ETV Bharat / state

ଗିନିଜ୍‌ ବୁକ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝରର ନନ୍ଦିଘୋଷ ରଥ

author img

By

Published : May 7, 2022, 9:07 AM IST

Updated : May 7, 2022, 9:44 AM IST

ବିଶ୍ୱର ସର୍ବୋଚ୍ଚ ରଥ ଭାବେ ମାନ୍ୟତା ପାଇ ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝରର ନନ୍ଦିଘୋଷ ରଥ । ଅଧିକ ପଢନ୍ତୁ

ଗିନିଜ୍‌ ବୁକରେ ରେକର୍ଡ କଲା କେନ୍ଦୁଝରର ନନ୍ଦିଘୋଷ ରଥ

କେନ୍ଦୁଝର: ଗିନିଜ୍‌ ବୁକରେ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝରର ରଥ । ଜିଲ୍ଲାର ଏକମାତ୍ର ରଥ ନନ୍ଦିଘୋଷ ଗିନିଜ୍‌ ବୁକ ରେକର୍ଡରେ ସ୍ଥାନ ପାଇଛି । ଏହି ରଥ ବିଶ୍ୱର ସର୍ବୋଚ୍ଚ ରଥ ଭାବେ ମାନ୍ୟତା ପାଇ ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । କେନ୍ଦୁଝର ଜିଲ୍ଲାର ବଳଦେବଜୀଉଙ୍କ ଏହି ରଥର ଉଚ୍ଚତା ୨୨ମିଟର ଥିବା ଗିନିଜ୍‌ ବୁକ ତାର ପ୍ରମାଣପତ୍ରରେ ଦର୍ଶାଇଛି । ଏନେଇ ଆଜି ବିଧିବଦ୍ଧ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଗିନିଜ୍‌ ବୁକ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝରର ନନ୍ଦିଘୋଷ ରଥ

ବଳଦେବଜୀଉଙ୍କ ମନ୍ଦିର ନିକଟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମାନ୍ୟତା ପାଇବା ନେଇ ଜିଲ୍ଲାପାଳ ଆଶିଷ ଠାକରେ ଘୋଷଣା କରିଛନ୍ତି । ଏହି ରଥ ବିଶ୍ୱର ସବୁଠୁ ବଡ଼ ରଥ ଭାବେ ପରିଚିତ ଥିବା ବେଳେ ଏହି ମାନ୍ୟତାକୁ ଆହୁରି ବଳିଷ୍ଠ କରିଛି । ପୂର୍ବରୁ ଜିଲ୍ଲାର ଏହି ରଥ ଏସିଆ ବୁକ, ଲିମକା ବୁକ ଆଦି ମାନ୍ୟତା ପାଇ ସାରିଛି । ଏହି ମାନ୍ୟତା ପରେ ଜିଲ୍ଲାବାସୀ ବେସ ଖୁସି ଅଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : May 7, 2022, 9:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.