ETV Bharat / state

Ambabhona PS Vandalism Case: ଦୀର୍ଘ ଦିନ ଶାସନ ଯୋଗୁଁ ବିଜେଡିର ଆତ୍ମଗର୍ବ ବଢିଗଲାଣି: PCC ସଭାପତି

author img

By ETV Bharat Odisha Team

Published : Nov 7, 2023, 8:36 PM IST

ଶରତ କହିଛନ୍ତି, ‘‘ବିଜେଡି ସରକାରରେ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ବହୁତ ବଢି ଯାଇଛି । ଏହାକୁ ବରଦାସ୍ତ କରାଯିବ ନାହିଁ । ରକ୍ଷକ ଭକ୍ଷକ ହେଲେ ରାଜ୍ୟ କେଉଁ ଅବସ୍ଥାକୁ ଯି ବ? ଗୃହ ବିଭାଗର ମୁଖିଆ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କଣ ଦେଖୁଛନ୍ତି ଓ ଜାଣୁଛନ୍ତି ? ଓଡ଼ିଶା ଲୋକ ବୁଝିପାରୁ ନାହାନ୍ତି ?" ଅଧିକ ପଢନ୍ତୁ

ଦୀର୍ଘ ଦିନ ଶାସନ ଯୋଗୁଁ ବିଜେଡିର ଆତ୍ମଗର୍ବ ବଢିଗଲାଣି: PCC ସଭାପତି
ଦୀର୍ଘ ଦିନ ଶାସନ ଯୋଗୁଁ ବିଜେଡିର ଆତ୍ମଗର୍ବ ବଢିଗଲାଣି: PCC ସଭାପତି
Ambabhona PS Vandalism Case: ଦୀର୍ଘ ଦିନ ଶାସନ ଯୋଗୁଁ ବିଜେଡିର ଆତ୍ମଗର୍ବ ବଢିଗଲାଣି: PCC ସଭାପତି

ଭୁବନେଶ୍ବର: ବିଜେଡି ସରକାରରେ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ବହୁତ ବଢି ଯାଇଛି । ଏହାକୁ ବରଦାସ୍ତ କରାଯିବ ନାହିଁ । ରକ୍ଷକ ଭକ୍ଷକ ହେଲେ ରାଜ୍ୟ କେଉଁ ଅବସ୍ଥାକୁ ଯିବ? ଗୃହ ବିଭାଗର ମୁଖିଆ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କଣ ଦେଖୁଛନ୍ତି ଓ ଜାଣୁଛନ୍ତି? ଓଡ଼ିଶା ଲୋକ ବୁଝିପାରୁ ନାହାନ୍ତି? ଯଦି ଏଭଳି ଭାବେ ନିଜେ କ୍ଷମତାରେ ଥାଇ ନିଜ ଅନୁଷ୍ଠାନ ବା ଥାନାକୁ ଭଙ୍ଗାରୁଜା କରିବେ ଆଉ ପୋଲିସ ନୀରବ ଦ୍ରଷ୍ଟା ଭାବେ ଚୁପ ବସିବା କେତେ ଠିକ? ଓଡ଼ିଶାବାସୀ କେମିତି ସରକାରଙ୍କ ଉପରେ ଆସ୍ଥା ଓ ବିଶ୍ବାସ ପ୍ରକଟ କରିବେ । ବରଗଡ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଶରତ କହିଛନ୍ତି, ‘‘ବିଜେଡି ସରକାରରେ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ବହୁତ ବଢି ଯାଇଛି । ଏହାକୁ ବରଦାସ୍ତ କରାଯିବ ନାହିଁ । ରକ୍ଷକ ଭକ୍ଷକ ହେଲେ ରାଜ୍ୟ କେଉଁ ଅବସ୍ଥାକୁ ଯିବ? ଗୃହ ବିଭାଗର ମୁଖିଆ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କଣ ଦେଖୁଛନ୍ତି ଓ ଜାଣୁଛନ୍ତି? ଓଡ଼ିଶା ଲୋକ ବୁଝିପାରୁ ନାହାନ୍ତି? ଯଦି ଏଭଳି ଭାବେ ନିଜେ କ୍ଷମତାରେ ଥାଇ ନିଜ ଅନୁଷ୍ଠାନ ବା ଥାନାକୁ ଭଙ୍ଗାରୁଜା କରିବେ ଆଉ ପୋଲିସ ନୀରବ ଦ୍ରଷ୍ଟା ଭାବେ ଚୁପ ବସିବା କେତେ ଠିକ? ଓଡ଼ିଶାବାସୀ କେମିତି ସରକାରଙ୍କ ଉପରେ ଆସ୍ଥା ଓ ବିଶ୍ବାସ ପ୍ରକଟ କରିବେ ।’’

ଅଧିକ ପଢନ୍ତୁ- Ambabhona PS Vandalism Case: ପୋଲିସ DGଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ମଣ୍ଡଳୀ

ଶରତ ପଟ୍ଟନାୟକ କହିଛନ୍ତି ଯେ ପିସିସି ଟିଭି ଫୁଟେଜ ଥିବା ସତ୍ତ୍ବେ ନିଜ ଦଳର ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନବୀନ ସରକାରର ଦମ ନାହିଁ । ଜାଣିଶୁଣି ଅନ୍ୟାୟ ଓ ଅତ୍ୟାଚାରକୁ ସୁରକ୍ଷା ଦେଉଛି ବିଜେଡ଼ି ସରକାର । ଯେକୌଣସି ବ୍ୟକ୍ତି ସଂପୃକ୍ତ ଥିଲେ ବି ଦଣ୍ଡ ପାଇବା ଦରକାର । ସିସିଟିଭି ଫୁଟେଜରେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର । ଯେତେ ବଡ ବ୍ୟକ୍ତି ହୋଇଥିଲେ ବି ତାଙ୍କ ଉପରେ ସରକାର ଆକ୍ସନ ନେବା ଦରକାର । ବିଜେଡ଼ି ସରକାରର ଦୀର୍ଘ ଦିନ ଶାସନ ଯୋଗୁଁ ରାଜ୍ୟରେ ଅରାଜକତା ବଢୁଛି । ବିଜେଡ଼ିର ଆତ୍ମଗର୍ବ ବଢ଼ିଗଲାଣି । ଲୋକ ଭୋଟ ଦେଉଛନ୍ତି ମାନେ ଆମେ ଯାହା ଇଚ୍ଛା ସେୟା କରିବୁ ନ୍ୟାୟରେ ଚାଲିଛି ବିଜେଡ଼ି ସରକାର ।

ସୂଚନାଯୋଗ୍ୟ ଯେ ଗତକାଲି ବରଗଡ ଅମ୍ବାଭୋନା ଥାନାରେ ପଶି ଭଙ୍ଗାରୁଜା କରିଥିଲେ ଶତାଧିକ ଲୋକ। ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ପୋଲିସ ପକ୍ଷରୁ 100 ରୁ ଉର୍ଧ୍ବ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । 6ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ତେବେ ପୁରା ଭଙ୍ଗାରୁଜା ଘଟଣାରେ ଏବେ ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । କାରଣ ଘଟଣା ସ୍ଥଳରେ ସୁଶାନ୍ତଙ୍କ ଉପସ୍ଥିତିକୁ ନେଇ ଏବେ ବହୁ ପ୍ରଶ୍ନ ଉଠିବାରେ ଲାଗିଛି । ବିରୋଧୀ ବିଜେପି ସୁଶାନ୍ତଙ୍କ ଗିରଫ ଦାବି କରିଥିବା ବେଳେ ଏନେଇ ଆଜି ଡିଜିପିଙ୍କୁ ସାକ୍ଷାତ କରି ଦାବି କରିଛି । କଂଗ୍ରେସ ମଧ୍ୟ ବରଗଡ ଏସପିଙ୍କୁ ସାକ୍ଷାତ କରି ସୁଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.