ETV Bharat / state

ଧନୀ ଜିଲ୍ଲା କେନ୍ଦୁଝରରେ କୁପୋଷଣ ଶିକାର ଶିଶୁ, ଗ୍ରାଉଣ୍ଡରେ ସ୍ଥିତି ପରଖିଲା ଇଟିଭି ଭାରତ

ଧନୀ ଜିଲ୍ଲା ବୋଲାଉଥିବା କେନ୍ଦୁଝର ଜିଲ୍ଲାରେ କୁପୋଷଣର ଶିକାର ହେଉଛନ୍ତି ଶିଶୁ । 18 ଦିନରେ 13 ନବଜାତକ ଆଖି ବୁଜିଥିବା ବେଳେ ମାତୃମୃତ୍ୟୁ ହାର ମଧ୍ୟ ବଢୁଛି । ସଚେତନ ଓ ପରିଚାଳନା ଅଭାବରୁ ଏପରି ଚିତ୍ର ସାମ୍ନକୁ ଆସିିଛି । ଅଧିକ ପଢନ୍ତୁ

ସଚେତନତା ଓ ପରିଚାଳନା ଅଭାବ, ଧନୀ ଜିଲ୍ଲାରେ କୁପୋଷଣ ଶିକାର ଶିଶୁ

author img

By

Published : Oct 4, 2022, 7:03 PM IST

କେନ୍ଦୁଝର: ସଂସଦରେ ଶିଶୁଙ୍କ ପୋଷଣ ପ୍ରସଙ୍ଗରେ ଆଲୋଚନା ହେଉଛି । ସରକାର କୁପୋଷଣକୁ ରୋକିବା ଦିଗରେ କି କି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ଦିଗରେ ଗୃହରେ ପ୍ରଶ୍ନ ଉଠିଥିବା ନଜିର ରହିଛି । ଏକ୍ଷେତ୍ରରେ ପୋଷଣ ଅଭିଯାନ ଜାରି ରହିଥିବା ସରକାର ରିପୋର୍ଟରେ ଦର୍ଶାଉଛନ୍ତି । ଏପଟେ ରାଜ୍ୟରେ ମଧ୍ୟ କୁପୋଷଣ ପାଇଁ ଅନେକ ଯୋଜନା ରହିଛି । ଏପରିକି ରାଜ୍ୟରେ ‘ନଗଡା’ ମାମଲା ସାମ୍ନାକୁ ଆସିବା ପରେ ସରକାର ପୃଷ୍ଟିସାଧନ ପାଇଁ କାହିଁ କେତେ ଯୋଜନା ଆରମ୍ଭ କରିଛନ୍ତି ।

ଧନୀ ଜିଲ୍ଲା କେନ୍ଦୁଝରରେ କୁପୋଷଣ ଶିକାର ଶିଶୁ

ହେଲେ ଆଜି ବି କିଛି ଜିଲ୍ଲାରେ କୁପୋଷଣର ଶିକାର ହୋଇ ଆଖି ବୁଜୁଛନ୍ତି ନବଜାତକ । ଖାଲି ହେଉଛି ଅନେକ ମା’ଙ୍କ କୋଳ । ରାଜ୍ୟର ଧନୀ ଜିଲ୍ଲା ଭାବେ ପରିଚିତ କେନ୍ଦୁଝର ଜିଲ୍ଲାରେ ବ୍ୟାପକ ସଚେତନତା ଓ ପରିଚାଳନା ଅଭାବରୁ କୁପୋଷଣର ଶିକାର ହୋଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ ମାତୃ ମୃତ୍ୟୁହାର ମଧ୍ୟ ବଢିବାକୁ ଲାଗିଛି । ନିକଟରେ କେନ୍ଦୁଝର ଜିଲ୍ଲାରେ 18 ଦିନରେ 13 ଜଣ ଶିଶୁଙ୍କ ମୃତ୍ୟୁ ହେବା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏ ଘଟଣା ପରେ ଜିଲ୍ଲା ବାଂଶପାଳ ବ୍ଲକ ଇମିରି ଗ୍ରାମରେ ସ୍ଥିତି ପରଖି ଥିଲା ଇଟିଭି ଭାରତ ଟିମ୍ । ସନ୍ତାନ ହରାଇଥିବା ଏକ ପରିବାରକୁ ଭେଟିଥିଲେ ଆମ ପ୍ରତିନିଧି ।

ବଣ ଜଙ୍ଗଲ ଭରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଉଛି କେନ୍ଦୁଝର । ଏହି ଆଦିମ ଜନଜାତି ଭରା ଜିଲ୍ଲାରେ ପ୍ରକୃତି ଭରି ଦେଇଛି ଅପରୁପା ସମ୍ଭାର । ଏଠି ଶାଳ ପିଆଶାଳ ଭଳି ଜଙ୍ଗଲ ସହ ଲୌହ ଓ ମଙ୍ଗାନିଜ ପରି ଖଣିଜ ସମ୍ପଦ ଭରି ରହିଛି । ଏହି ଖଣି ଖାଦାନରୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରୁଛନ୍ତି । କିନ୍ତୁ ଏତେ ପରିମାଣର ରାଜସ୍ୱ ଆଦାୟ ହେଉଥିଲେ ମଧ୍ୟ ଏଠିକାର ଅଧିବାସୀଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ନାହିଁ । ବଣ ଜଙ୍ଗଲ ଭରା ଜିଲ୍ଲାର ସମସ୍ୟା ହି ସମସ୍ୟା । ଶିଶୁ କୁପୋଷଣର ଶିକାର ହେଉଥିବା ଅଭିଯୋଗ ହେଇ ଆସୁଛି । ମାତୃମୃତ୍ୟୁ ହାର ମଧ୍ୟ ବଢି ଚାଲିଛି । ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ନବଜାତ ଶିଶୁ ମୃତ୍ୟୁ ନେଇ ସାରା ରାଜ୍ୟରେ ହାଇଚଇ ସୃଷ୍ଟି ହୋଇଥିଲା । ଏହି ନବଜାତ ଶିଶୁ ମୃତ୍ୟୁ ମଧ୍ୟରେ ବାଂଶପାଳ ବ୍ଲକ ଇମିରି ଗ୍ରାମର କାମା ଦେହୁରୀଙ୍କର ଜଣେ ନବଜାତ ଶିଶୁ ରହିଥିଲା ।

ଏହା ବି ପଢନ୍ତୁ...18ଦିନରେ 13ଟି ଶିଶୁ ମୃତ୍ୟୁ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଆମ ଟିମ ଇମିରି ଗ୍ରାମର କାମା ଦେହୁରିକୁ ଘଟଣା ନେଇ ପଚାରି ବୁଝିଥିଲା । ପୂର୍ବରୁ ତାଙ୍କର ଦୁଇ ଛୁଆ ଘରେ ଜନ୍ମ ହେବା ପରେ ସଙ୍ଗେ ସଙ୍ଗେ ସେମାନଙ୍କ ମୃତ୍ୟୁ ହୋଇଥିବା ଦୁଃଖର ସହ ପ୍ରକାଶ କରିଥିଲେ ପରିବାର । ତୃତୀୟ ସନ୍ତାନ ନେଇ ବହୁ ଆଶା ଥିବାବେଳେ ମେଡିକାଲରେ ଜନ୍ମ ହେବା ପରେ ତାର ମଧ୍ୟ ଶିଶୁ ମୃତ୍ୟୁ ହେଇଥିଲା । ଶିଶୁ ମୃତ୍ୟୁ ନେଇ ଗାଁରେ ଭ୍ରାନ୍ତ ଧାରଣା ଥିବାବେଳେ ଏହି ଶିଶୁ ମୃତ୍ୟୁ ଧାରଣାକୁ ଆହୁରି ଦୃଢ଼ୀଭୂତ କରିଛି । ପ୍ରଶାସନ ପକ୍ଷରୁ ବ୍ୟାପକ ପୋଷଣ ଜନିତ ଖାଦ୍ୟ ସଚେତନତା ସହ ଶିଶୁ ଓ ମାତୃ ଗର୍ଭଧାରଣ ପରେ ଖାଦ୍ୟ ଯୋଗାଇବା ନେଇ ବ୍ୟବସ୍ଥା ହେଉଛି । ଗର୍ଭଧାରଣ ପରେ ସମସ୍ତ ଆଦିବାସୀ ମହିଳାଙ୍କୁ ମାଆ ଗୃହରେ ରଖିବା ସହ ସମ୍ପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଉକ୍ତ ଶିଶୁ ମୃତ୍ୟୁ ଘଟଣା ପରେ ପ୍ରଶାସନ ସଜାଗ ହୋଇଥିବା ବେଳେ ଏଭଳି ଘଟଣା ନଘଟିବା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହା ସହ ଉକ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଅପହଞ୍ଚ ଅଞ୍ଚଳ ଗୁଡିକରେ ପ୍ରଶାସନ ପକ୍ଷରୁ କୁପୋଷଣ ଓ ଗର୍ଭ ଜନିତ ସଚେତନ ନେଇ ବ୍ୟାପକତା ବଢାଇବା ଆବଶ୍ୟକତା ରହୁଛି । ସାରା ଦେଶରେ ଶିଶୁ ପୃଷ୍ଟିହୀନତା କ୍ଷେତ୍ରରେ ଆଗରେ ରହିିଛି ଓଡିଶା । କୁପୋଷଣ ନିରାକରଣ କ୍ଷେତ୍ରରେ ବ୍ୟପକ ସଚେତନତା ଓ ପରିଚାଳନାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.