ETV Bharat / state

ବାଲିଅନ୍ତା ଗସ୍ତରେ ୫T ସଚିବ: ଲୋକଙ୍କ ଅଭିଯୋଗ ଶୁଣିଲେ,୭ ଦିନରେ ସମାଧାନ ନେଇ ଦେଲେ ପ୍ରତିଶୃତି

author img

By ETV Bharat Odisha Team

Published : Aug 23, 2023, 8:09 PM IST

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଗସ୍ତରେ ୫T ସଚିବ ଭି.କେ ପାଣ୍ଡିଆନ । ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ୩୦୦ ଅଭିଯୋଗ ଗ୍ରହଣ କରିଛନ୍ତି । ଅଦିକ ପଢ଼ନ୍ତୁ

5t secretary vk pandian visits balianta
ବାଲିଅନ୍ତାରେ ୫T ସଚିବ ଭି କେ ପାଣ୍ଡିଆନ
ବାଲିଅନ୍ତାରେ ୫T ସଚିବ ଭି କେ ପାଣ୍ଡିଆନ

ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଗସ୍ତରେ ୫T ସଚିବ ଭି.କେ ପାଣ୍ଡିଆନ । ବାଲିଅନ୍ତା ବ୍ଲକର ଭିଙ୍ଗାରପୁରସ୍ଥିତ ବକ୍ରେଶ୍ବର ହାଇସ୍କୁଲ ପଡ଼ିଆରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ଭି.କେ ପାଣ୍ତିଆନ ଯୋଗ ଦେଇଛନ୍ତି । ଏହି ଅବସରରେ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ୩୦୦ ଅଭିଯୋଗ ଗ୍ରହଣ କରିଛନ୍ତି । ଅଞ୍ଚଳରେ ଥିବା ମନ୍ଦିର, ମସଜିଦ ଓ ବିଦ୍ୟାଳୟକୁ ୫Tରେ ଅନ୍ତର୍ଭୁକ୍ତ କରିବା ନେଇ ପାଣ୍ଡିଆନ ପ୍ରତିଶୃତି ଦେଇଛନ୍ତି ।

୫T ସଚିବ ଭି.କେ ପାଣ୍ଡିଆନ ବାଲିଅନ୍ତା ଗସ୍ତରେ ଆସି ଭିଙ୍ଗାରପୁରସ୍ଥିତ ବକ୍ରେଶ୍ବର ହାଇସ୍କୁଲ ପଡ଼ିଆରେ ଓହ୍ଲାଇଥିଲେ । ଏହାପରେ ପୁଷ୍ପ ଓ ହୁଳହୁଳିରେ ମିଶନଶକ୍ତି ମହିଳା ମାନେ ତାଙ୍କର ସ୍ୱାଗତ କରିଥିଲେ । ମହିଳା ମାନେ ୫T ସଚିବଙ୍କୁ ରାକ୍ଷୀ ପିନ୍ଧାଇ ତାଙ୍କର ମଙ୍ଗଳ ମନାସି ଥିଲେ । ୫T ସଚିବ ତାଙ୍କ ବକ୍ତବ୍ୟରେ ପ୍ରଥମେ ମୁଖ୍ୟମନ୍ତ୍ରୀ କୋଲଙ୍କ ସମସ୍ୟା ବୁଝିବାକୁ ପଠାଇଥିବା କହିଛନ୍ତି । ଏଥିସହ ବାଲିଅନ୍ତା ଓ ବାଲିପାଟଣା ବ୍ଲକର ୩୦୦ ଅଭିଯୋଗ ଗ୍ରହଣ କରିଥିଲେ ।‌ ଆସନ୍ତା ୩୧ ତାରିଖ ସୁଦ୍ଧା ସମସ୍ତ ଅଭିଯୋଗ ସମାଧାନ ହେବ ଏବଂ ମୁଖ୍ୟମନ୍ତ୍ରୀ ଏହା ଉପରେ ଗୁରୁତ୍ବ ଦେବେ ବୋଲି କହିଥିଲେ ପାଣ୍ଡିଆନ ।

ଏହା ମଧ୍ୟ ପଢ଼ନ୍ତୁ: ଖୋର୍ଦ୍ଧ ଗସ୍ତରେ 5T ସଚିବ ପାଣ୍ଡିଆନ, ସଭାସ୍ଥଳ ଛାଡି ଚାଲିଗଲେ ମହିଳା !

ସେ ଆହୁରି ମଧ୍ୟ କହିଛନ୍ତି, "ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ପାନୀୟ ଜଳ ପାଇଁ ୨୭୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହାଦ୍ବାରା ସବୁ ପରିବାର ବିଶୁଦ୍ଧ ପାଣି ପାଇବେ । ସେହିପରି ବାଲିଅନ୍ତା ଜଳ ସେଚନ ଉପଖଣ୍ଡ ରାମଚନ୍ଦ୍ରପୁର କାଜ ନିକଟରେ ବ୍ଯାରେଜ ନିର୍ମାଣ ପାଇଁ ୮୨ କୋଟି ଟଙ୍କା ମଞ୍ଜୁର ହୋଇଛି । ପାଣ୍ତରା ନିକଟରେ ମଧ୍ୟ ବ୍ଯାରେଜ ନିର୍ମାଣ ପାଇଁ ୧୩୦ କୋଟି ଟଙ୍କା ବିନିମୟରେ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ଯ ଚଳିତ ବର୍ଷ ମଧ୍ୟରେ ଶେଷ ହେବ ବୋଲି ୫T ସଚିବ ସୂଚନା ଦେଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲା ସମେତ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ଅଞ୍ଚଳରେ ମୋଟ ୧୦୮ ମହାବିଦ୍ୟାଳୟକୁ ୫Tରେ ସାମିଲ କରାଯାଇଛି । ଆସନ୍ତା ୬ ମାସ ଭିତରେ କାର୍ଯ୍ୟ ଶେଷ ହେବ । ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ସାତ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଖୁସି ଖବର ପାଇବେ । ମହିଳା ମିଶନ ଶକ୍ତି ଗ୍ରୃପ ମାନଙ୍କୁ ଆଗାମୀ ଦିନରେ ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଥିବା କହିଛନ୍ତି ୫T ସଚିବ ପାଣ୍ଡିଆନ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.