କେନ୍ଦୁଝର: ଛେଳି ଚରାଇବା ବେଳେ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ ହୋଇଛି (Three Women Electrocuted To Death In Keonjhar)। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିରୀ ଗାଁରେ । ମୃତକମାନେ ହେଲେ ଟାଙ୍ଗିରୀ ଜୁଆଙ୍ଗ ସାହିର କାଠି ଜୁଆଙ୍ଗ, ନିରାଧି ଜୁଆଙ୍ଗ, ମେଞ୍ଜାରୀ ଜୁଆଙ୍ଗ ।
ଏହା ମଧ୍ୟ ପଢନ୍ତୁ: ଆସନ୍ତା ୨୫ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି, ଜାଣନ୍ତୁ ସମ୍ପୂର୍ଣ ବିବରଣୀ
ସୂଚନାଅନୁସାରେ, ଟାଙ୍ଗିରୀ ଗାଁର ଏହି ତିନିଜଣ ମହିଳା ଛେଳି ଚରାଇବା ପାଇଁ ଯାଇଥିଲେ । ଛେଳି ଚରାଇ ଏମାନେ ଘରକୁ ଫେରୁଥିଲେ । ତେବେ ଗାଁ ପାର୍ଶ୍ୱରେ ଦୁଇ ଚାଷୀ ନିଜ ପରିବା ଚାଷ ଜମିକୁ ନେଇଥିବା ବିଦ୍ୟୁତ୍ ତା’ର ଛିଣ୍ଡି ରାସ୍ତାରେ ପଡ଼ିଥିଲା । ସେହି ସମୟରେ ଗୋଟିଏ ଛେଳି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା । ଛେଳିକୁ ବଞ୍ଚାଇବାକୁ ଯାଇ ଜଣେ ପରେ ଜଣେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଉକ୍ତ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି । ତେବେ ମୃତକମାନଙ୍କୁ ବ୍ୟବଚ୍ଛେଦ ପାଇଁ ତେଲକୋଇ ଡାକ୍ତରଖାନାକୁ ନିଆଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, କେନ୍ଦୁଝର