ETV Bharat / state

୪ର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ, ଖୋର୍ଦ୍ଧାର ୬୯ ସ୍କୁଲ ହେବ ସ୍ମାର୍ଟ

author img

By

Published : Jun 12, 2023, 7:33 AM IST

ଚତୁର୍ଥ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାରେ 69ଟି ସ୍କୁଲ ଚମକିବ । ନୂଆ ରୂପରେ ନୂଆ ରଙ୍ଗରେ ଚମକିବ ବିଦ୍ୟାର୍ଥୀଙ୍କ ମନ୍ଦିର । ଅଧିକ ପଢନ୍ତୁ

School Transformation
୪ର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ

ଭୁବେନଶ୍ବର: ଚମକିବ ବିଦ୍ୟାର୍ଥୀଙ୍କ ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ବଦଳିବ ପିଲାଙ୍କ ଶିକ୍ଷା ମନ୍ଦିର । ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । ଖୋର୍ଦ୍ଧା ଜିଲ୍ଲାର ୬୯ ବିଦ୍ୟାଳୟ ରୂପାନ୍ତରଣ ହେବ । ୪ର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ ଅଧୀନରେ ଖୋର୍ଦ୍ଧା ଜିଲ୍ଲା ୬୯ ବିଦ୍ୟାଳୟ ବଦଳିବ । ଭୁବନେଶ୍ବରର ୨ଟି ବିଦ୍ୟାଳୟକୁ ଛାଡ଼ି ସମସ୍ତେ ବିଦ୍ୟାଳୟ ସାମିଲ ହେବ । ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟଗୁଡ଼ିକ ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ରୂପାନ୍ତରିତ କରାଯିବ ।

୩ଟି ପର୍ଯ୍ୟାୟ‌ରେ ରାଜ୍ୟର ୬୧୩୨ଟି ବିଦ୍ୟାଳୟ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୧୫୦୦ରୁ ଅଧିକ ବିଦ୍ୟାଳୟର ରୂପରେଖ ବଦଳିବ । ଏହି ଚତୁର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାରେ ୬୯ଟି ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଛି । ଏଥିରେ ଭୁବନେଶ୍ବର ମହାନଗର ନିଗମ (ବିଏମସି) ଏବଂ ଭୁବନେଶ୍ବର ବ୍ଲକରେ ୧୯ଟି ବିଦ୍ୟାଳୟ ରହିଛି । ତୃତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ୬୨ ବିଦ୍ୟାଳୟର ରୂପ ବଦଳିଥିଲା । ଚତୁର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ବାକି ଶିକ୍ଷାମନ୍ଦିରର ରୂପାନ୍ତରିତ କାର୍ଯ୍ୟ ଶେଷ ହେବ ।

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ୯ଟି ବିଦ୍ୟାଳୟ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯାଞ୍ଚ ପରେ ଏହି ୯ଟି ବିଦ୍ୟାଳୟକୁ ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସାମିଲ କରିବା ନେଇ ପଦକ୍ଷେପ ନିଆଯିବ। ଭୁବନେଶ୍ବରର ୨ଟି ବିଦ୍ୟାଳୟ ରସୁଲଗଡ଼ ସ୍ଥିତ ଗୋପୀନାଥ ଦେବ ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ୍-୩ ସ୍ଥିତ ଭାରତୀୟ ବିଦ୍ୟାଳୟକୁ ବାଦ୍ ଦେଲେ ଭୁବନେଶ୍ବର ବ୍ଲକ୍ ଏବଂ ବିଏମସି ଅଞ୍ଚଳର ସମସ୍ତ ଉଚ୍ଚ ବିଦ୍ୟାଳୟ ୫-ଟି ଅଧୀନ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି । ଏହି ଦୁଇଟି ବିଦ୍ୟାଳୟର ଯାଞ୍ଚ ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

ଚତୁର୍ଥ ପର୍ଯ୍ୟାୟରେ ବିଏମସି ଅଧୀନ ବ୍ରହ୍ମେଶ୍ବରପାଟଣାସ୍ଥିତ ବ୍ରହ୍ମେଶ୍ବର ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରଦେବ ଉଚ୍ଚ ବିଦ୍ୟାଳୟ, ବମିଖାଲ ସ୍ଥିତ ଦେବରାଜ ବିଦ୍ୟାପୀଠ, ଗାଡ଼କଣ ସ୍ଥିତ ଗାଡ଼େଶ୍ବର ଉଚ୍ଚ ବିଦ୍ୟାଳୟ, ପଟିଆ ବାଳିକା ଉଚ୍ଚ ବିଦ୍ୟାଳୟ, ଘାଟିକିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଝାରପଡ଼ା ଉଚ୍ଚ ବିଦ୍ୟାଳୟ, ମଞ୍ଚେଶ୍ବର ସ୍ଥିତ ମଞ୍ଚନାଥ ଦେବ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସ୍ଥିତ ଓଏସଏପି ସପ୍ତମ ବାଟାଲିୟନ ଉଚ୍ଚ ବିଦ୍ୟାଳୟ, ଶୈଳଶ୍ରୀ ବିହାର ସ୍ଥିତ ସୀତାନାଥ ଉଚ୍ଚ ବିଦ୍ୟାଳୟ, ସାଁପୁର ସ୍ଥିତ କଳିଙ୍ଗ ବିଦ୍ୟାପୀଠ, ଭରତପୁର ସ୍ଥିତ ଡ. ବି.ଆର. ଆମ୍ବେଦକର ଉଚ୍ଚ ବିଦ୍ୟାଳୟ ଅନ୍ତର୍ଭୁକ୍ତ ହୋଇଛି ।

ସେହିପରି ଭୁବନେଶ୍ବର ବ୍ଲକ୍ ଅଧୀନ ବାଙ୍କୁଆଳ ସ୍ଥିତ ଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ, ରଘୁନାଥପୁରସ୍ଥିତ ଦଧିବାମନ ଉଚ୍ଚ ବିଦ୍ୟାଳୟ, ଇଞ୍ଜଣା ଉଚ୍ଚ ବିଦ୍ୟାଳୟ, କଣ୍ଟାବାଡ଼ ଉଚ୍ଚ ବିଦ୍ୟାଳୟ, କୋରଡ଼କଣ୍ଟା ସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଧଉଳିସ୍ଥିତ ତୋଷାଳୀ ଏକାଡେମୀ ଏବଂ କେନ୍ଦୁପାଟଣାସ୍ଥିତ ଉତ୍କଳମଣି ବାଳିକା ଉଚ୍ଚ ବିଦ୍ୟାପୀଠର ମଧ୍ୟ ରୂପ ବଦଳିବ । ଏହାବାଦ ବାଲିଅନ୍ତା ବ୍ଲକର ୨ଟି, ବାଲିପାଟଣା ବ୍ଲକର ୬ଟି, ବାଣପୁର ବ୍ଲକର ୮ଟି, ବେଗୁନିଆ ବ୍ଲକର ୮ଟି, ବୋଲଗଡ଼ ବ୍ଲକର ୪ଟି, ଚିଲିକା ବ୍ଲକର ୬ଟି, ଜଟଣୀ ବ୍ଲକର ୫ଟି, ଖୋର୍ଦ୍ଧା ବ୍ଲକର ୮ଟି ଏବଂ ଟାଙ୍ଗୀ ବ୍ଲକର ୩ଟି ଉଚ୍ଚବିଦ୍ୟାଳୟ ଚତୁର୍ଥ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସୂଚନା ମିଳିଛି । ରୂପାନ୍ତରିତ ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର, ଉନ୍ନତ କ୍ରୀଡ଼ା ଭିତ୍ତିଭୂମି, ଶିଶୁ ସୁଲଭ ସ୍କୁଲ କ୍ୟାମ୍ପସ୍‌ ସହ ଶୁଦ୍ଧ ପାନୀୟ ଜଳ ଓ ପୃଥକ୍‌ ଶୌଚାଳୟର ସୁବିଧା ପାଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.