ETV Bharat / state

ଜମିଜମା ବିବାଦ: ଅନ୍ତିମ ସଂସ୍କାର ପାଇଁ ଛାଡିଲେନି ମୃତଦେହ - ଅନ୍ତିମ ସଂସ୍କାର ପାଇଁ ଛାଡିଲେନି ମୃତଦେହ

ଜମିଜମା ବିବାଦ କାରଣରୁ ପଡୋଶୀ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଛାଡ଼ିନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଜମିଜମା ବିବାଦ: ଅନ୍ତିମ ସଂସ୍କାର ପାଇଁ ଛାଡିଲେନି ମୃତଦେହ

author img

By

Published : Mar 2, 2021, 8:27 AM IST

କେନ୍ଦୁଝର: ସାମାଜିକ ବାସନ୍ଦ କାରଣରୁ 8 ଘଣ୍ଟା ଧରି ପଡି ରହିଲା ଜଣେ ବ୍ୟକ୍ତିଙ୍କ ମୃତଦେହ । ତେବେ ଏଭଳି ଅମାନବିକ ଘଟଣା ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ଧୋବାଡ଼ିହାଠାରେ ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ।

ଜମିଜମା ବିବାଦ: ଅନ୍ତିମ ସଂସ୍କାର ପାଇଁ ଛାଡିଲେନି ମୃତଦେହ

ଜମିଜମା ପ୍ରସଙ୍ଗକୁ ନେଇ ଦୀର୍ଘ ଦିନରୁ ଗ୍ରାମର ଯଦୁମଣୀ ଓ ତାଙ୍କ ପରିବାରକୁ ସାହିରୁ ବାସନ୍ଦ କରାଯାଇଥିଲା । ସୋମବାର ଯଦୁମଣୀଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଅନ୍ତିମ ସତ୍କାର ପାଇଁ ପଡୋଶୀମାନେ ମୃତଦେହକୁ ଛାଡୁନଥିବା ଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଥିଲା । ତେବେ ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ଏହାପରେ ଅନ୍ତିମ ସତ୍କାର ପାଇଁ ମୃତଦେହକୁ ପଡୋଶୀ ଛାଡିଥିବା ବେଳେ ଶ୍ମଶାନକୁ ପଡୋଶୀ ଭାଇଙ୍କ 4 କାନ୍ଧ ମିଳିନଥିଲା । ଯଦୁମଣୀଙ୍କ ଜ୍ଞାତି କୁଟୁମ୍ବ ଓ ପରିବାର ଲୋକେ ଏକାଠି ହୋଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନ୍ତିମ ସତ୍କାର ପାଇଁ ନେଇଥିବା ଦେଖିବାକୁ ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.