ETV Bharat / state

ରାଜଧାନୀରେ ଆଜି 51 ଆକ୍ରାନ୍ତ ଚିହ୍ନଟ, 71 ସୁସ୍ଥ

author img

By

Published : Nov 14, 2020, 6:24 PM IST

ଶନିବାର ରାଜଧାନୀରୁ 51 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 71 ଜଣ ସୁସ୍ଥ ହୋଇଛନ୍ତି । ଏପଟେ ହୋମ କ୍ବାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣରେ ବୃଦ୍ଧି ଘଟୁଛି । ଅଧିକ ପଢନ୍ତୁ...

51 new corona positives detected in Bhubaneswar, 71 recovered
ରାଜଧାନୀରେ ଆଜି 51 ଆକ୍ରାନ୍ତ ଚିହ୍ନଟ, 71 ସୁସ୍ଥ

ଭୁବନେଶ୍ବର: ରାଜଧାନୀରୁ ଶନିବାର 51 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 71 ଜଣ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର ପାର ହୋଇଛି ।

ରାଜଧାନୀରେ 51 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 16 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 35 ଜଣ ଚିହ୍ନଟ ହୋଇଛନ୍ତି । ହୋମ କ୍ଵାରେଣ୍ଟାଇନର 16 ଜଣ ସଂକ୍ରମିତଙ୍କ ମଧ୍ୟରୁ 2 ଜଣ ନୟାପଲ୍ଲୀ, 2 ଜଣ ବରମୁଣ୍ଡା ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଇଗିନିଆ, ଡୁମ ଡୁମା, ଆଇ ଆର ସି ଭିଲେଜ, ଝାରପଡା, କୋଲଠିଆ, ଓଲଡ଼ ଟାଉନ, ରସୁଲଗଡ଼, ସୂର୍ଯ୍ୟ ନଗର, ବାଣୀବିହାର ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏପଟେ ସ୍ଥାନୀୟ ସଂକ୍ରମଣ 35 ଜଣ ଚିହ୍ନଟ ହୋଇଥିବାବେଳେ 2 ଜଣ ଚକେଇସିଆଣି, 2 ଜଣ ଆଇ ଆର ସି ଭିଲେଜ, 3 ଜଣ ଜାଗମରା, 3 ଜଣ ଝାରପଡା, 4 ଜଣ ଲକ୍ଷ୍ମୀ ସାଗର, 2 ଜଣ ନୟାପଲ୍ଲୀ, 2 ଜଣ ଓଲଡ଼ ଟାଉନ, 3 ଜଣ ରସୁଲଗଡ, 2 ଜଣ ସାମନ୍ତରାପୁର, 2 ଜଣ ଟଙ୍କପାଣି ରୋଡ଼ ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକ ହେଉଛି । ଏପଟେ ଭୁବନେଶ୍ବରରେ ମୋଟ 192 ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 70ରେ ପହଞ୍ଚିଛି ଓ 29 ହଜାର 145 ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.