ଆନନ୍ଦପୁର: ଅସାବଧନତା ହେଲା କାଳ । ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଉଲିବସା ଗାଁରେ । ମୃତ ନାବାଳିକା ହେଲେ ସେହି ଗାଁର ରଘୁନାଥ ବିରୁଆଙ୍କ ଦଶ ବର୍ଷର ଝିଅ ରିତା ବରୁଆ ।
ସୂଚନା ଅନୁସାରେ, ମୃତ ରିତା ବୁଧବାର ସନ୍ଧ୍ୟାରେ ସାଙ୍ଗ ମାନଙ୍କ ସହିତ ଖେଳିସାରି ଗାଁ ପୋଖରୀକୁ ଗୋଡ ଧୋଇବାକୁ ଯାଇଥିଲା । ସେହି ସମୟରେ ଗୋଡ ଖସିଯିବାରୁ ପୋଖରୀ ଭିତରେ ବୁଡି ଯାଇଥିଲା । ପାଖରେ ଥିବା ଅନ୍ୟା ସାଙ୍ଗ ମାନେ ଗାଁ ଲୋକଙ୍କୁ ଡାକିବା ପରେ ବିଳମ୍ବିତ ରାତିରେ ତାକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ