ETV Bharat / state

ଲୋକଙ୍କ ସମସ୍ୟା ସମାଧାନ ବଦଳରେ ନିଜ ଛବି ସୁଧାରିବାରେ ବ୍ୟସ୍ତ ଅପରାଜିତା: ବିଜେଡି - ବିଜେଡି ପ୍ରେସମିଟ

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଗତ ଚାରି ବର୍ଷ ମଧ୍ୟରେ ସାଂସଦ ଭାବରେ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି । ଭୁବନେଶ୍ବର ସାଂସଦଙ୍କ ଅପାରଗତାର ଗୋଟିକ ପରେ ଗୋଟିଏ ଉଦାହରଣ ଦେଇ ସେ କହିଛନ୍ତି । ଅଧିକ ପଢନ୍ତୁ

ଲୋକଙ୍କ ସମସ୍ୟା ସମାଧାନ ବଦଳରେ ନିଜ ଛବି ସୁଧାରିବାରେ ବ୍ୟସ୍ତ ଅପରାଜିତା : ବିଜେଡି

author img

By

Published : Jun 27, 2023, 9:50 PM IST

ଲୋକଙ୍କ ସମସ୍ୟା ସମାଧାନ ବଦଳରେ ନିଜ ଛବି ସୁଧାରିବାରେ ବ୍ୟସ୍ତ ଅପରାଜିତା : ବିଜେଡି

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀର ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି ସାଂସଦ । ଲୋକଙ୍କ ସମସ୍ୟା ସମାଧାନ ବଦଳରେ ନିଜ ଛବି ସୁଧାରିବାରେ ବ୍ୟସ୍ତ ଅପରାଜିତା ଷଡଙ୍ଗୀ । ଚାରିବର୍ଷରେ ରାସ୍ତା ସମସ୍ୟାର ବି ସମାଧାନ କରିପାରି ନାହାନ୍ତି ସେ । ଜଗନ୍ନାଥଙ୍କ ଠାରୁ ଲିଙ୍ଗରାଜଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କାମ ଅଟକାଉଛନ୍ତି । ଲୋକେ ଏବେ ସାଂସଦଙ୍କ ଅସଲ ଚେହରା ଦେଖୁଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ବର ସାଂସଦଙ୍କୁ ଟାର୍ଗେଟ କରିଛି ବିଜେଡି । ଏହା ସହ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ 6 ଟି ପ୍ରଶ୍ନ କରିଛି ବିଜେଡି ।

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଗତ ଚାରି ବର୍ଷ ମଧ୍ୟରେ ସାଂସଦ ଭାବରେ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି । ଭୁବନେଶ୍ବର ସାଂସଦଙ୍କ ଅପାରଗତାର ଗୋଟିକ ପରେ ଗୋଟିଏ ଉଦାହରଣ ଦେଇ ସେ କହିଛନ୍ତି । ବର୍ଷା ହେଲେ, ଭୁବନେଶ୍ବରର ଇସ୍କନ ମନ୍ଦିର ନିକଟରେ ଥିବା ଜାତୀୟ ରାଜପଥରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୁଏ । ସାଧାରଣ ଲୋକ, ଅଫିସ ଯାଉଥିବା ଲୋକ, ରୋଗୀ, କଲେଜ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯାତାୟାତ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଗତ ୪ ବର୍ଷ ଧରି ଏହି ଅଞ୍ଚଳର ସାଂସଦ ହୋଇଥିଲେ ମଧ୍ୟ ଏହି ସମସ୍ୟା ଦୂର କରିବା ପାଇଁ ସେ କ'ଣ କରିଛନ୍ତି ? କିଛି ନୁହେଁ ।

ଭୁବନେଶ୍ବରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଜାତୀୟ ରାଜପଥ କାର୍ଯ୍ୟ ଗତ ଚାରି ବର୍ଷ ଧରି ଚାଲିଥିବାବେଳେ ଏହାର ସରିବାର କୌଣସି ଚିହ୍ନବର୍ଣ୍ଣ ନାହିଁ । ଏମ୍ସକୁ ସଂଯୋଗ କରୁଥିବା ରାସ୍ତା, ପାତ୍ରପଡା, ଯାଆଁଳା ଏବଂ ଭୁବନେଶ୍ବର-ଖୋର୍ଦ୍ଧା ଜାତୀୟ ରାଜପଥର ଅନେକ ସ୍ଥାନରେ ଓଭିରବ୍ରିଜ ନିର୍ମାଣ କାର୍ଯ୍ୟ ଅବ୍ୟବସ୍ଥା ମଧ୍ୟରେ ରହିଛି । ଜାତୀୟ ରାଜପଥ କାର୍ଯ୍ୟର ଅତ୍ୟଧିକ ମନ୍ଥର ଗତିରେ ଚାଲିବା ହେତୁ ଏହି ଦୁଇଟି ସହର ମଧ୍ୟରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହୁଛନ୍ତି । ସାଂସଦ ଭାବରେ ଗତ ଚାରି ବର୍ଷ ମଧ୍ୟରେ ସେ ଏହି ସମସ୍ୟାର ସମାଧାନ ପାଇଁ କ'ଣ କରିଛନ୍ତି ? କିଛି ନୁହେଁ ।

ଏନଏଚଏଆଇ ଦ୍ବାରା କରାଯିବାକୁ ଥିବା ଭୁବନେଶ୍ବର କ୍ୟାପିଟାଲ ରିଜିଅନ ଆଉଟର ରିଙ୍ଗ ରୋଡ କେବଳ ଫାଇଲରେ ସୀମିତ ଅଛି । ଏହି କାର୍ଯ୍ୟ ପାଇଁ ଗୋଟିଏ ବି ଇଟା ରଖାଯାଇ ନାହିଁ । ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ କ'ଣ କରିଛନ୍ତି ? କେବଳ ପ୍ରତିଶ୍ରୁତି ଦେବା ଛଡା ଆଉ କିଛି ନୁହେଁ । ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ଟେଲିକମ ସଂଯୋଗ ବହୁ ସ୍ଥାନରେ ଅତ୍ୟନ୍ତ ଦୁର୍ବଳ । ଗତ ଚାରି ବର୍ଷରେ ଏହାର ଉନ୍ନତି ପାଇଁ ସେ କିଛି କରିନାହାନ୍ତି । ବ୍ୟାକିଙ୍ଗ ସେବା ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଅତ୍ୟନ୍ତ ଦୁର୍ବଳ । ଗତ ଚାରି ବର୍ଷରେ ଏହାର ଉନ୍ନତି ପାଇଁ ସେ କ'ଣ କରିଛନ୍ତି ? କିଛି ନୁହେଁ ।

ଶ୍ରୀମନ୍ଦିର ଐତିହ୍ୟ କରିଡର କାମ ବନ୍ଦ ହେବା ପାଇଁ ସାଂସଦ କିଛି ଲୋକଙ୍କ ସହ ଷଡଯନ୍ତ୍ର ରଚିଥିଲେ । ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ । ବଡ ଧରଣର ଗଣ୍ଡଗୋଳ କରିଥିଲେ । ଯାହା ଫଳରେ ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ ହୋଇଯାଇଥାନ୍ତା । ତଥାପି ସେ ବିଫଳ ହୋଇଥିଲେ । ସୁପ୍ରିମକୋର୍ଟ କେବଳ ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ଏବଂ ପରିକ୍ରମା ପ୍ରକଳ୍ପକୁ ଅନୁମତି ଦେଇ ନାହାଁନ୍ତି ବରଂ ଅପରାଜିତାଙ୍କ ଇଙ୍ଗିତରେ ପିଆଇଏଲ ଦାଖଲ କରିଥିବା ବ୍ୟକ୍ତିଙ୍କ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି । ଭଗବାନ ଜଗନ୍ନାଥ ଏବଂ ଶ୍ରୀମନ୍ଦିର କାର୍ଯ୍ୟ ବନ୍ଦ କରିବାକୁ ଷଡଯନ୍ତ୍ର କରିଥିଲେ ମଧ୍ୟ ଏଥିପାଇଁ ସେ ଓଡିଶାବାସୀଙ୍କୁ କ୍ଷମା ମାଗିବା ପାଇଁ ତାଙ୍କର ସାମାନ୍ୟତମ ସୌଜନ୍ୟତା ଦେଖାଇ ନାହାଁନ୍ତି ।

ଅନୁରୂପ ଭାବରେ ସେ ବିଭିନ୍ନ ସ୍ତରର ଲୋକଙ୍କ ସହ ଷଡଯନ୍ତ୍ର କରି ଏକାମ୍ର କ୍ଷେତ୍ର ଐତିହ୍ୟ ବିକାଶ ପ୍ରକଳ୍ପ କାର୍ଯ୍ୟକୁ ରୋକିବା ପାଇଁ ନିଜ ସ୍ତରରେ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ଏକାମ୍ର କ୍ଷେତ୍ରର କାର୍ଯ୍ୟ ଏବଂ ପ୍ରଭୁ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ସେ ମଧ୍ୟ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଦିଲ୍ଲୀରେ ମଞ୍ଜୁର ନକରିବାକୁ ଷଡଯନ୍ତ୍ର କରିଛନ୍ତି । ଏହି ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଯାହା ଲିଙ୍ଗରାଜ ମନ୍ଦିରର ସେବାୟତମାନଙ୍କୁ ସେମାନଙ୍କ ରୀତିନୀତି ଏବଂ ଜୀବିକା ନିର୍ବାହ ପାଇଁ ସଶକ୍ତିକରଣ କରିବ । ତାହା ଦିଲ୍ଲୀରେ ଅପରାଜିତା ଷଡଙ୍ଗୀଙ୍କ ପାଇଁ ଆଗକୁ ବଢିପାରୁ ନାହିଁ । ଅପରାଜିତା କେବଳ ନିଜର ପ୍ରଶଂସା ଚାହାଁନ୍ତି । ତେଣୁ ଏକାମ୍ର କ୍ଷେତ୍ରର ଏବଂ ଲିଙ୍ଗରାଜ ମନ୍ଦିର କାର୍ଯ୍ୟକୁ ବନ୍ଦ କରିବା ପାଇଁ ସେ ବହୁତ ତଳକୁ ଖସିଯାଇଛନ୍ତି । ଠିକ ଯେପରି ସେ ଶ୍ରୀମନ୍ଦିର ଐତିହ୍ୟ କରିଡର କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ବିଫଳ ହୋଇଥିଲେ ।

ଗତ ଚାରି ବର୍ଷ ଧରି ଲୋକଙ୍କ ପାଇଁ କାମ କରିବା ବଦଳରେ ଅପରାଜିତା କେବଳ ଆତ୍ମପ୍ରଚାରରେ ସମୟ କାଟିଛନ୍ତି । ସେ ଗତ ଚାରି ବର୍ଷ ଧରି ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ କାମ କରିବା ଅପେକ୍ଷା ତାଙ୍କ ଲୋକପ୍ରିୟତା ବଢ଼ାଇବା ପାଇଁ ଗଣମାଧ୍ୟମ ପାଇଁ ଆବଶ୍ୟକ ଛବି ସୃଷ୍ଟି କରିଛନ୍ତି । ଏଥିପାଇଁ ଠିକ ସମୟରେ ଲୋକମାନେ ତାଙ୍କୁ ଏହାର ଉପଯୁକ୍ତ ଉତ୍ତର ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.