ETV Bharat / state

ବର୍ଷେ ନପୁରୁଣୁ ଭାଙ୍ଗିଲା ପୋଲ; ଓଲଟିଲା ଇଟା ବୋଝେଇ ଟ୍ରକ - ଓଲଟିଲା ଇଟା ବୋଝେଇ ଟ୍ରକ

5 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପୋଲକୁ ବର୍ଷେ ନପୁରୁଣୁ ଭାଙ୍ଗି ପଡିଲା । ଫଳରେ ଇଟା ବୋଝେଇ ଟ୍ରକଟି ଓଲଟି ପଡିଥିବା ଦେଖିବାକୁ ମିଳିଛି । ଯାହାଦ୍ବାରା ଆନନ୍ଦପୁର ଉପଖଣ୍ଡ ଶାଳପଡା-ସରେଇଁ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ବର୍ଷେ ନପୁରୁଣୁ ଭାଙ୍ଗିଲା ପୋଲ; ଓଲଟିଲା ଇଟା ବୋଝେଇ ଟ୍ରକ

author img

By

Published : Sep 6, 2020, 12:27 PM IST

କେନ୍ଦୁଝର: ବର୍ଷେ ନପୁରୁଣୁ ଭାଙ୍ଗିଲା ପୋଲ । ଫଳରେ ପୋଲରେ ଗଳି ପଡ଼ିଲା ଇଟା ବୋଝେଇ ଟ୍ରକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଶାଳପଡା-ସରେଇଁ ରାସ୍ତାରେ ।

ବର୍ଷେ ନପୁରୁଣୁ ଭାଙ୍ଗିଲା ପୋଲ; ଓଲଟିଲା ଇଟା ବୋଝେଇ ଟ୍ରକ

ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଫାପୁଡିଆ ନାଳ ଉପରେ ଥିବା ପୋଲଟି ଗତବର୍ଷ ଲଗାଣ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ସେତେବେଳେ ପାଖାପାଖି ୫ଲକ୍ଷ ଟଙ୍କା ବ୍ୟୟରେ ମରାମତି ହୋଇଥିଲା ଏହି ପୋଲ। ଆଜି ସକାଳୁ ଏକ ଇଟା ବୋଝେଇ ଟ୍ରକ ସେହି ରାସ୍ତା ଦେଇ ଯାଉଥିବା ବେଳେ ପୋଲର ଉପରି ଭାଗ ହଠାତ୍ ଗଳି ପଡ଼ିଥିଲା । ଫଳରେ ଟ୍ରକ ଟି ସେଠାରେ ପଂଶି ରହିଛି ।

ବର୍ତ୍ତମାନ ଏହି ରାସ୍ତାରେ ୪ ଚକିଆ ଯାନ ଚଳାଚଳ ବନ୍ଦ ହୋଇଥିବା ବେଳେ ଭୟରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଠିକାଦାରଙ୍କ ଏଭଳି ନିମ୍ନ ମାନର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ତରବରିଆ ଭାବେ ଘଟଣାସ୍ଥଳରେ ସଂପୃକ୍ତ ଅଧିକାରୀମାନେ ପହଞ୍ଚିସ୍ଥିତିର ଅନୁଧ୍ୟାନ କରିଛନ୍ତି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟତ କରୁଥିବା ବେଳେ ପୋଲଟିକୁ ସମ୍ପୂର୍ଣ୍ଣ ରୂପେ ନୂଆ କରି ନିର୍ମାଣ କରିବା ପାଇଁ ଦାବି ହେଉଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.