କେନ୍ଦୁଝର: ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ । ପ୍ରଭୁ ବଳଦେବଜୀଉଙ୍କ ରଥ ସଂସ୍କୃତି ୪ଶହ ବର୍ଷରୁ ଊର୍ଦ୍ଧ୍ବ ହେବ । କେନ୍ଦୁଝର ରଥ,ଏକକ ହୋଇଥିବା ବେଳେ ଏହା ବିଶ୍ୱର ସର୍ବୋଚ୍ଚ ରଥ ବୋଲି ମାନ୍ୟତା ମଧ୍ୟ ପାଇଛି । କିନ୍ତୁ କରୋନା ମହାମାରୀ ଏହି ସଂସ୍କୃତିରେ ବାଧା ଦେଇଛି । ଗତବର୍ଷ କରୋନା ମହାମାରୀ ପାଇଁ ଏହି ରଥଯାତ୍ରା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା ।
ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ପୁରୀ ଛଡା ଅନ୍ୟ ସବୁ ଜିଲ୍ଲାରେ ରଥଯାତ୍ରା ଉପରେ ରୋକ ଲଗାଇଛନ୍ତି । କରୋନା କଟକଣା ମଧ୍ୟରେ ପୁରୀରେ ରଥଯାତ୍ରା ହେଉଥିବାବେଳେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତାଙ୍କ ରଥଯାତ୍ରା ହେବା ନେଇ ଦାବି କରିଛନ୍ତି କେନ୍ଦୁଝର ଜିଲ୍ଲାବାସୀ । ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ଶହ ଶହ ସଂଖ୍ୟାରେ ସହରବାସୀ ପ୍ରତୀକ ଧାରଣାରେ ବସିଥଲେ । ଏହା ସହ ମନ୍ଦିର ସମ୍ମୁଖରେ ଦୀପ ଦାନ କରି ପ୍ରଶାସନକୁ କରୋନା କଟକଣା ମଧ୍ୟରେ ରଥଯାତ୍ରା ପାଇଁ ନିବେଦନ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ