ETV Bharat / state

କେନ୍ଦୁଝର ପରିଦର୍ଶନରେ ସିଇସି ଦଳ - କେନ୍ଦୁଝର ପରିଦର୍ଶନରେ ସିଇସି ଦଳ

କେନ୍ଦୁଝର ପରିଦର୍ଶନ କରି ବିକାଶର ସମୀକ୍ଷା କରିଛି ସିଇସି ଦଳ । ପାନୀୟ ଜଳ ବ୍ୟବସ୍ଥାଠାରୁ ଆରମ୍ଭ କରି ମମତା ଘର ଓ ଇନ୍ଦିରା ଆବାସ ବୁଲି ଦେଖିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 31, 2019, 4:09 AM IST

କେନ୍ଦୁଝର: ସର୍ବୋଚ୍ଚ ନ୍ୟାୟଳୟ ଦ୍ୱାରା ଗଠିତ ସିଇସିର ୩ ଜଣ ସଦସ୍ୟ ମଙ୍ଗଳବାର ସଂଧ୍ୟାରେ କେନ୍ଦୁଝରରେ ପହଁଚିଥିଲେ । ପି ଭି ଜୟକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ସଦସ୍ୟ ଅମରନାଥ ସେଠୀ ଓ ମହେନ୍ଦ୍ର ବ୍ୟାସ କେନ୍ଦୁଝର ଗସ୍ତରେ ଆସି ବୁଧବାର ଚମ୍ପୁଆ ସବଡିଭିଜନ ଅନ୍ତର୍ଗତ ମିରିଗିସିଙ୍ଗା ଗସ୍ତ କରିଛନ୍ତି । ସେଠାରେ ନିର୍ମାଣ ହେବାକୁ ଥିବା ବୃହତ ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି । ପରିଦର୍ଶନ ବେଳେ ପ୍ରକଳ୍ପ ସମ୍ବଦ୍ଧିତ ତଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସେଠାରେ ହେବାକୁ ଥିବା ଏହି ପାନୀୟ ଜଳ ପ୍ରକଳ୍ପର କ୍ଷମତା ୫୯ ଏମଏଲଡି ରହିଛି । ଏଥିରେ ଚମ୍ପୁଆ ବ୍ଲକର ୨୨ ଜିପି, ଝୁମ୍ପୁରା ବ୍ଲକରେ ୨୨ଜିପି, କେନ୍ଦୁଝରର ୨୫ ଜିପି , ବାଂଶପାଳର ୨୧ ଜିପିର ୫୮୯ ଗାଁକୁ ପାଇପ ଯୋଗେ ଵିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏଠାକାର ୭.୧ ଲକ୍ଷ ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ପାଇଁ ଡିଏମଏଫ ଓ ଓମବାଡସି ଫଣ୍ଡ ମାଧ୍ୟମରେ ୧୦୯୭.୦୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯୋଡ଼ାରୁ ଫେରି ସିଇସି କେନ୍ଦୁଝର ଜୁଡିୟା ଘାଟି ସ୍ଥିତ ପ୍ରକୃତି ନିବାସରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସିଇସି ଟିମ୍ ବାଂଶପାଳର ତଳକଇଁସାରି ଗ୍ରାମରେ ଡିଏମଏଫ ଦ୍ୱାରା ପରିଚାଳିତ ମମତା ଘର ସାଙ୍ଗକୁ ଏହି ପାଣ୍ଠିରୁ ନିର୍ମିତ ପାନୀୟ ଜଳ ଓ ଇନ୍ଦିରା ଆବାସ ବୁଲି ସମୀକ୍ଷା କରିଥିଲେ ।

ଏହି ଗ୍ରାମ ପରେ ଗୋନାସିକା ଠାରେ ଜଙ୍ଗଲ ବିଭାଗ ଦ୍ଵାରା ନିର୍ମିତ ଜଳ ସଂରକ୍ଷଣ ପ୍ରକଳ୍ପ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମିତ ଡିଜିଟାଲ ଡିସ୍ପେନସେରି ବୁଲି ସମୀକ୍ଷା କରିଥିଲେ । ଗସ୍ତ ସମୟରେ ଓମବାଡସିର ସିଇଓ ଉମା ନନ୍ଦୁରୀ, ଜିଏମ ମନୋଜ ମହାପାତ୍ର, ଜିଲ୍ଲାପାଳ, ଡିଏଫଓ ଓ ପିଡି ପ୍ରମୁଖ ଉପସ୍ଥିତ ରହିଥିଲେ । ସିଇସି ବୁଧବାର କେନ୍ଦୁଝର ସ୍ଥାନୀୟ ସର୍କିଟ ହାଉସରେ ରାତ୍ରି ଯାପନ ପରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଓମବାଡ଼ସି ଓ ଡିଏମଏଫ ଖର୍ଚ୍ଚର ସରଜମିନ ତଦନ୍ତ କଲେ ସିଇସି Body:ଆଙ୍କର- ସର୍ବୋଚ୍ଚ ନ୍ୟାୟଳୟ ଦ୍ୱାରା ଗଠିତ ସିଇସିର ୩ ଜଣ ସଦସ୍ୟ ମଙ୍ଗଳବାର ସଂଧ୍ୟାରେ କେନ୍ଦୁଝରରେ ପହଁଚିଥିଲେ । ପି ଭି ଜୟକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ସଦସ୍ୟ ଅମରନାଥ ସେଠୀ ଓ ମହେନ୍ଦ୍ର ବ୍ୟାସ କେନ୍ଦୁଝର ଗସ୍ତରେ ଆସି ଆଜି ଚମ୍ପୁଆ ସବ୍ଡିଭିଜନ ଅନ୍ତର୍ଗତ ମିରିଗିସିଙ୍ଗା ଗସ୍ତ କରିଛନ୍ତି। ଏଠାରେ ନିର୍ମାଣା ହେବାକୁ ଥିବା ବୃହତ ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି । ପରିଦର୍ଶନ ବେଳେ ପ୍ରକଳ୍ପ ସମ୍ବଦ୍ଧିତ ତଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ହେବାକୁ ଥିବା ଏହି ପାନୀୟ ଜଳ ପ୍ରକଳ୍ପର କ୍ଷମତା ୫୯ ଏମଏଲଡି ରହିଛି ।ଏଥିରେ ଚମ୍ପୁଆ ବ୍ଲକର ୨୨ ଜିପି, ଝୁମ୍ପୁରା ବ୍ଲକରେ ୨୨ଜିପି, କେନ୍ଦୁଝରର ୨୫ ଜିପି , ବାଂଶପାଳର ୨୧ ଜିପିର ୫୮୯ ଗାଁକୁ ପାଇପ ଯୋଗେ ଵିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏଠାକାର
୭.୧ ଲକ୍ଷ ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ପାଇଁ ଡି ଏମ ଏଫ ଓ ଓମବାଡସି ଫଣ୍ଡ ମାଧ୍ୟମରେ୧୦୯୭.୦୪ କୋଟି ଟଙ୍କା ଖର୍ଚ କରାଯିବାକୁ ଅଟକଳ କରାଯାଇଛି ।ଯୋଡ଼ା ରୁ ଫେରି ସିଇସି କେନ୍ଦୁଝର ଜୁଡିୟା ଘାଟି ସ୍ଥିତ ପ୍ରକୃତି ନିବାସରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସିଇସିଟିମ ବାଂଶପାଳର ତଳକଇଁସାରି ଗ୍ରାମରେ ଡିଏମଏଫ ଦ୍ୱାରା ପରିଚାଳିତ ମମତା ଘର ସାଙ୍ଗକୁ ଏହି ପାଣ୍ଠିରୁ ନିର୍ମିତ ପାନୀୟ ଜଳ ଓ ଇନ୍ଦିରା ଆବାସ ବୁଲି ସମୀକ୍ଷା କରିଥିଲେ । ଏହି ଗ୍ରାମ ପରେ ଗୋନାସିକା ଠାରେ ଜଙ୍ଗଲ ବିଭାଗ ଦ୍ଵାରା ନିର୍ମିତ ଜଳ ସଂରକ୍ଷଣ ପ୍ରକଳ୍ପ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମିତ ଡିଜିଟାଲ ଦିସ୍ପେନନ୍ସେରି ବୁଲି ସମୀକ୍ଷା କରିଥିଲେ ।ଗସ୍ତ ସମୟରେ ଓମବାଡସିର ସିଇଓ ଉମା ନନ୍ଦୁରୀ, ଜିଏମ ମନୋଜ ମହାପାତ୍ର, ଜିଲ୍ଲାପାଳ, ଡିଏଫଓ ଓ ପିଡି ପ୍ରମୁଖ ଉପସ୍ଥିତ ରହିଥିଲେ ।ସିଇସି ଆଜି କେନ୍ଦୁଝର ସ୍ଥାନୀୟ ସର୍କିଟ ହାଉସରେ ରାତ୍ରି ଯାପନ ପରେ ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.