମୀ ବା ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ସଂଗଠନ । ସେମାନେ କହିଛନ୍ତି ଯେ , ‘‘କେନ୍ଦ୍ର ସରକାରଙ୍କ ଯୋଜନା ଯଦି ଆମକୁ ନିଯୁକ୍ତି ଦେଇଛନ୍ତି ତେବେ ରାଜ୍ୟ ସରକାର କାହିଁକି ତାଙ୍କ କାମରେ ଲଗାଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟଙ୍କର ସହଭାଗିତା ଅଛି ମାନେ ଆମେ ଉଭୟଙ୍କୁ ଆମ ଦାବି ଉପସ୍ଥାପନ କରିବୁ । ରାଜ୍ୟ ସରକାରଙ୍କ କାର୍ଯ୍ୟ କରୁଥିବାରୁ ଆମ ରାଜ୍ୟରେ ସରକାରୀ ମାନ୍ୟତା ଦାବି କରୁଛୁ । ଯାହା ଅନ୍ୟ ରାଜ୍ୟରେ ଅଛି । ଏହାସହ ଆମର କିଛି ମହିଳାଙ୍କ ବା କର୍ମୀଙ୍କ ଚାକିରି ଯାଇଛି ଆମେ ହାଇକୋର୍ଟର ଆଶ୍ରୟ ନେଇଛୁ ।’’

‘‘କିନ୍ତୁ କୌଣସି ସମ୍ବିଧାନ ଓ ମଜଦୁର ସଂଘର ଆଇନରେ ନାହିଁ କି ଜଣେ ଚାକିରିରେ ନାହିଁ ବୋଲି ଧାରଣା ବା ଆନ୍ଦୋଳନ କରିପାରିବେ ନାହିଁ। ଏହାସହ ରାଜନୈତିକ ଦଳର ଇଙ୍ଗିତରେ ଆମେ ନୁହେଁ ସେମାନେ ଯାଉଛନ୍ତି । କାରଣ ସେ ଯେଉଁ ପ୍ଲାଟଫୋରମରେ ବସି ସମାଲୋଚନା କରୁଛନ୍ତି ତାହା କେଉଁ ଦଳର ତାହା ସମସ୍ତେ ଯାଇଛନ୍ତି । ଆମେ ଭାରତୀୟ ମଜଦୁର ସଂଘ ସହ ମିଶି ଏହି ଆନ୍ଦୋଳନ ଅନବରତ ଉଭୟ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ମହିଳା ଅଙ୍ଗନବାଡି କର୍ମଚାରୀଙ୍କ ଅଧିକାର ପାଇଁ ଲଢେଇ କରୁଛୁ । ତାହା କୌଣସି ରାଜନୈତିକ ସଂଗଠନ ନୁହେଁ ଯଦି ରାଜନୈତିକ ପ୍ରଣୋଦିତ ବା ଦଳ ଇଙ୍ଗିତରେ ଚଳିଥାନ୍ତା ତେବେ ଆମେ ଖରା ବର୍ଷା ସହି ଆନ୍ଦୋଳନ କରିନଥାନ୍ତୁ ସେହି ଦଳ ପକ୍ଷରୁ ଦାବି ଜଣାଇଥାନ୍ତୁ । ତେଣୁ ଯେ କଳା ଚଷମା ପିନ୍ଧିଛନ୍ତି ତାଙ୍କୁ ଦୁନିଆ କଳା ହିଁ ଦେଖାଯିବ । ଏଭଳି ମନ୍ତବ୍ୟ ଦେଇ ନିଜେ କାର୍ଯ୍ୟ କରୁଥିବା କର୍ମକ୍ଷେତ୍ରକୁ ବଦନାମ କରନ୍ତୁ ନାହିଁ ଅଭିଯୋଗ ଉଠାଇଥିବା ସଂଗଠନଙ୍କ କହିଛନ୍ତି ଧାରଣାରତ ଅଙ୍ଗନବାଡି କର୍ମଚାରୀ । ଏହାସହ ଭଗବାନ ସର୍ବତ୍ର ବିଦ୍ୟମାନ ଆମେ ଆମ ଅଧିକାର ଲଢେଇରେ ଯେଉଁଠି ରହିଲୁ ସେଇଠି ପୂଜିଲୁ ଏଥିରେ କଣ ଅସୁବିଧା ରହିଛି’’ ବୋଲି ପଚାରିଛନ୍ତି ଧାରଣାରତ ଅଙ୍ଗନବାଡି କର୍ମଚାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.