ETV Bharat / state

ବିଧାୟକଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ

ଘଷିପୁରା ବିଧାୟକ ଓ ଉପଜିଲ୍ଲାପାଳ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଚାଲିଥିବା ଧାରଣା ସ୍ଥଳରେ ପହଞ୍ଚିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଫୋନ ଯୋଗେ ସମସ୍ୟାର ସମାଧାନ ନିମନ୍ତେ ବାର୍ତ୍ତାଳାପ ପରେ ସେଛାରେ ଚାଲିଥିବା ଧାରଣା ପ୍ରତ୍ୟାହୃତ ହୋଇଛି । ଅଧିକ ପଢନ୍ତୁ...

ବିଧାୟକଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ
ବିଧାୟକଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ
author img

By

Published : Oct 29, 2021, 10:17 PM IST

ଆନନ୍ଦପୁର: ଘଷିପୁରା ବିଧାୟକ ଓ ଉପଜିଲ୍ଲାପାଳ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଚାଲିଥିବା ଧାରଣା ସ୍ଥଳରେ ପହଞ୍ଚିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଫୋନ ଯୋଗେ ସମସ୍ୟାର ସମାଧାନ ନିମନ୍ତେ ବାର୍ତ୍ତାଳାପ ପରେ ସେଠାରେ ଚାଲିଥିବା ଧାରଣା ପ୍ରତ୍ୟାହୃତ ହୋଇଛି । ଆଜି(ଶୁକ୍ରବାର) ସକାଳୁ ମା’ ମଙ୍ଗଳା କ୍ଲବ ଘଷିପୁରା ଏବଂ ସାମ୍ବାଦିକଙ୍କ ମିଳିତ ସହଯୋଗରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ହେଉଥିବା ବିଭିନ୍ନ ଅବ୍ୟବସ୍ଥାର ସମାଧାନ ନିମନ୍ତେ ୫ ଦଫା ଦାବି ନେଇ ଧାରଣା ଦିଆଯାଇଥିଲା।

ବିଧାୟକଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ

ଖବର ପାଇ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଏବଂ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ ଧାରଣା ସ୍ଥଳରେ ପହଞ୍ଚି ଦାବି ବିଷୟରେ ଅବଗତ ହୋଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଦାବି ଗୁଡିକର ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.