କେନ୍ଦୁଝର: ଆଜି ପବିତ୍ର ବିଜୟା ଦଶମୀ । ଚାରିଆଡେ ଭକ୍ତିମୟ ପରିବେଶ । ପୂଜା ପାଠ ଆରଧନାରେ କମ୍ପୁଛି ଶକ୍ତିପୀଠ । ଏପରି ଭାବେ କେନ୍ଦୁଝରର ମା ତାରିଣୀ ପୀଠରେ ବି ସମସ୍ତ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ଏହି ଅବସରରେ ମା’ ସୁନାବେଶରେ ଦର୍ଶନ ଦେଇଛନ୍ତି ।
ମା’ଙ୍କ ଏହି ଦୁର୍ଲଭ ସୁନା ବେଶ ଦର୍ଶନ କଲେ ବହୁ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଏଥିପାଇଁ ମା'ଙ୍କ ଗୋଟିଏ ଝଲକ ପାଇଁ ଦୁରଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି । ଭିଡ଼କୁ ନିୟନ୍ତ୍ରଣରେ ରଖିବା ଲାଗି ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ