ETV Bharat / state

କେନ୍ଦୁଝରରେ ଆଦିବାସୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍‌ଘାଟିତ: ଆଦିବାସୀଙ୍କ ଭାଷା-ଚଳଣି ଉପରେ ମିଳିବ ତଥ୍ୟ

author img

By

Published : Aug 15, 2021, 8:28 PM IST

କେନ୍ଦୁଝରରେ ଆରମ୍ଭ ହେଲା ଆଦିବାସୀ ଶିକ୍ଷା ସାଧନ କେନ୍ଦ୍ର । ଆଦିବାସୀ କଳା, ଲୋକ ସଂସ୍କୃତି , ପରମ୍ପରା ଓ ଜନ ଜୀବନକୁ ସଂରକ୍ଷିତ କରି ରଖିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ । ସ୍ବାଧୀନତା ଦିବସରେ ଉଦ୍ଘାଟନ କଲେ ମନ୍ତ୍ରୀ ରଘୁନନ୍ଦନ ଦାସ । ଅଧିକ ପଢନ୍ତୁ...

କେନ୍ଦୁଝରରେ ଆଦିବାସୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍ଘାଟିତ, ଆଦିବାସୀଙ୍କ ଭାଷା, ଚଳଣି ,ଧର୍ମସଂସ୍କୃତି ଓ ଜୀବନ ଉପରେ ମିଳିବ ତଥ୍ୟ

କେନ୍ଦୁଝର: ଆଦିବାସୀ କଳା ,ଲୋକ ସଂସ୍କୃତି, ପରମ୍ପରା ଓ ଜନ ଜୀବନକୁ ସଂରକ୍ଷିତ କରି ରଖିବାକୁ କେନ୍ଦୁଝରରେ ଖୋଲିଲା ଆଦିବାସୀ ଶିକ୍ଷାସାଧନ କେନ୍ଦ୍ର । ଏ ପ୍ରୟାସ ସାରା ରାଜ୍ୟରେ ପ୍ରଥମ ହୋଇଥିବାବେଳେ ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଶିକ୍ଷାସାଧନ କେନ୍ଦ୍ରରେ ସମ୍ପ୍ରତି ବିଲୁପ୍ତପ୍ରାୟ ଆଦିବାସୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସ୍ଥାନିତ ହୋଇଛି ଓ ନିୟମିତ ବ୍ୟବଧାନରେ ଏଠାରେ କର୍ମଶାଳା ଆୟୋଜିତ ହେବ । ଆଜି ସ୍ବାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଏହି ସାଧନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ।

କେନ୍ଦୁଝରରେ ଆଦିବାସୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍ଘାଟିତ, ଆଦିବାସୀଙ୍କ ଭାଷା, ଚଳଣି , ଧର୍ମସଂସ୍କୃତି ଓ ଜୀବନ ଉପରେ ମିଳିବ ତଥ୍ୟ

ଆଧୁନିକତା ଯୋଗୁଁ ଆଦିବାସୀଙ୍କ ଜୀବନଚର୍ଯ୍ୟାରେ ବ୍ୟାପକ ପରିବର୍ତ୍ତନ ହୋଇଛି । ସେମାନେ ଅତୀତରେ ବ୍ୟବହାର କରୁଥିବା ଅନେକ ଜିନିଷ ଲୋପ ପାଇବାକୁ ବସିଲାଣି ଓ ଜିଲ୍ଲା ପ୍ରଶାସନ ଏସବୁକୁ ପରପିଢ଼ିର ଗବେଷକ ଓ ସଂସ୍କୃତିପ୍ରେମୀଙ୍କ ପାଇଁ ସଂରକ୍ଷିତ କରି ରଖିବାକୁ ଉଦ୍ୟମ ଆରମ୍ଭ କରିଛି । ଓଡ଼ିଶାରେ ୬୦ରୁ ଅଧିକ ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି ଓ କେନ୍ଦୁଝର ଜିଲ୍ଲାରେ ପ୍ରାୟ ୨୫ଟି ଜନଜାତିର ଲୋକେ ବସବାସ କରନ୍ତି । ସେଥିରୁ ଭୂୟୀ, ଜୁଆଙ୍ଗ, ହୋ,ସାନ୍ତାଳ,ସାଉଁତି ଆଦି ସମ୍ପ୍ରଦାୟ ଦ୍ବାରା ବ୍ୟବହୃତ ବିଭିନ୍ନ ଜିନିଷକୁ ଏଠାରେ ସଂରକ୍ଷିତ କରି ରଖାଯାଇଛି ।

ସେହିପରି ଆଦିବାସୀ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ମାଛଜାଲ, ଅଳଙ୍କାର, ଟଙ୍କାମାଳ, ବାଦ୍ୟ ଓ କୃଷି ଉପକରଣ ଆଦି ଏଠାରେ ରଖାଯାଇଥିବା ବେଳେ ଫଟୋ ଓ ତଥ୍ୟ ଗ୍ୟାଲେରୀ ବ୍ୟବସ୍ଥା ମଧ୍ୟ ରହିଛି । ଗବେଷକ ଏଠାରୁ ଆଦିବାସୀଙ୍କ ଭାଷା, ଚଳଣି , ଧର୍ମସଂସ୍କୃତି ଓ ଜୀବନ ଉପରେ ଅନେକ ତଥ୍ୟ ପାଇପାରିବେ । ଏଠାରେ ଅଡ଼ିଓ ଭିଜୁଆଲ୍ ବ୍ୟବସ୍ଥା ବି କରାଯାଇଛି, ଯାହା ଆଦିବାସୀ ଜନଜୀବନ ଉପରେ କର୍ମଶାଳା ମଧ୍ୟ ଆୟୋଜିତ ମଧ୍ୟ ହୋଇପାରିବ । ଏହି ଶିକ୍ଷା ସାଧନ କେନ୍ଦ୍ର ଆଦିବାସୀଙ୍କ ଶିକ୍ଷା ସହ ନୂତନ ପିଢ଼ି ପାଇଁ ବେଶ ଉପାଦେୟ ହେବ ବୋଲି ମୁଖ୍ୟ ଅତିଥି ତଥା ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.