ETV Bharat / state

ମଣିଷ-ପଶୁର ଅନାବିଳ ପ୍ରେମ, କୁନ୍ତଳାଙ୍କ ପାଖକୁ ଫେରିଲା ଢୁଡ୍

author img

By

Published : Mar 17, 2021, 10:29 PM IST

Updated : Mar 17, 2021, 11:02 PM IST

ଶେଷରେ ଫେରିଲା ଢୁଡ୍ । କେନ୍ଦୁଝରର ଜିଲ୍ଲା ପୁରୁଷୋତ୍ତମପୁର ଗ୍ରାମର କୁନ୍ତଳା କୁମାରୀ ସପ୍ତାହେ ପରେ ତାଙ୍କ ଢୁଡ୍ (ବାରହା)କୁ ଫେରି ପାଇଛନ୍ତି । ଅଧିକ ପଢନ୍ତୁ...

କୁନ୍ତଳାଙ୍କ ପାଖକୁ ଫେରିଲା ଢୁଡ୍
କୁନ୍ତଳାଙ୍କ ପାଖକୁ ଫେରିଲା ଢୁଡ୍

କେନ୍ଦୁଝର: ଶେଷରେ ଫେରିଲା ଢୁଡ୍ । କେନ୍ଦୁଝରର ଜିଲ୍ଲା ପୁରୁଷୋତ୍ତମପୁର ଗ୍ରାମର କୁନ୍ତଳା କୁମାରୀ ସପ୍ତାହେ ପରେ ଆଜି (ବୁଧବାର) ତାଙ୍କ ଢୁଡ୍ (ବାରହା)କୁ ଫେରି ପାଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରାୟ ଏକ ବର୍ଷ ତଳେ କୁନ୍ତଳା ନିଜ ସାନ ଝିଅକୁ ହରାଇଥିଲେ। ଘର ପାଖ ଜଙ୍ଗଲରେ ତାଙ୍କ ସାନ ଝିଅର ଅନ୍ତିମ ସତ୍କାର କରାଯାଇଥିଲା । ସେବେଠାରୁ କୁନ୍ତଳା ଝିଅର ଅନ୍ତିମ ସତ୍କାର ସ୍ଥଳକୁ ଯାଆନ୍ତି । ଏହିପରି ଗୋଟିଏ ଦିନ ସେ ଜଙ୍ଗଲକୁ ଯିବା ସମୟରେ ଏକ ମା ଛେଉଣ୍ଡ ବାରହା ଶାବକକୁ ଜଙ୍ଗଲରେ ଦେଖିବାକୁ ପାଇଥିଲେ । ଛୁଆ ବାରହା ଶାବକକୁ ଜଙ୍ଗଲରେ ନ ଛାଡି ସେ ତାକୁ ତାଙ୍କ ଘରକୁ ନେଇଆସିଥିଲେ । ଆଉ ସ୍ନେହରେ ବାରହା ଶାବକର ନା ଦେଇଥିଲେ ଢୁଡ୍ । ସେବେଠାରୁ ନିଜ କୋଳରେ ବସାଇ ଖାଇବାକୁ ଦେବା ସହିତ ଲୋରି ଗାଇ ଢୁଡ୍ କୁ ଶୁଆଇ ଦିଅନ୍ତି କୁନ୍ତଳା ।

କୁନ୍ତଳାଙ୍କ ପାଖକୁ ଫେରିଲା ଢୁଡ୍

ଦିନ ପରେ ଦିନ ବିତିଲା ପରେ ଢୁଡ୍ ବଡ ହୁଏ । ସେ ମଧ୍ୟ ପରିବାରର ସଦସ୍ୟ ହୋଇଯାଏ । କୁନ୍ତଳାଙ୍କ ପରିବାରରେ ଢୁଡ୍ ସମସ୍ତଙ୍କ ପ୍ରିୟ ହୋଇଯାଏ । ପଶୁ ହୋଇ ମଧ୍ୟ ମଣିଷଙ୍କ ଆବେଗ ସହ ସେ ଛନ୍ଦି ହୋଇଯାଏ । କିନ୍ତୁ ଗତ ସପ୍ତାହ ତଳେ ବନ ବିଭାଗ କର୍ମଚାରୀ ଆସି ଢୁଡ୍ କୁ ନେଇଯିବା ସହ ଜଙ୍ଗଲରେ ଛାଡି ଦେଇଥିଲେ ।

ସେବେଠାରୁ କୁନ୍ତଳା ପାଗେଳି ପରି ପ୍ରତିଦିନ ଖାଇବା ଧରି ଜଙ୍ଗଲକୁ ଯାଇ ଢୁଡ୍ କୁ ଡାକନ୍ତି । ଢୁଡ୍ କୁ ନପାଇ ମନଦୁଃଖରେ ଘରକୁ ଫେରି ନଖାଇ ନପିଇ ଗୁମୁରି ଗୁମୁରି କାନ୍ଦନ୍ତି କୁନ୍ତଳା । ସ୍ନେହୀ କୁନ୍ତଳାଙ୍କୁ ଜଣାନାହିଁ ଆଇନ ଅନୁଯାୟୀ ଜଙ୍ଗଲୀ ପଶୁକୁ ମଣିଷ ଘରେ ପାଳି ପାରିବେନୀ । ଏପଟେ ଜଙ୍ଗଲୀ ପଶୁଙ୍କୁ ଘରେ ନପାଳିବାକୁ ବନ ଅଧିକାରୀ ଅନୁରୋଧ କରିଛନ୍ତି ।

କଥାରେ ଅଛି ମା’ର ମମତାଠୁ ବଳି ଆଉ କିଛି ନାହିଁ । ଏଥିରୁ କିପରି ବା ବାଦ୍ ପଡିବ ଢୁଡ୍ । ଜଙ୍ଗଲୀ ଜନ୍ତୁ ହେଲେ ବି ମାର ଡାକ ଶୁଣି ଫେରିଆସିଛି । ଆଉ ନିଜ ପିଲା ପରି, ବିଛେଦ ବେଦନାରେ ଦିନ କାଟୁଥିବା କୁନ୍ତଳା, ଢୁଡକୁ ପାଇ ଆନନ୍ଦିତ ହୋଇଛନ୍ତି । ତେବେ ମଣିଷ ପଶୁ ଏ ଏହି ଅନାବିଳ ପ୍ରେମ ସମ୍ପର୍କ ମଧ୍ୟରେ ପଶୁକୁ ନେଇ ବନ ବିଭାଗ କଣ ପଦକ୍ଷେପ ନେଉଛି ତାକୁ ଅପେକ୍ଷା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Mar 17, 2021, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.