ETV Bharat / state

ଓଡ଼ିଶାର କଳା ସଂସ୍କୃତି ପ୍ରଚାର ପ୍ରସାର ଲକ୍ଷ୍ୟ, ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ଆୟୋଜିତ

author img

By ETV Bharat Odisha Team

Published : Dec 24, 2023, 5:15 PM IST

1st Prabasi Nrutya Sangam in Bhubaneswar: ଭୁବନେଶ୍ବରରେ ଆରମ୍ଭ ହୋଇଛି ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ । ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର ପ୍ରଚାର ପାଇଁ ଉଦ୍ୟମ । ଅଧିକ ପଢ଼ନ୍ତୁ

ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ଆୟୋଜିତ , ଓଡିଶାର କଳା ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ଲକ୍ଷ୍ୟ

ଭୁବନେଶ୍ବର: ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଭୁବନେଶ୍ବରରେ ଆରମ୍ଭ ହୋଇଛି ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ । ଓଡ଼ିଶା ପରିବାର ଓ ଆମେରିକା ସ୍ଥିତ ନୃତ୍ୟ ସାଧନା, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ଆୟୋଜିତ ହୋଇଯାଇଛି ପ୍ରଥମ ପ୍ରବାସୀ ନୁତ୍ୟ ସଙ୍ଗମ । ଓଡ଼ିଶାର ପରିଚୟ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର ସହ ବିଭିନ୍ନ ଲୋକକଳା ମାଧ୍ୟମରେ ଆମେରିକା ସହ ଏକ ସେତୁ ବନ୍ଧର ସ୍ଥାପନା କରିବା ଏହି ନୃତ୍ୟ ସଙ୍ଗମର ମୂଳ ଲକ୍ଷ୍ୟ । ଗତ ଶନିବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ନୃତ୍ୟ ସଙ୍ଗମର ନୃତ୍ୟ ପ୍ରଦର୍ଶନକୁ ଦର୍ଶକ ଉପଭୋଗ କରିଥିଲେ । ସୁଦୂର ଆମେରିକାରୁ ଆସି ରାଜଧାନୀ ଭୁବନେଶ୍ଵରରେ ୧୬ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ କରିଛନ୍ତି ।

ପ୍ରତିଟି ଗୀତ ନୃତ୍ୟ ଏତେ ଚିତାକର୍ଷକ ଥିଲା ଯେ ଉପସ୍ଥିତ ଦର୍ଶକଙ୍କ କରତାଳିରେ ପ୍ରକମ୍ପିତ ହୋଇଥିଲା ରବୀନ୍ଦ୍ର ମଣ୍ଡପ । ଏହି ଅବସରରେ ପଦ୍ମଶ୍ରୀ ଓଡ଼ିଶୀ ନୃତ୍ୟଗୁରୁ କୁମକୁମ୍ ମହାନ୍ତିଙ୍କୁ ପ୍ରଥମ ପ୍ରବାସୀ ନୁତ୍ୟ ସଙ୍ଗମ ଜୀବନ ବ୍ୟାପୀ ଉପାଧି ପ୍ରଦାନ କରାଯାଇଛି । ଗୁରୁ ଶ୍ରୀମତୀ ଅରୁଣା ମହାନ୍ତିଙ୍କୁ ଇଣ୍ଟରନ୍ୟାସନାଲ ଡାନ୍ସ ଆଇକନିକ ଆୱାର୍ଡ ପ୍ରଦାନ କରାଯାଇଛି । ଏଥିସହ ପ୍ରବାସୀ ନୃତ୍ୟଗୁରୁ ଆୱାର୍ଡ ଗୁରୁ ଜ୍ୟୋତି ରାଉତଙ୍କୁ ଦିଆଯାଇଥିବା ବେଳେ ଯୁବ ପ୍ରତିଭା ସମ୍ମାନ ତପସ୍ୟା ରାଏ ଏବଂ ପ୍ରିତିଶା ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ... ସପ୍ତଦଶ ଚଉଷଠୀ ଯୋଗିନୀ ମହୋତ୍ସବ ଉଦଘାଟିତ

ଏହି କାର୍ଯ୍ୟକ୍ରମରେ କେବଳ ପ୍ରବାସୀ ଓଡିଶୀ ନୃତ୍ୟଶିଳ୍ପୀମାନଙ୍କ ସହ ଓଡ଼ିଶାର ଅନେକ କଳାକାର ନୃତ୍ୟ ପରିବେଷଣ କରିଛନ୍ତି । ନୃତ୍ୟରେ ନିଜମାଟିରେ ଓଡ଼ିଶୀ ପ୍ରତିଭାର ପଦର୍ଶନ କରି ସମସ୍ତ କଳାକାର ବା ନୃତ୍ୟଶିଳ୍ପୀ ବେଶ ଖୁସି ଆଉ ଗର୍ବିତ ଅନୁଭବ କହିଛନ୍ତି । ପ୍ରଥମ ପ୍ରବାସୀ ନୃତ୍ୟ ସଂଗମକୁ ନେଇ ଆୟୋଜକ ତାପସି ରଥ କହିଛନ୍ତି ଯେ ଓଡ଼ିଶାର କଳା ସଂସ୍କୃତିକୁ ସୁଦୂର ଆମେରିକାରେ ପହଞ୍ଚାଇବା ସହ ଦୁଇ ଦେଶ ମଧ୍ୟରେ ଏକ ସମ୍ପର୍କର ସେତୁ ବନ୍ଧ ବାନ୍ଧିବା ପାଇଁ ଏହି ପ୍ରୟାସ କରାଯାଇଛି ଯାହା ଆଗକୁ ଜାରି ରହିବ । ପାଶ୍ଚାତ୍ୟରେ ରହୁଥିବା ଭାଇଭଉଣୀଙ୍କୁ ନେଇ ଆମ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନାଥଙ୍କୁ ସମର୍ପଣ କରି ନୃତ୍ୟ ପରିବେଷଣ ପାଇଁ ଆମର ସ୍ବପ୍ନ ଆଜି ପୂରଣ ହୋଇଛି । ତେଣୁ ଓଡ଼ିଆ ଭାବେ ଗର୍ବ କରି ଆମ ନୃତ୍ୟର ପ୍ରଚାରପ୍ରସାର ଉଦ୍ୟମ ଏଭଳି ଆଗକୁ ଜାରି ରହିବ । ୨ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.