କେନ୍ଦୁଝର: ବର୍ତ୍ତମାନ ସାରା ବିଶ୍ବରେ କରୋନା ପାଇଁ ଅସ୍ବାଭାବିକ ପରିସ୍ଥିତି ଉପୁଜିଛି । ଏହି ସମୟରେ କାମ ଧନ୍ଦା ବନ୍ଦ ହୋଇ ଯାଇଥିବାବେଳେ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ନୂତନ କାର୍ଯ୍ୟ ନିୟମ କରିଛନ୍ତି। ଏହା ସହ ଗତ ମେ 8 ତାରିଖ ରାଜ୍ୟ ସରକାର ସବୁଦିନ ଶ୍ରମିକଙ୍କ ଶ୍ରମ ଆଠଘଣ୍ଟା ରୁ ବାର ଘଣ୍ଟାକୁ ବୃଦ୍ଧି କରିଛନ୍ତି । ଏହି ନୂତନ ନିୟମକୁ ଗଣତାନ୍ତ୍ରିକ ଓ ଅଣସାମ୍ବିଧନିକ ପ୍ରକାଶ କରି ଶ୍ରମିକ ସଂଘ ମାନଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି ।
କେନ୍ଦୁଝର ଜିଲ୍ଲାରେ ଏହାକୁ ପ୍ରତିବାଦ କରି କେନ୍ଦ୍ରୀୟ ଟ୍ରେଡ଼ ଉନିୟନ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଆଇନକୁ ଯଥାଶୀଘ୍ର ସଂଶୋଧନ ସହ ପ୍ରବାସୀ ଙ୍କୁ ଓଡିଶା ଆଣିବା ଦାବି କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାର ଯୋଡ଼ା, ବଡ଼ବିଲ ଆଦି ସ୍ଥାନରେ ମଧ୍ୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ