ଆନନ୍ଦପୁର: ଘଷିପୁରା ବ୍ଲକ କେଶଦୁରାପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜନମଙ୍ଗଳ ଉଚ୍ଚ ବିଦ୍ୟାଳୟ ଠାରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମେଡ଼ିକାଲର ସ୍ବାସ୍ଥ୍ୟ କର୍ମୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ତତ୍ବାବଧାନରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ସ୍ବଚ୍ଛତା ସମ୍ପର୍କରେ ସତ୍ୟପାଠ କରିଥିଲେ ।
ପରେ ଛାତ୍ରଛାତ୍ରୀଙ୍କୁ ନେଇ ସଫେଇ , ସାଧାରଣ ଜ୍ଞାନ ପରୀକ୍ଷା, ଗଣ ଦୌଡ଼ ଓ ମାକ୍ସ ବଣ୍ଟନ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ