ETV Bharat / state

ବେଆଇନ ମଦଭାଟିରେ ଅବକାରୀର ଚଢାଉ, ଜଣେ ଗିରଫ - କେନ୍ଦୁଝର ଜିଲ୍ଲା ସେସୋ ଥାନା ଢେଙ୍କା ହାଟସାହିର ନ୍ୟୁଜ

ମହୁଲ ମଦଭାଟିରେ ଚଢାଉ କଲା ଅବକାରୀ ବିଭାଗ । ଜଣେ ଅଭିଯୁକ୍ତ ଗିରଫ । ଚାଲିଛି ମାମଲାର ତଦନ୍ତ ।

ବେଆଇନ ମହୁଲି ମଦଭାଟିରେ ଅବକାରୀ ବିଭାଗର ଚଢାଉ
ବେଆଇନ ମହୁଲି ମଦଭାଟିରେ ଅବକାରୀ ବିଭାଗର ଚଢାଉ
author img

By

Published : Apr 17, 2021, 10:26 AM IST

Updated : Apr 17, 2021, 10:57 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ସେସୋ ଥାନା ଢେଙ୍କା ହାଟସାହିର ଏକ ବେଆଇନ ମହୁଲ ମଦଭାଟିରେ ଆନନ୍ଦପୁର ଅବକାରୀ ବିଭାଗର ଚଢାଉ । ୩ ହଜାରୁ ଊର୍ଦ୍ଧ୍ବ କିଲୋଗ୍ରାମ ମହୁଲ ପୋଚ ସହ ୯୫ ଲିଟର ମହୁଲି ମଦ ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ଜଣେ ମହିଳାକୁ ଗିରଫ ମଧ୍ୟ କରାଯାଇଛି।

ବେଆଇନ ମହୁଲି ମଦଭାଟିରେ ଅବକାରୀ ବିଭାଗର ଚଢାଉ

କୌଣସି ସୂତ୍ରରୁ ଖବର ପାଇ ଶନିବାର ସକାଳେ ଆନନ୍ଦପୁର ଅବକାରୀ ବିଭାଗ ଏହି ଚଢାଉ କରିଥିଲା ସେଠାରେ ମଦରନ୍ଧା ଚାଲିଥିବା ସହ ପ୍ରଚୁର ମାତ୍ରାରେ ମହୁଲ ପୋଚ ରଖାଯାଇଥିବା ଦେଖି ଜବତ କରିବା ସହ ଅବକାରୀ ବିଭାଗ ଦ୍ଵାରା ଘଟଣାରେ ସମ୍ପୃକ୍ତ ଥିବା ସୀତା ହେମ୍ବ୍ରମକୁ ଗିରଫ କରାଯାଇଥିଲା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Apr 17, 2021, 10:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.