ETV Bharat / state

ବଜ୍ରାଘାତରେ ବୃଦ୍ଧ ମୃତ, ଜୀବନ ପାଇଁ ଗୋବରରେ ପୋତିଲେ ପରିବାର - ବଜ୍ରାଘାତରେ ମୃତ

ଜୀବନ ଫେରି ଆସିବା ଭାବି ଗୋବରରେ ମୃତ ବ୍ୟକ୍ତିଙ୍କୁ ପୋତିଲେ ପରିବାର ଲୋକେ । ବଜ୍ରାଘାତରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଗୋବରରେ ପୋତିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 8, 2019, 8:45 PM IST

କେନ୍ଦୁଝର: ପାଟଣା ଥାନା ଅନ୍ତର୍ଗତ ମାଛଗଡ ପଞ୍ଚାୟତ ଦୁଧନାଳି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବଜ୍ରାଘାତରେ ମୃତ ବ୍ୟକ୍ତିକୁ ଗୋବରରେ ପୋତିଲେ ପରିବାର ଲୋକେ । ମୃତ ବ୍ୟକ୍ତିଙ୍କର ଜୀବନ ଫେରିଆସିବା ଆଶା ନେଇ ଏପରି କରିଛନ୍ତି ପରିବାର ସଦସ୍ୟ ।

ପ୍ରାଣରକ୍ଷା ପାଇଁ ଗୋବରରେ ପୋତିଲେ ପରିବାର ଲୋକେ

ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଦୁଧନାଳି ଗ୍ରାମର ପାଣ୍ଡୁ ମୁଣ୍ଡା ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ବଜ୍ରପାତ ହୋଇଥିଲା । ସେହି ସମୟରେ ସେଠାରେ ବସିଥିବା ପାଣ୍ଡୁ ଘଟଣାସ୍ଥଳରେ ଟଳି ପଡିଥିଲେ । ପରେ ପରିବାର ଲୋକେ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ ସୁଧା ତାହା ଲାଗିନଥିଲା ।

ଘଟଣା ପରେ କୌଣସି ଉପାୟ ନପାଇ ପରିବାର ସଦସ୍ୟ ମୃତ ବ୍ୟକ୍ତିକୁ ଗୋବର ମଧ୍ୟରେ ପୋତିଥିଲେ । ପରେ ଅଗ୍ନିଶମ ବାହିନୀ ସହାୟତାରେ କରଞ୍ଜିଆ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ବଜ୍ରାଘାତରେ ବୃଦ୍ଧ ମୃତ , ପ୍ରାଣରକ୍ଷା ପାଇଁ ପୋତିଲେ ଗୋବରରେ Body:
ଆଙ୍କର- କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମାଛଗଡ ପଞ୍ଚାୟତ ଦୁଧନାଳି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ୧୦୮ କୁ ଫୋନ ନଲାଗିବାରୁ ପ୍ରାଣରକ୍ଷା ପାଇଁ ବଜ୍ରାପାତରେ ମୃତ ବୃଦ୍ଧଙ୍କୁ ଗୋବର ଭିତରେ ପରିବାର ଲୋକ ପୋତିବା ଦୃଶ୍ୟ ଦେଖିବାକୁ ମିଳିଛି । ପରେ ଅଗ୍ନିଶମ ବାହୀନ ସହାୟତାରେ କରଞ୍ଜିଆ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ଦୁଧନାଳି ଗ୍ରାମର ପାଣ୍ଡୁ ମୁଣ୍ଡା ନିଜ ଘର ବାରଣ୍ଡାରେ ଥିବା ସମୟରେ ଘନଘନ ବଜ୍ରାପାତ ହୋଇଥିଲା । ଏହି ସମୟରେ ପାଣ୍ଡୁ ମୁଣ୍ଡା ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରାପାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.