କେନ୍ଦୁଝର: କାଠ ଖୁଣ୍ଟ ଭରସାରେ ଅଟକି ରହିଛି ବିଦ୍ୟୁତ୍ ଖୁଣ୍ଟ । ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ତିନି ମାସରୁ ଅଧିକ ଦିନ ହେଲାଣି ଏମିତି ଅବସ୍ଥାରେ ଚାଲିଛି ବିଦ୍ୟୁତ୍ ସେବା । ବନ୍ୟ ଜୀବଜନ୍ତୁ ଠାରୁ ଆରମ୍ଭ କରି ଗୃହପାଳିତ ପଶୁ ଏବଂ ଲୋକମାନଙ୍କ ପ୍ରତି ଭରି ରହିଛି ବିପଦ ।
![Nesco Company's Critical Policy, Wood poles in the hope of Electricity poles](https://etvbharatimages.akamaized.net/etvbharat/prod-images/od-kjr-01-hangingpole-pic-dry-7203607_26052020155253_2605f_1590488573_425.jpg)
ସେଇ ଆଖପାଖରେ ମଝିରେ ମଝିରେ ଯିବା ଆସିବା କରୁଛନ୍ତି ଜଙ୍ଗଲି ହାତୀ ପଲ । ଛଅ ସାତ ଫୁଟ ଉଚ୍ଚତାରେ ଝୁଲି ରହିଛି ଏଗାର କେଭି ବିଦ୍ୟୁତ୍ ତାର । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତ ପୁର ପଞ୍ଚାୟତ ନଇବୁଗା ଗାଁର ଜୁରିଆ ସାହି ଠାରେ ।
![Nesco Company's Critical Policy, Wood poles in the hope of Electricity poles](https://etvbharatimages.akamaized.net/etvbharat/prod-images/od-kjr-01-hangingpole-pic-dry-7203607_26052020155253_2605f_1590488573_317.jpg)
ନଇବୁଗା ଗାଁରୁ ସରଦାପଙ୍କ ଗାଁକୁ ଯାଇଥିବା ଏଗାର କେଭି ବିଦ୍ୟୁତ ତାର ଭୟଙ୍କର ଅବସ୍ଥାରେ ଝୁଲି ରହିଛି । ଏନେଇ ଅଭିଯୋଗ ପରେ ଅଭିଯୋଗ କରୁଥିଲେ ମଧ୍ୟ ଖୁଣ୍ଟ ପୋତିବାର ନାଁ ଧରୁନି ନେସ୍କୋ କମ୍ପାନୀ । କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।
![Nesco Company's Critical Policy, Wood poles in the hope of Electricity poles](https://etvbharatimages.akamaized.net/etvbharat/prod-images/od-kjr-01-hangingpole-pic-dry-7203607_26052020155253_2605f_1590488573_741.jpg)
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ