ETV Bharat / state

ନ୍ୟାୟ ପାଇଁ ଡିଜିପି କ୍ୟାମ୍ପ ଅଫିସରେ ଧାରଣା: ଘୋଷାଡି ନେଲା ପୋଲିସ, ଚେତା ହରାଇଲେ ମହିଳା

author img

By ETV Bharat Odisha Team

Published : Aug 23, 2023, 8:45 AM IST

Updated : Aug 23, 2023, 4:35 PM IST

ନ୍ୟାୟ ପାଇବା ଆଶାରେ ଡିଜିପି କ୍ୟାମ୍ପ ଅଫିସରେ ଧାରଣା ଦେବାକୁ ଆସିବା ବେଳେ ଡିଜି କ୍ୟାମ୍ପ ଆଫିସ ସାମ୍ନାରେ ହଙ୍ଗାମା। ଅଧିକ ପଢନ୍ତୁ

ନ୍ୟାୟ  ଆଶାରେ ଡିଜିପି କ୍ୟାମ୍ପ ଅଫିସରେ ଧାରଣା
ନ୍ୟାୟ ଆଶାରେ ଡିଜିପି କ୍ୟାମ୍ପ ଅଫିସରେ ଧାରଣା
ନ୍ୟାୟ ଆଶାରେ ଡିଜିପି କ୍ୟାମ୍ପ ଅଫିସରେ ଧାରଣା

ଭୁବନେଶ୍ବର: ନ୍ୟାୟ ପାଇବା ଆଶାରେ ଡିଜିପି କ୍ୟାମ୍ପ ଅଫିସରେ ଧାରଣା ଦେବାକୁ ଆସିବା ବେଳେ ଡିଜି କ୍ୟାମ୍ପ ଅଫିସ ସାମ୍ନାରେ ହଙ୍ଗାମା । ଡିଜିପିଙ୍କୁ ଦେଖା କରିବାକୁ ଯିବାକୁ ନଦେଇ ଗେଟ୍ ବନ୍ଦ କରିଦେବାରୁ ତଳେ ବସିଲେ ମହିଳା । ହେଲେ ପୋଲିସ ଉଠାଇବାକୁ ଆସି ଘୋଷାଡି ନେବା ବେଳେ ଚେତାଶୂନ୍ୟ ହେଲେ ମହିଳା । ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଭୁବନେଶ୍ୱର ପୋଲିସ ସେବା ଭବନ ସାମ୍ନାରେ । ମହିଳା ହେଉଛନ୍ତି ସରସ୍ବତୀ ସାହୁ, ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ।

ସରସ୍ବତୀ ଅଭିଯୋଗ କରିଛନ୍ତି, ‘‘ସେ ଦୁଇଟି ଟ୍ରକ କିସ୍ତିରେ ଆଣି ତାଳଚେରରେ ଚଳାଉଥିଲେ । ବ୍ୟାଙ୍କ ସହ ଗାଡି କମ୍ପାନୀର ସମସ୍ୟା କାରଣରୁ ଗାଡ଼ିକୁ ବ୍ୟାଙ୍କ ନେଇଗଲା । ଯାହାକୁ ନେଇ ସେ ତାଳଚେର ସଦର ଥାନରେ ଅଭିଯୋଗ କରିଥିଲେ । ମାତ୍ର ଥାନା ଅଧିକାରୀ ଓ କିଛି ପୋଲିସ କର୍ମଚାରୀ ତାଙ୍କୁ ଥାନାରେ ଅଟକ ମାନସିକ ନିର୍ଯାତନା ଦେଇଥିଲେ‌ । ଯାହାକୁ ନେଇ ସେ ଦୁଇ ଇନସ୍ପେକ୍ଟରଙ୍କ ବିରୋଧରେ ଦୀର୍ଘ ୫ବର୍ଷ ଧରି କାର୍ଯାନୁଷ୍ଠାନ ନେଇ ଦାବି କରିଆସୁଛନ୍ତି । ସେ ବିଭିନ୍ନ ସରକାରୀ କାର୍ଯାଳୟରେ ଅଭିଯୋଗ ସହ ଲୋୟର ପିଏମଜିରେ ଧାରଣା ଦେଇ ଆସୁଥିଲେ‌ । ଏନେଇ ଦୁଇ ପୋଲିସ ଅଧିକାରୀଙ୍କ ବିରୋଧରେ ଏକ କେସ ହେବା ପରେ ତାଙ୍କ ନାଁରେ ଚାର୍ଜସିଟ୍ ମଧ୍ୟ ହୋଇଥିଲା । ମାତ୍ର କାହିଁକି ଦୁଇ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ କରି ପୋଲିସ ସେବା ଭବନ ସାମ୍ନାରେ ଧାରଣା ଦେଇଥିଲେ ।’’

‘‘ଦୁଇ ପୋଲିସ ବାବୁଙ୍କ ନାଁରେ କାହିଁକି କାର୍ଯାନୁଷ୍ଠାନ ହେଉନାହିଁ ବୋଲି ସେ ଡିଜିପିଙ୍କୁ ତଥା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଜଣାଇଛନ୍ତି । ଦୁଇ ପୋଲିସଙ୍କୁ ନିଲମ୍ବିତ ଦାବି କରି ସେ ଡିଜିପି କ୍ୟାମ୍ପ ଅଫିସରେ ଧାରଣା ଦେବାକୁ ଡିସିପିଙ୍କ ଅନୁମତି ମାଗିଥିଲେ । ତାଙ୍କୁ ଅନୁମତି ଦେଇଥିଲେ । କିନ୍ତୁ ଧାରଣା ଦେବା ପୂର୍ବରୁ ତାଙ୍କୁ ଅଟକାଇବା ସହ ପୋଲିସ ତାଙ୍କୁ ଘୋଷାଡି ନେଇ ଉଠାଇନେଇଥିବା ସେ ଅଭିଯୋଗ କରିଛନ୍ତି । ’’

ଏହା ବି ପଢନ୍ତୁ: Early Election Speculations: ସେପ୍ଟେମ୍ବର ପହିଲାରେ ଭାଙ୍ଗିବ ବିଧାନସଭା!

ତେବେ ପୋଲିସ ଉଠାଇନେବା ବେଳେ ମହିଳା ଜଣକ ଚେତାଶୂନ୍ୟ ହୋଇପଡିଲେ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଆଇନ ଗତ ଲଢେଇ ପାଇଁ ଦୀର୍ଘ ୫ବର୍ଷ ଧରି ମହିଳା ରାଜଧାନୀରେ ବଡ଼ବାବୁଙ୍କୁ ଗୁହାରି କରୁଥିଲେ ମଧ୍ୟ କାହିଁକି ତାଙ୍କ ଅଭିଯୋଗ ଗୁରୁତ୍ବ ଦିଅଯାଉନି । ପୋଲିସ ବିରୋଧରେ ଅଭିଯୋଗ ବୋଲି ନିଜ ବିଭାଗର ଅଧିକାରୀ ଏନେଇ ଧ୍ୟାନ ଦେଉନଥିବା ସରସ୍ବତୀ ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 23, 2023, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.