ETV Bharat / state

ସିସିଟିଭି ଦେଖି ଭବିଷ୍ୟତ ଗଣନା କରୁଥିଲେ ବାବା, ବ୍ୟବସାୟୀଙ୍କୁ ଠକି ଧରାପଡ଼ିଲେ ଠକ ମହିଳା - ସିସିଟିଭି ଦେଖି ଭବିଷ୍ୟତ ଗଣନା କରୁଥିଲେ ବାବା

ସିସିଟିଭି ଦେଖି ଭବିଷ୍ୟତ ଗଣନା କରୁଥିଲେ ବାବା । ବ୍ୟବସାୟୀଙ୍କୁ ଭଣ୍ଡାଇ ଧରାପଡ଼ିଲେ ଠକ ମହିଳା । ଅଧିକ ପଢନ୍ତୁ

ତ୍ରୀକାଳ ଦର୍ଶି ବାବାଙ୍କ ତ୍ରୀକାଳ ଦର୍ଶନର ରହସ୍ୟର ହେଲା ପର୍ଦ୍ଦାଫାସ

author img

By ETV Bharat Odisha Team

Published : Oct 4, 2023, 9:38 PM IST

Updated : Oct 4, 2023, 9:47 PM IST

ତ୍ରୀକାଳ ଦର୍ଶି ବାବାଙ୍କ ତ୍ରୀକାଳ ଦର୍ଶନର ରହସ୍ୟର ହେଲା ପର୍ଦ୍ଦାଫାସ

ଭୁବନେଶ୍ବର: ତ୍ରିକାଳ ଦର୍ଶି ବାବାଙ୍କ ତ୍ରୀକାଳ ଦର୍ଶନର ରହସ୍ୟର ହେଲା ପର୍ଦ୍ଦାଫାସ । ଚମତ୍କାର ବାବାଙ୍କର ସାମ୍ନାକୁ ଆସିଲା ଚତୁର ଦିମାଗ । ସିସିଟିଭି ଦେଖି କରୁଥିଲେ ଭବିଷ୍ୟତବାଣୀ । ବିଶ୍ବାସ ଦେଇ ବ୍ୟବସାୟୀଙ୍କୁ ଲଗାଉଥିଲେ ଲକ୍ଷାଧିକ ଟଙ୍କାର ଚୂନା । ଏମିତି ଠକ ମହିଳା ଏଜେଣ୍ଟକୁ ଗିରଫ କରିଛି କମିଶନରେଟ ପୋଲିସ । ବାବାଙ୍କୁ ପରିଚିତ କରାଇ ବ୍ୟବସାୟୀଙ୍କୁ ଠକିଥିବା ଜଣେ ଧ୍ରୁତ ଶିଷ୍ୟ ତଥା ମହିଳାଙ୍କୁ ଗିରଫ କରିଛି ବଡଗଡ ଥାନା । ଗିରଫ ପରେ ମହିଳା ରଚିଥିବା ଠକେଇ କାରନାମାର ଗୁମର ଖୋଲିଛି କମିଶନରେଟ ପୋଲିସ ।

ଏସିପି ଏସ ଏନ୍ ମୁଦୁଲି କହିଛନ୍ତି, ‘‘ଠକ ମହିଳାଙ୍କ ନାଁ ରିନି ସାହୁ ଘର ନିମାପଡା । ବଡଗଡ ଲକ୍ଷ୍ମୀସାଗର କେନାଲ ରୋଡରେ ଥିବା JBS ମାର୍ଟରେ କାମ କରୁଥିଲେ ଠକ ମହିଳା । ମହିଳା କର୍ମଚାରୀ ମାର୍ଟର ମାଲିକଙ୍କ ସହ ଧିରେ ଧିରେ ବଢ଼ାଇଥିଲେ ସମ୍ପର୍କ । ବ୍ୟବସାୟୀଙ୍କର କାରବାର ବୁଝାସୁଝା ସହ ଧିରେ ଧିରେ ବ୍ୟବସାୟୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ଚତୁରତାର ସହ ମାଲିକଙ୍କ ଘରର ସିସିଟିଭିର ପାସଓ୍ବାର୍ଡ ହାତେଇ ମହିଳା ନିଜ ମୋବାଇଲରେ ଦେଖୁଥିଲେ ବ୍ୟବସାୟୀଙ୍କ ସବୁ କାରବାର । ଆଉ ଏହାରି ଭିତରେ ନିଜର ଚତୁର ଦିମାଗରେ ବ୍ୟବସାୟୀଙ୍କୁ ଫସାଇବାର ପ୍ଲାନ୍ ରଚିଥିଲେ ମହିଳା ଜଣକ । ଯୋଜନା‌ ମୁତାବକ ନିଜର ଜଣେ ସମ୍ପର୍କୀୟଙ୍କୁ ତ୍ରିକାଳ ଦର୍ଶି ବାବା ଦର୍ଶାଇ ବ୍ୟବସାୟୀଙ୍କ ସହ କରାଇଥିଲେ ପରିଚିତ । ପରେ ବ୍ୟବସାୟୀଙ୍କୁ ତାଙ୍କ ସିସିଟିଭିରୁ ଘଟୁଥିବା କିଛି ଘଟଣାର ଉଦାହରଣ ଦେଇ ବିଶ୍ବାସ ଜମାଇଥିଲେ । ଆଉ ବିଶ୍ବାସ ଆଳରେ ସବୁ କାରବାର ହାତକୁ ନିଜେ ପରିଚାଳନା କରିବା ଅଧିକାର ମଧ୍ୟ ପାଇଥିଲେ ମହିଳା ଜଣକ। ।’’

ଏହା ମଧ୍ୟ ପଢନ୍ତୁ...ରେଳବାଇରେ ନିଯୁକ୍ତି ଦେବା ନାଁରେ ଠକୁଥିଲେ ଲକ୍ଷଲକ୍ଷ ଟଙ୍କା, ବାନ୍ଧିଲା ପୋଲିସ

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଏହାକୁ ନେଇ ବ୍ୟବସାୟୀଙ୍କ ପତ୍ନୀଙ୍କୁ ମହିଳାଙ୍କର ଉପରେ ସନ୍ଦେହ ହୋଇଥିଲା । ଆଉ ଧିରେ ଧିରେ ଜାଣିବାକୁ ପାଇଥିଲେ ମହିଳା ଜଣଙ୍କ ଜଣେ ଠକ । କିଛି ସମ୍ପର୍କୀୟଙ୍କୁ ଧରି ବାବା କହି ବ୍ୟବସାୟୀଙ୍କର ବିଶ୍ବାସ ଜିତି ଏପରି ବ୍ୟବସାୟୀଙ୍କୁ ଠକିଚାଲିଛନ୍ତି । ଭଣ୍ଡ ବାବା ଓ ମହିଳା ଶିଷ୍ୟଙ୍କ ଏପରି କାରନାମା ସମ୍ପର୍କରେ ବଡଗଡ ଥାନାରେ ଏକ ଅଭିଯୋଗ ପରେ ଶେଷରେ ପୋଲିସ ତଦନ୍ତ କରିଥିଲା । ଏହା ଘଟଣାରେ ପୂର୍ବରୁ ଅନ୍ୟତମ ସହଯୋଗୀ ସ୍ପର୍ଷକାନ୍ତ ସାହୁକୁ ଗିରଫ କରିଥିଲା ପୋଲିସ । ଏବେ ଷଡଯନ୍ତ୍ରକରୀ ମହିଳାଙ୍କୁ ଧରିଛି ପୋଲିସ । ତେବେ ବ୍ୟବସାୟୀଙ୍କର କେତେ ଟଙ୍କା ଠକେଇ ହୋଇଛି ସେନେଇ ତଦନ୍ତ ଜାରି ରହିଛି । ଠକେଇ ମାଷ୍ଟମାଇଣ୍ଡ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 4, 2023, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.