ETV Bharat / state

ଆସନ୍ତା ଶିକ୍ଷା ବର୍ଷରୁ କେନ୍ଦୁଝରରେ ଆରମ୍ଭ ହେବ ମେଡିକାଲ ପାଠପଢା

author img

By

Published : Feb 28, 2021, 2:31 PM IST

ମୁଖ୍ୟ ଶାସନ ସଚିବଙ୍କ ଦୁଇ ଦିନିଆ କେନ୍ଦୁଝର ଗସ୍ତ । ଏହି ସମୟରେ ସେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଅଧିକ ପଢନ୍ତୁ...

ଆସନ୍ତା ଶିକ୍ଷା ବର୍ଷରୁ କେନ୍ଦୁଝରରେ ଆରମ୍ଭ ହେବ ମେଡିକାଲ ଶିକ୍ଷାଦାନ

କେନ୍ଦୁଝର: ମୁଖ୍ୟ ଶାସନ ସଚିବଙ୍କ ଦୁଇ ଦିନିଆ କେନ୍ଦୁଝର ଗସ୍ତ । ପ୍ରଥମ ଦିନରେ(ଶନିବାର) ଭାଗମୁଣ୍ଡା ସିଳ୍କ ପାର୍କ ଗସ୍ତ କରି ତାରିଣୀଙ୍କ ଦର୍ଶନ କରିଥିଲେ । ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାର ହଲରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ନଦୀବନ୍ଧ ଯୋଜନା ଓ ବାଧକ ସାଜିଥିବା ଜାତୀୟ ରାଜପଥ ନିର୍ମାଣ ହେବାକୁ ଥିବା ପୋଲ ଉପରେ ବିଶେଷ ସମୀକ୍ଷା କରିଛନ୍ତି । ଏହାକୁ ତୁରନ୍ତ ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜାତୀୟ ରାଜପଥ 20ର ଅସମ୍ପୂର୍ଣ୍ଣ ରାସ୍ତାକୁ ସମ୍ପୂର୍ଣ୍ଣ କରିବା ଓ ବହୁ ଚର୍ଚ୍ଚିତ ବେଲବହାଲି ପୋଲକୁ କିପରି କାର୍ଯ୍ୟକ୍ଷମ ହେବ ସେନେଇ ତାଗିଦ କରିଥିଲେ ।

ଏହା ସହ ଓମବାଡ଼ସି, ଡିଏମଏଫ ଅର୍ଥର ଖର୍ଚ୍ଚ ଉପରେ ସମୀକ୍ଷା କରିବା ସହ ଏହି ଅର୍ଥରେ ନିର୍ମାଣାଧୀନ କେନ୍ଦୁଝର ମେଡିକାଲ କଲେଜକୁ ପର୍ଯ୍ୟବେକ୍ଷଣ କରିଥିଲେ । ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ମେଡିକାଲ ଶିକ୍ଷାଦାନ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.