ETV Bharat / state

ମାନସ ଦାସଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ, ସାମ୍ନାକୁ ଆସିଲା ୨୦୧୪ ଘଟଣା - ଖୋର୍ଦ୍ଧା ଖବର

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଅଭିଯୋଗର ଫର୍ଦ୍ଦ ବଢିବାରେ ଲାଗିଛି । ପଦାକୁ ଆସୁଛି ତାଲିବାନୀ ଶାସନର ଗୋଟିଏ ପରେ ଗୋଟିଏ ଘଟଣା । ଅଧିକ ପଢନ୍ତୁ...

ମାନସ ଦାସଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ; ସାମ୍ନାକୁ ଆସିଲା ୨୦୧୪ର ଘଟଣା

author img

By

Published : Aug 30, 2021, 1:01 PM IST

Updated : Sep 1, 2021, 8:17 PM IST

ଖୋର୍ଦ୍ଧା: ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଅଭିଯୋଗର ଫର୍ଦ୍ଦ ବଢିବାରେ ଲାଗିଛି । ପଦାକୁ ଆସୁଛି ତାଲିବାନୀ ଶାସନର ଗୋଟିଏ ପରେ ଗୋଟିଏ ଘଟଣା । ମାନବବାଦ ସଂଗଠନରେ ସାମିଲ ନହେବାରୁ ଗାଁରୁ ବାସନ୍ଦ ହେବା ସହ ତଡା ଖାଇଛନ୍ତି କିଛି ପରିବାର । ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାଳତୋଳା ଗାଁରୁ । ଗାଁରୁ ତଡା ଖାଇ ବାହାରେ ରହୁଛନ୍ତି ରମେଶ ନାୟକ,ସାଧୁ ନାୟକ,ଡମ୍ବରୁ ପ୍ରଧାନ,ଯୋଗୀ ପ୍ରଧାନ,ସର୍ବେଶ୍ୱର ପ୍ରଧାନ ଏବଂ ଭୀମ ପ୍ରଧାନଙ୍କ ପରିବାର ।

ମାନସ ଦାସଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ; ସାମ୍ନାକୁ ଆସିଲା ୨୦୧୪ର ଘଟଣା

ସୂଚନା ଅନୁସାରେ, ୨୦୧୪ ମସିହାରେ ଏକ କାଜୁ ଜଙ୍ଗଲରୁ ଲିଜରେ ନେଇଥିଲେ ଏହି ୬ ପରିବାର । କିନ୍ତୁ ଜୋରଜବରଦସ୍ତ ମାନବବାଦ ସଂଗଠନର କିଛି ସଦସ୍ୟ ଜଙ୍ଗଲରେ କାଜୁ ସଂଗ୍ରହ କରିବା ସହ ସେମାନଙ୍କ ଉପରେ ଅତ୍ୟାଚାର କରିଥିଲେ । ଏପରିକି ଲିଜଧାରୀଙ୍କୁ ଗାଁରେ ମଧ୍ୟ ପଶିବାକୁ ଦେଇନଥିଲେ । କେବଳ ସେତିକି ନୁହେଁ ଏହି ୬ ପରିବାରର ଘର ମଧ୍ୟ ଭାଙ୍ଗି ଦେଇଥିଲେ ମାନବବାଦ ସଂଗଠନ ସଦସ୍ୟ ।

ଫଳରେ ସେମାନେ କାଜୁ ଜଙ୍ଗଲର ନିକଟରେ ଆଶ୍ରୟ ନେଇଛନ୍ତି । ସଂଗଠନର ତାଲିବାନୀ ଶାସନ ଭୟରେ ଗାଁ ମାଟି ମଧ୍ଯ ମାଡୁ ନାହାଁନ୍ତି । ଘଟଣା ସମ୍ପର୍କରେ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ବି ସେତେବେଳେ ଚୁପ ରହିଥିଲା । ସେପଟେ ଏହି ସଂଗଠନ ର ନିୟମ ମଧ୍ୟ ବଡ ଅଜବ । ମହିଳା ମାନେ କାଚ ସିନ୍ଦୁର ଲଗାଇବେନି । ଠାକୁରଙ୍କୁ ମାନିବେନି କି ବିବାହ କରିବେନି, କେହି ପରିଜନ ମୃତ୍ୟୁବରଣ କଲେ ଆତ୍ମୀୟ ସ୍ବଜନ ଶୁଦ୍ଧି ବି ହେବେନି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Sep 1, 2021, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.