ETV Bharat / state

ମହାଶିବରାତ୍ରୀ: କୁଶଳେଶ୍ବର ମନ୍ଦିରରେ ଭକ୍ତଙ୍କ ଭିଡ - ଦେଓଗାଁର କୁଶଳେଶ୍ବର ମନ୍ଦିର

ଆନନ୍ଦପୁରର ସର୍ବପୁରାତନ ଶୈବପୀଠ ଦେଓଗାଁର କୁଶଳେଶ୍ବର ମନ୍ଦିରରେ ଜାଗର ପାଇଁ ଏଠାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

aa
କୁଶଳେଶ୍ବର ମନ୍ଦିରରେ ଭକ୍ତଙ୍କ ଭିଡ
author img

By

Published : Feb 21, 2020, 12:18 PM IST

ଆନନ୍ଦପୁର: ଜାଗର ପାଇଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଛି । ଆନନ୍ଦପୁର ଉପଖଣ୍ଡର ବାବା ଝାଡେଶ୍ବର, ଉତରେଶ୍ବର, କୁଣ୍ଡେଶ୍ବର ଶୀବ ମନ୍ଦିରରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଛି । ସେହିପରି ସର୍ବପୁରାତନ ଶୈବପୀଠ ଦେଓଗାଁର କୁଶଳେଶ୍ବର ମନ୍ଦିରରେ ଜାଗର ପାଇଁ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

କୁଶଳେଶ୍ବର ମନ୍ଦିରରେ ଭକ୍ତଙ୍କ ଭିଡ

ବ୍ୟାରିକେଡିଂର ବ୍ୟବସ୍ଥା ହେବା ସହ ଭୋର ୩ ଟାରୁ ଏଠାରେ ଠାକୁରଙ୍କ ପୂଜାବିଧି ସମ୍ପନ୍ନ ହେଇଥିଲା । ଆଳତୀ ପରେ ଭକ୍ତମାନେ ମହାଦେବଙ୍କ ଦର୍ଶନ କରି ଦୀପ ଧୂପ ଦେଇ ପୂଜାର୍ଚ୍ଚନା କରିଛନ୍ତି । ରାତି ୧୦ ଟା ୩୦ ମିନିଟରୁ ୧୧ଟା ମଧ୍ୟରେ ଠାକୁରଙ୍କର ମହାଦ୍ବୀପ ଉଠିବାର କାର୍ଯ୍ୟକ୍ରମ ଥିବା ମନ୍ଦିର ତରଫରୁ ସୂଚନା ଦିଆଯାଇଛି।

ଭକ୍ତମାନଙ୍କ ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ୍ , ସ୍କାଉଟ, ଗାଇଡ ତଥା ସାଇ କମିଟିର ସଦସ୍ୟଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି । ଏଠାରେ ଜାଗରଠାରୁ ଆରମ୍ଭ ହୋଇ 15 ଦିନ ବ୍ୟାପି ପ୍ରସିଦ୍ଧ କୁଶଳେଶ୍ବର ଜାଗରଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକମାନେ ଆସିବା ଆରମ୍ଭ ହୋଇଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.