ETV Bharat / state

ପୁଣି ଆରମ୍ଭ ହେବ ଏକାଡେମିକ୍ ଅଡିଟ, ଶିକ୍ଷାନୁଷ୍ଠାନର ଦୁର୍ବଳତା ଜାଣିବା ମୂଳ ଉଦ୍ଦେଶ୍ୟ - ଶିକ୍ଷାନୁଷ୍ଠାନରେ ଏକାଡେମିକ୍ ଅଡିଟ

ପୁଣି ଆରମ୍ଭ ହେବ ଏକାଡେମିକ୍ ଅଡିଟ । ଶିକ୍ଷାନୁଷ୍ଠାନର ମାନ, ସାମର୍ଥ୍ୟ ଏବଂ ଦୁର୍ବଳତା ଜାଣିବା ମୂଳ ଉଦ୍ଦେଶ୍ୟ ।

Academic performance audit will be start

author img

By

Published : Jul 24, 2023, 9:45 AM IST

ଭୁବନେଶ୍ବର: ବର୍ଷେ ବନ୍ଦ ରହିବା ପରେ ପୁଣି ଥରେ ଆରମ୍ଭ ହେବ ଏକାଡେମିକ ପରଫରମାନ୍ସ ଅଡିଟ । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏବେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକର ଅଡିଟ ଆରମ୍ଭ କରିବାକୁ ଯାଉଛି । ରାଜ୍ୟର ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ସମେତ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଏକାଡେମିକ୍ ପରଫରମାନ୍ସ ଆରମ୍ଭ ହେବ । ତେବେ ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକର ମାନ ଚିହ୍ନଟ କରିବା ସମେତ ସାମର୍ଥ୍ୟ ଏବଂ ଦୁର୍ବଳତା ସମ୍ପର୍କରେ ଜାଣିବା ଆଦି ଏହି ଅଡିଟର ମୂଳ ଉଦ୍ଦେଶ୍ୟ । ଅଡିଟ ପରେ ସରକାର ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଇପାରିବେ ।

ଏହା ମଧ୍ୟ ପଢନ୍ତୁ-ଇନଷ୍ଟିଚ୍ୟୁଟ ଅଫ ହେଲଥ ସାଇନ୍ସକୁ ମିଳିଲା ସ୍ବୟଂଶାସିତ ମହାବିଦ୍ୟାଳୟ ମାନ୍ୟତା

ଏହା ଦ୍ବାରା ମଧ୍ୟ ଶିକ୍ଷାର ଗୁଣବତ୍ତା ମଧ୍ୟ ଯାଞ୍ଚ ହୋଇପ‌ାରିବ । ଏହାର ଏକ ୱେବ୍‌ସାଇଟ ପ୍ରସ୍ତୁତ ହେବା ପରେ ଏକାଡେମିକ ଅଡିଟ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଅଡିଟ୍ ଆରମ୍ଭ ହେବା ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ସମସ୍ତ ସ୍ବୟଂଶାସିତ ମହାବିଦ୍ୟାଳୟର ଅଡିଟ କରାଯିବା ସହ ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ ଏବଂ ଅନ୍ୟ ଡିଗ୍ରୀ କଲେଜ ଗୁଡ଼ିକର ମଧ୍ୟ ଅଡିଟ୍ କରାଯିବ । ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଭିତ୍ତିଭୂମି ଏବଂ ଏକାଡେମିକ୍ କାର୍ଯ୍ୟକଳାପ ଆଦି ବିଭିନ୍ନ ଦିଗ ଉପରେ ଅଡିଟ୍‌ରେ ଦୃଷ୍ଟି ଦିଆଯିବ ।

ଏହା ମଧ୍ୟ ପଢନ୍ତୁ-କଲେଜର ଗୁମର ଖୋଲିଲା LFA ରିପୋର୍ଟ, କର୍ମଚାରୀଙ୍କ ଉପରେ ବକେୟା ସାଢ଼େ ୩ କୋଟିରୁ ଅଧିକା

ସୂଚନା ଅନୁସାରେ, ୨୦୨୧ ମସିହାରେ ରାଜ୍ୟରେ ଥିବା କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକର ଏକାଡେମିକ୍ ଅଡିଟ୍ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । କିଛି ଶିକ୍ଷାନୁଷ୍ଠାନର ଅଡିଟ୍ ହେବା ପରେ ଏହି ପ୍ରକ୍ରିୟା ଗତବର୍ଷ ବନ୍ଦ ହୋଇଯାଇଥିଲା । ପ୍ରାରମ୍ଭିକ ଭାବେ ୧୨ ବିଶ୍ବବିଦ୍ୟାଳୟ ଏବଂ ୩୨ ସ୍ବୟଂଶାସିତ ମହାବିଦ୍ୟାଳୟର ଅଡିଟ୍ ପାଇଁ ଯୋଜନା ହୋଇଥିଲା । ୨୦୨୨ ମାର୍ଚ୍ଚ ୧୫ ସୁଦ୍ଧା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା ପ୍ରାଣନାଥ କଲେଜର ଏକାଡେମିକ୍ ଅଡିଟ୍ ସମ୍ପନ୍ନ ହୋଇଥିଲା । ପରେ ଫକିର ମୋହନ ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଶୈଳବାଳା ମହିଳା ମହାବିଦ୍ୟାଳୟ ଏବଂ ଉଦୟନାଥ କଲେଜ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଅଡିଟ୍ ହୋଇଥିଲା । ଆଗକୁ ଅନ୍ୟ ମହାବିଦ୍ୟାଳୟ ଗୁଡିକର ପରଫରମାନ୍ସ ଅଡିଟ କରାଯିବ । ମହାବିଦ୍ୟାଳୟ ଗୁଡ଼ିକର ସମସ୍ୟା ଜାଣିବା ପରେ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.