ETV Bharat / state

ରାସ୍ତା ଅବରୋଧ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ - କେନ୍ଦୁଝର ଖବର

ଗାଁ ରସ୍ତାକୁ ଗ୍ରାମର ଦୁଇଜଣ ପ୍ରଭାବଶାଳୀ ଲୋକ ଉକ୍ତ ରାସ୍ତାକୁ ଅବରୋଧ କରିବା ସହ ସଂଲଗ୍ନ ଜମି କୁ ଅବରୋଧ କରି ଚାଷ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ସାର୍ବଜନିକ ରାସ୍ତା ଅବରୋଧକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

author img

By

Published : Sep 25, 2020, 10:52 PM IST

କେନ୍ଦୁଝର: ସାର୍ବଜନିକ ରାସ୍ତା ଅବରୋଧକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ରାସ୍ତା ଉପରେ ନିର୍ଭର କରି ଚଳି ଆସିଥିବା ଗ୍ରାମବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି ।

ସାର୍ବଜନିକ ରାସ୍ତା ଅବରୋଧକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ପୂର୍ବ କାଳରୁ ଗାଁ ପୋଖରୀକୁ ଯିବା ଆସିବା ପାଇଁ ରାସ୍ତା ଥିଲା । ଏହି ରାସ୍ତା କୁ ଗାଁର ସବୁ ଲୋକେ ପୋଖରୀକୁ ଶୌଚ, ଗାଧୋଇବା ପାଇଁ ବ୍ୟବହାର କରି ଆସୁଥିଲେ । କିନ୍ତୁ ଗ୍ରାମର ଦୁଇଜଣ ପ୍ରଭାବଶାଳୀ ଲୋକ ଉକ୍ତ ରାସ୍ତାକୁ ଅବରୋଧ କରିବା ସହ ସଂଲଗ୍ନ ଜମି କୁ ଅବରୋଧ କରି ଚାଷ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ଫଳରେ ଏହି ରାସ୍ତା ଉପରେ ନିର୍ଭର କରି ଚଳି ଆସିଥିବା ଗ୍ରାମବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି । ଏନେଇ ସଦର ବ୍ଲକ ଅନ୍ତର୍ଗତ କେମ୍ପସଢା ଗ୍ରାମର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହାର ଶୀଘ୍ର ସମାଧାନ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.