ETV Bharat / state

ବିଜୁଳି ସଂଯୋଗ ନେଇ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ - କେନ୍ଦୁଝରରେ ବିଜୁଳି ସଂଯୋଗ ସମସ୍ୟା

ଜିଲ୍ଲାର ହରିଚନ୍ଦନପୁର ବ୍ଲକର ବନବୀର ଗ୍ରାମବାସୀଙ୍କ ଗୃହରେ ପହଞ୍ଚିପାରିନି ବିଜୁଳି ସଂଯୋଗ । ଏକ ବର୍ଷ ଧରି ଅଭିଯୋଗ କରିବା ପରେ ଶେଷରେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ସମସ୍ୟା ସଂପର୍କରେ ଜଣାଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

Villagers complaint to collector for electricity connections to homes in Keonjhar
ଘରକୁ ବିଜୁଳି ସଂଯୋଗ ନେଇ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ
author img

By

Published : Nov 12, 2020, 7:17 PM IST

କେନ୍ଦୁଝର: ଜିଲ୍ଲାର ହରିଚନ୍ଦନପୁର ବ୍ଲକର ବନବୀର ଗ୍ରାମରେ 15ରୁ ଊର୍ଦ୍ଧ୍ବ ପରିବାର ନିକଟରେ ପହଞ୍ଚିପାରିନି ବିଜୁଳି ଆଲୁଅ । ବିପିଏଲ ଯୋଜନାରେ ସରକାରଙ୍କ ବିଜୁଳି ସେବାରୁ ବଞ୍ଚିତ ହୋଇ ବାରମ୍ବାର ଅଭିଯୋଗ କରିବା ପରେ ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି ।

ଘରକୁ ବିଜୁଳି ସଂଯୋଗ ନେଇ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

ସରକାର ବିପିଏଲ ଯୋଜନା ମାଧ୍ୟମରେ ଅନେକ ଗ୍ରାମରେ ବିଜୁଳି ସେବା ଯୋଗାଇ ଥିଲେ ମଧ୍ୟ ଏହି ପରିବାର ଏବେ ମଧ୍ୟ ବିଜୁଳି ଆଲୁଅରୁ ବଞ୍ଚିତ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହି ଗ୍ରାମରେ ଏକ ବର୍ଷ ପୂର୍ବେ ଗ୍ରାମରେ ବିପିଏଲ ଯୋଜନାରେ ଗ୍ରାମକୁ ବିଜୁଳି ସଂଯୋଗ କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘରକୁ ବିଜୁଳି ସଂଯୋଗ ହୋଇ ପାରିନାହିଁ । ଫଳରେ ସଂଧ୍ୟା ହେବା ମାତ୍ରେ ବନ୍ୟଜନ୍ତୁଙ୍କ ଭୟରେ ଗ୍ରାମବାସୀ ବାହରକୁ ବାହାରି ପାରୁନଥିବା ଅଭିଯୋଗ କରିଛନ୍ତି । ସେପଟେ ଛାତ୍ରଛାତ୍ରୀ ପାଠ ପଢିବାରେ ବହୁ ଅସୁବିଧା ହେଉଛି ।

ବିଜୁଳି ସଂଯୋଗ କାମରେ ଗ୍ରାମବାସୀ କାମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପାରିଶ୍ରମିକ ମିଳିନଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏ ସଂପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ଗ୍ରାମବାସୀ । ଶେଷରେ ଲିଖିତ ଆକାରରେ ଜିଲ୍ଲାପାଳଙ୍କ ନିକଟରେ ଗୁରୁବାର ଗ୍ରାମବାସୀ ଅଭିଯୋଗ କରିଥିବା ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.