କେନ୍ଦୁଝର: ଅଧିକାଂଶ ସମୟରେ ଟିକିଏ ଅସାବଧାନତା ଯୋଗୁଁ ଅନେକ ଲୋକ ଯକ୍ଷ୍ମାର ଶିକାର ହୋଇ ଆଖି ବୁଜିଥାନ୍ତି । ତେବେ ଯକ୍ଷ୍ମାର ପ୍ରଥମ ପର୍ଯ୍ୟାୟରେ ଚିକିତ୍ସା ଆରମ୍ଭ କରାଗଲେ ଏହା ଭଲ ହୋଇପାରିଥାଏ । ଏହି ନାରା ବାଣ୍ଟିବା ପାଇଁ ବୁଧବାର ବିଶ୍ବ ଯକ୍ଷ୍ମା ଦିବସ ଅବସରରେ କେନ୍ଦୁଝର ଜିଲ୍ଲା କାରାଗାରରେ ଏହି ଦିବସ ପାଳିତ ହୋଇଛି ।
ଜିଲ୍ଲା ମୁଖ୍ୟ କାରାଗାର ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଯକ୍ଷ୍ମା ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଇଛି । ଯକ୍ଷ୍ମା ରୋଗର ନିରାକରଣ ନେଇ ସମିତିର ଅଧିକାରୀମାନେ ଅନ୍ତେବାସୀଙ୍କୁ ସଚେତନ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାରାଗାର ଅଧିକାରୀ, ଅନ୍ତେବାସୀ ପ୍ରମୁଖ ସାମିଲ ହୋଇଛନ୍ତି । ତେବେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଯକ୍ଷ୍ମା ଦିବସ ପାଳନ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ