ETV Bharat / state

ଧରାପୃଷ୍ଠରୁ ହଜିଯିବାକୁ ବସିଛି ଲାଲ ଟୁକୁଟୁକୁ ସାଧବ ବୋହୂ !

ଓଡିଆ ଢଗ ଢମାଳିରେ ଗୋଟିଏ କଥା ଅଛି । ଲାଲ ଟୁକୁଟୁକୁ ସାଧବ ବୋହୂ, ମେଘ ବରଷାରେ କୁଆଡ଼େ ଯାଉ । ବର୍ଷା ଋତୁରେ ଦେଖାଯାଉଥିବା ଏହି ସୁନ୍ଦର ଓ ବିରଳ କୀଟକୁ ଦେଖିଲେ ସମସ୍ତେ ଖୁସି ଅନୁଭବ କରନ୍ତି । ଅଧିକ ଖବର ପଢନ୍ତୁ...

author img

By

Published : Aug 11, 2020, 7:24 PM IST

ଧରାପୃଷ୍ଠରୁ ହଜିଯିବାକୁ ବସିଛି ନାଲି ଟୁକୁଟୁକୁ ସାଧବ ବୋହୂ !

ଆନନ୍ଦପୁର: ଓଡିଆ ଢଗ ଢମାଳିରେ ଗୋଟିଏ କଥା ଅଛି । ନାଲି ଟୁକୁଟୁକୁ ସାଧବ ବୋହୂ, ମେଘ ବରଷାରେ କୁଆଡ଼େ ଯାଉ । ବର୍ଷା ଋତୁରେ ଦେଖାଯାଉଥିବା ଏହି ସୁନ୍ଦର ଓ ବିରଳ କୀଟକୁ ଦେଖିଲେ ସମସ୍ତେ ଖୁସି ଅନୁଭବ କରନ୍ତି । ଏହାକୁ ନେଇ କେତେ କାବ୍ୟ, କବିତାର ସମ୍ଭାର ଦେଖିବାକୁ ମିଳେ। ମାତ୍ର ଆଜିର ସମାଜରେ ଏହି ଲାଲ ଟୁକୁଟୁକୁ ସାଧବ ବୋହୂ ପୋକ ବିଲୁପ୍ତପ୍ରାୟ ।

ଆସିଛି ବର୍ଷାଋତୁ । ସୁଶୀତଳ ପରିବେଶ ସାଙ୍ଗକୁ ସୁବୁଜିମାରେ ଭରିଯାଇଛି ବସୁନ୍ଧରା । ଆଉ ତାକୁ ଅଧିକ ରଙ୍ଗୀନ କରିଛନ୍ତି ଏହି ଲାଲ ଟୁକୁଟୁକୁ ସାଧବବୋହୂ । ଲାଗେ ସତରେ ଯେମିତି ଘାସଗାଲିଚାକୁ ଓହ୍ଲାଇ ଆସିଛି ଅପସରା । ଆନନ୍ଦପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି ସାଧବବୋହୂର ସମ୍ଭାର । ରକ୍ତ ସିନ୍ଦୁର ନାଲି ଓଢଣାରେ ସତେ ଯେମିତି ନୂଆ ବୋହୂଟେ ସଜେଇ ହୋଇଛି । ଏପଟେ ଏହି ଲାଲ ଟୁକୁ ସାଧବ ବୋହୂକୁ ଦେଖି କବି ଓ ପ୍ରକୃତି ପ୍ରେମୀ ଭାବୁକ ହୋଇପଡିଛନ୍ତି ।

କାହିଁ କେଉଁ କାଳରୁ ଚାଷୀ ଭାଇର ସାଥୀ ପାଲଟିଛି ସାଧବ ବୋହୂ । ବର୍ଷାଦିନ ଆସିଲେ ସନ୍ତସନ୍ତିଆ ଯାଗାରେ ଏମାନଙ୍କ ସମ୍ଭାର ଦେଖିବାକୁ ମିଳିଥାଏ । ଏହି ପୋକର ରଙ୍ଗ ଗାଢ ସିନ୍ଦୁର ରଙ୍ଗ । ଯେତେବେଳେ ଏମାନେ ଅଣ୍ଡାରୁ ଜନ୍ମ ହୋଇଥାଆନ୍ତି, ସେତେବେଳେ ସେମାନଙ୍କ ରଙ୍ଗ ଫିକା ନାଲି ରଙ୍ଗ ଥାଏ । ହେଲେ ପରେ ଧିରେ ଧିରେ ଗାଢ ନାଲି ରଙ୍ଗରେ ମନ ମୋହିଥାନ୍ତି ଏହି ସାଧବବୋହୂ । ବର୍ଷାଦିନେ ସାଧବବୋହୂକୁ ଦେଖି ଏ ବର୍ଷ ଭଲ ଫସଲ ହେବ ବୋଲି ଅନୁମାନ କରିନିଏ ଚାଷୀଭାଇ । ହେଲେ ଆଜି ଏ କୀଟ ବିଲୁପ୍ତ ପ୍ରାୟ । ସାର ଓ କୀଟନାଶକ ବିପୁଳ ପ୍ରୟୋଗରେ ଏମାନଙ୍କର ବଂଶ ଲୋପ ପାଇଯାଉଛି । ଯାହାକୁ ନେଇ ଚିନ୍ତାରେ ପରିବେଶ ବିତ୍ ଓ ପ୍ରକୃତି ପ୍ରେମୀ ।

ସତରେ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ ସହ ଓ ଧରାପୃଷ୍ଠରେ ଲାଲ ରଙ୍ଗର ସାଧବବୋହୂର ସମ୍ଭାରରେ ଲାଗୁଛି ସତେ ଯେମିତି ପ୍ରକୃତିରାଣୀ ଲାଲ ପାଟଶାଢୀ ପିନ୍ଧି ସଜେଇ ହୋଇଛି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.