ETV Bharat / state

ତିନି ଦିନ ଧାରଣା ପରେ ପହଞ୍ଚିଲେ ଭିସି, ପ୍ରତିଶୃତି ପରେ ହଟିଲା ଧାରଣା

author img

By

Published : Dec 10, 2021, 10:24 PM IST

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ପରେ ଦେଖାଦେଇଛି ବିଭିନ୍ନ ସମସ୍ୟା । ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ଧାରଣା । ତିନି ଦିନର ଧାରଣା ପରେ ଆଜି ( ଶୁକ୍ରବାର) ବିଶ୍ୱବିଦ୍ୟାଳୟର ଉପକୁଳପତି କେନ୍ଦୁଝର ଆସି ପହଁଞ୍ଚିଥିଲେ । ଅଧିକ ପଢନ୍ତୁ

ତିନି ଦିନ ଧାରଣା ପରେ ପହଞ୍ଚିଲେ ଭିସି: ପ୍ରତିଶୃତି ପରେ ହଟିଲା ଧାରଣା

କେନ୍ଦୁଝର : ଜିଲ୍ଲା ପୁରୁଣା ସହର ଠାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏହି ଦ୍ୱିତୀୟ କ୍ୟାମ୍ପସ ଗଠନ ଦିନ ଠାରୁ ଏଠାରେ ସମସ୍ୟା ଦୂର ହେବାର ନାଁ ନେଉନାହିଁ । କେତେବେଳେ ଶ୍ରେଣୀଗୃହ ସମସ୍ୟା ତ ଆଉ କେତେବେଳେ ପରୀକ୍ଷା ସଠିକ ନ ନେବା ନେଇ ଲାଗି ରହିଛି ସମସ୍ୟା । ଏହି ଦ୍ୱିତୀୟ କ୍ୟାମ୍ପସ ହେବା ଦିନ ଠାରୁ ସୁରକ୍ଷା ବ୍ୟବସ୍ଥା ନେଇ ବହୁବାର ଛାତ୍ରଛାତ୍ରୀ ଆନ୍ଦୋଳନ ଚଳାଇଛନ୍ତି । ଏହିଭଳି ତେର ଦଫା ନେଇ ତିନି ଦିନ ଧରି ଦ୍ୱିତୀୟ କ୍ୟାମ୍ପସର ଶତାଧିକ ଛାତ୍ରଛାତ୍ରୀ ଗେଟରେ ତାଲା ପକାଇ ଧାରଣା ଦେଇ ଆସୁଥିଲେ ।

ତିନି ଦିନର ଧାରଣା ପରେ ଆଜି ( ଶୁକ୍ରବାର) ବିଶ୍ୱବିଦ୍ୟାଳୟର ଉପକୁଳପତି କେନ୍ଦୁଝର ଆସି ପହଁଞ୍ଚିଥିଲେ । ଉପକୁଳପତି ପହଁଞ୍ଚିଲା ପରେ ଛାତ୍ରଛାତ୍ରୀ ମାନେ ତାଙ୍କୁ ଉପୁଜିଥିବା ଅସୁବିଧା ନେଇ କ୍ୟାମ୍ପସ ବୁଲାଇ ଦେଖାଇଥିଲେ । କ୍ୟାମ୍ପସ ବୁଲିବା ପରେ ଉପକୁଳପତି ଧାରଣାରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଉପକୁଳପତି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଛି ଅପ୍ରିତିକର ପରିସ୍ଥିତି ଉପୁଜିଥିଲା ।

କିଛି ସମୟ ପରେ ପରିସ୍ଥିତି ଶାନ୍ତ ହେଲାପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଉପକୁଳପତି ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ , ଛାତ୍ରୀଙ୍କ ହଷ୍ଟେଲ,କ୍ୟାମ୍ପସ ସୁରକ୍ଷା ଆଦି ଦାବି ଆସନ୍ତା ଫ୍ରେବୁଆରୀ ମାସ ଶେଷ ସୁଦ୍ଧା ପୂରଣ କରିବା ନେଇ ପ୍ରତିଶୃତି ଦେଇଥିଲେ । ଏହା ଛଡା ଅନ୍ୟାନ୍ୟ ଦାବି ଯଥାଶୀଘ୍ର ପୂରଣ କରିବା ନେଇ ମାନିବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରି ଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ ଆନ୍ଦୋଳନ ପୂରଣ ନହଲେ । ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.