ETV Bharat / state

ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡି କର୍ମୀ ଓ ସହାୟିକା - anganwadi karmi protest in khurda

ସୋମବାର 14ଦଫା ଦାବି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Nov 4, 2019, 5:37 PM IST

ଖୋର୍ଦ୍ଧା: ସୋମବାର 14ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା । ଏପରିକି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ ଚାକିରୀର ମାନ୍ୟତା ସହ କର୍ମୀଙ୍କୁ ମାସିକ 18000 ଓ ସହାୟିକାଙ୍କୁ 9000 ଟଙ୍କା ପ୍ରଦାନ କରିବା, ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ତାଲିକାର ମୂଲ୍ୟ ବୃଦ୍ଧି, ଗାଁ କଲ୍ୟାଣ ସମିତି କାର୍ଯ୍ୟରୁ କର୍ମୀଙ୍କୁ ବାଦ ଦେବା ସହ 1ମାସ ଗ୍ରୀଷ୍ମ ଛୁଟି ପ୍ରଦାନ କରିବ, ଗ୍ରାଚୁଇଟି ଏବଂ ଅବସର କାଳୀନ ଭତ୍ତା ପ୍ରଦାନ, ବରିଷ୍ଠତା ଭିତରେ ବେତନ, ଦୁର୍ଘଟଣା ଜନିତ ସହାୟତା, ଅଙ୍ଗନବାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଇବା ଆଦି 14ଦଫା ଦାବି ନେଇ ସୋମବାର ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ଖୋର୍ଦ୍ଧା ନୂଆଁ ବସଷ୍ଟାଣ୍ଡରୁ ଏକ ବିଶାଳ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:14ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନବାଡି କର୍ମୀ ଓ ସହାୟିକା

Body:ଖୋର୍ଦ୍ଧା : ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ସହ ମାସିକ କର୍ମୀଙ୍କୁ 18000 ଓ ସହାୟିକା ମାନଙ୍କୁ 9000 ପ୍ରଦାନ, ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ତାଲିକାର ମୂଲ୍ୟ ବୁର୍ଦ୍ଧି, ଗାଁ କଲ୍ୟାଣ ସମିତି କାର୍ଯ୍ୟରୁ କର୍ମୀଙ୍କୁ ବାଦ ଦବା ସହ 1ମାସ ଗ୍ରୀଷ୍ମ ଛୁଟି, ଗ୍ରାଚୁଇଟି, ଅବସର କାଳୀନ ଭତା, ବରିଷ୍ଠତା ଭିତରେ ବେତନ , ଦୁର୍ଘଟଣା ଜନିତ ସହାୟତା, ଅଙ୍ଗନବାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗେଇବା ଆଦି ପ୍ରମୁଖ 14ଦଫା ଦାବି ନେଇ ଆଜି ହଜାର ହଜାର ସଂଖ୍ୟାରେ କର୍ମୀ ଓ ସହାୟିକା ଖୋର୍ଦ୍ଧା ନୂଆଁ ବସ ଷ୍ଟାଣ୍ଡରୁ ଏକ ବିଶାଳ ରାଲିରେ ଆସି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରି ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଉଦେଶ୍ୟରେ ଦାବିପତ୍ର ଦେଇଛନ୍ତି ।

Conclusion:ବାଇଟ 1-ପ୍ରଭାତୀ ମଙ୍ଗରାଜ ,ସଭାନେତ୍ରୀ
2-ଶିବାନୀ ବିଶୋଇ,ସମ୍ପାଦିକା ଭୁବନେଶ୍ୱର

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.