ETV Bharat / state

ବିଜୁଳି ଦର ବୃଦ୍ଧି ନେଇ ଜିଲ୍ଲା ବିଜେପିର ପ୍ରତିବାଦ - Government Office

ବିଦ୍ୟୁତ ଦରବୃଦ୍ଧିରେ ଲାଗୁନି ରୋକ୍ । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ବିଦ୍ୟୁତ ସହକାରୀ ଯନ୍ତ୍ରୀଙ୍କ ଅଫିସ ଘେରାଉ । ଅଧିକ ପଢନ୍ତୁ...

ବିଜୁଳି ଦର ବୃଦ୍ଧି ହ୍ରାସ ନେଇ ଜିଲ୍ଲା ବିଜେପିର ପ୍ରତିବାଦ

author img

By

Published : Jul 20, 2021, 8:23 PM IST

କେନ୍ଦୁଝର: ରାଜ୍ୟରେ ଦୀର୍ଘଦିନ ଧରି ବିଦ୍ୟୁତ ଦର ବୃଦ୍ଧି ହେବା ସତ୍ତ୍ବେ ଦରରେ ହ୍ରାସ ନ ଘଟିବା ଓ ଓଡ଼ିଶାର ଜନସାଧାରଣ ଜନତାଙ୍କୁ ନିରଵଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବିରେ ଆଜି (ମଙ୍ଗଳବାର) ବିଜେପି ତରଫରୁ ସାରା ରାଜ୍ୟରେ ବିକ୍ଷୋଭ ପଦର୍ଶନ କରାଯାଇଛି ।

ବିଜୁଳି ଦର ବୃଦ୍ଧି ହ୍ରାସ ନେଇ ଜିଲ୍ଲା ବିଜେପିର ପ୍ରତିବାଦ

ଏନେଇ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସମେତ ହିତାଧିକାରୀମାନେ ଚମ୍ପୁଆ ବିଦ୍ୟୁତ ଷ୍ଟ୍ରକଚର ସମ୍ମୁଖରେ ଧାରଣା ଦେଇଛନ୍ତି । ବିଦ୍ୟୁତ ବିଭାଗ ସେବା କମ ଟିକସ ଅଧିକ ନୀତି ଆପଣାଇଥିବା ନେଇ ନାରା ଦେବା ସହ ରାଜ୍ୟସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା କଷ୍ଟରେ ଥିବା କୁହାଯାଇଛି ।

ସେପଟେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କଲେଜ ସ୍କୁଲରେ କୋଟି କୋଟି ଟଙ୍କା ବିଲ ବାକି ପଡିଛି । ଏଭଳି ସ୍ଥଳେ ସାଧାରଣ ହିତାଧିକାରୀଙ୍କୁ ବିଦ୍ୟୁତ ବିଲ ବୃଦ୍ଧିକରି ଶୋଷଣ କରୁଥିବା କୁହାଯାଇଛି । ପରେ ଏକ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ସ୍ଥାନୀୟ ବିଦ୍ୟୁତ ବିଭାଗର ଏସଡିଓ(SDO)ଙ୍କୁ ପ୍ରଦାନ କରାଯାଇଛି ।

ବିଦ୍ୟୁତ କମ୍ପାନୀ ଏହି ଦର ନ କମାଇଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.