ଖୋର୍ଦ୍ଧା: ବାରହା ଶିକାରୀକୁ ଗିରଫ କଲା ବନବିଭାଗ । ଏହାସହ ବାରାହା ମାଂସ ଓ ଚମଡା ଜବତ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ,ଖୋର୍ଦ୍ଧା ଡିଙ୍ଗର ଗାଁରେ ଚାଲିଥିଲା ଅବାଧରେ ବାରାହା ଶିକାର । ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସାହାଯ୍ୟରେ ଫାଶ ବସାଇ ବାରହା ଶିକାର କରାଯାଉଥିଲା । ଏନେଇ ଗ୍ରାମବାସୀଙ୍କ ବାରମ୍ବାର ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ ।
ବୁଧବାର ବନ ବିଭାଗ ସେହି ଗାଁରେ ଚଢାଉ କରି ବାରହା ମାଂସ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ଶିକାରରେ ବ୍ୟବହୃତ ବିଦ୍ୟୁତ ତାର ଓ କାଠ ଖୁଣ୍ଟିକୁ ଜବତ ହୋଇଛି । ଗିରଫ ବ୍ୟକ୍ତି ଜଣକ ସେହି ଗାଁର କେଳୁ ଚରଣ ମହାରଣା ବୋଲି ଜଣାପଡିଛି । ତେବେ ପୂର୍ବରୁ ବାରାହା ଶିକାର କରି ଖୋଲା ବଜାରରେ ବିକ୍ରି କରିଥିବା ଖବର ଗତମାସ 8 ତାରିଖରେ ଇଟିଭି ଭାରତରେ ପ୍ରସାରଣ ହୋଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ