ETV Bharat / state

କାଳୀପୂଜା ପାଇଁ ଚଳଚଞ୍ଚଳ କେନ୍ଦୁଝର, ଜମୁଛି ମୀନାବଜାର - ସଜେଇ ହୋଇଛି କେନ୍ଦୁଝର ସହର

କେନ୍ଦୁଝରରେ ଧୁମଧାମରେ ଚାଲିଛି କାଳୀପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରା ସହର । ଅଧିକ ପଢ଼ନ୍ତୁ

କାଳୀପୂଜା ପାଇଁ ଚଳଚଞ୍ଚଳ କେନ୍ଦୁଝର, ମନମୋହିବ ମୀନାବଜାର

author img

By

Published : Oct 27, 2022, 8:39 AM IST

କେନ୍ଦୁଝର: କେନ୍ଦୁଝର ସହରରେ ଧୁମଧାମରେ ଚାଲିଛି କାଳୀପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରା ସହର । ମହାମାରୀ କୋରୋନା କଟକଣା ଯୋଗୁଁ ଗତ ୨ବର୍ଷ ଧରି ପରଦା ଆଢୁଆଳରେ ପୂଜାର୍ଚ୍ଚନା କେବଳ ବିଧିମୁତାବକ ଅନୁଷ୍ଠିତ ହେଉଥିଲା । ହେଲେ ଚଳିତବର୍ଷ କଟକଣା ପ୍ରତ୍ୟାହାର ପରେ ସାର୍ବଜନୀନ ପୂଜାତ୍ସବ ପାଳନ ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି ।

କାଳୀପୂଜା ପାଇଁ ଚଳଚଞ୍ଚଳ କେନ୍ଦୁଝର, ମନମୋହିବ ମୀନାବଜାର

ମା’କାଳୀଙ୍କ ପୂଜାତ୍ସୋବ ପାଇଁ ସଜେଇ ହୋଇଛି କେନ୍ଦୁଝର ସହର । ପୂଜାକୁ ଧୂମଧାମରେ ପାଳନ କରିବା ପାଇଁ ମା'ଙ୍କ ଶକ୍ତିପୀଠ ଠାରୁ ଆରମ୍ଭ କରି ପୂଜାମଣ୍ଡପ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ହୋଇଛି । ସହରର କାଳିପଡିଆ ସ୍ଥିତ କାଳୀତୀର୍ଥ ପୂଜା କମିଟି, ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖ ମା’ କାଳୀପୂଜା କମିଟି ଓ କାଶୀପୁର ଶ୍ମଶାନକାଳୀ ପୂଜା କମିଟିର ପୂଜାମଣ୍ଡପରେ ପୂଜା ପାଉଛନ୍ତି ମା'। ସୁଦୃଶ୍ୟ ତୋରଣ ସାଙ୍ଗକୁ ମା’ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ଏବଂ ଆଲୋକ ସାଜସଜ୍ଜା ସହ ପୂଜାତ୍ସୋବ ଧୂମଧାମରେ ପାଳିତ ହେଉଛି ।

ରାଜାରାଜୁଡା ଅମଳରୁ କେନ୍ଦୁଝରର ଏକ ପ୍ରମୁଖ ପର୍ବ ଭାବେ କାଳୀପୂଜା ବେଶ ଧୁମଧାମରେ ପାଳିତ ହୋଇଥାଏ । ତେବେ ଚଳିତ ବର୍ଷ କାଳୀପୂଜା ୮୨ବର୍ଷରେ ପଦାର୍ପଣ କରିଛି । ଏହି କ୍ରମରେ ବାଣେଶ୍ବର ମହେଶ ସାଂସ୍କୃତିକ କମିଟି ପକ୍ଷରୁ ସ୍ଥାନୀୟ କାଳୀପଡିଆରେ ମୀନାବଜାର ଆୟୋଜନ ସହ ଖାଦ୍ୟ ଓ ହସ୍ତଶିଳ୍ପ ମେଳାର ଆୟୋଜନ କରାଯାଇଛି ।

ସେହିପରି ୨୬ରୁ(ଗତକାଲି) ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅପେରାର ଆୟୋଜନ କରାଯାଇଛି । ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖସ୍ଥ ମା’କାଳୀପୂଜା କମିଟି ପକ୍ଷରୁ ଆୟୋଜିତ ପୂଜାରେ ରୂପାରେ ନିର୍ମିତ ମା'ଙ୍କ ମୁକୁଟ ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରୁଛି । ଏଠାରେ ମଧ୍ୟ ମୀନାବଜାର, ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ସମେତ ହୋଟେଲ ବ୍ୟବସାୟୀଙ୍କ ପକ୍ଷରୁ ଖାଦ୍ୟ ମେଳାର ଆୟୋଜନ କରାଯାଇଛି। ଯାହା ପୂଜା ବଜାରକୁ ଅଧିକ ସରଗରମ କରିଛି ।

ଅନ୍ୟପକ୍ଷରେ କାଶୀପୁର ଶ୍ମଶାନ କାଳୀପୂଜା ଚଳିତବର୍ଷ ୩୫ବର୍ଷରେ ପଦାର୍ପଣ କରିଛି । ପୂଜାକୁ କିଭଳି ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ କରାଯିବ ସେନେଇ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଆୟୋଜକ ପୂଜା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ନିଶ୍ଚିତ କରାଯାଇଛି । ଏନେଇ କାଳୀତୀର୍ଥ ପୂଜା କମିଟି ସମ୍ପାଦକ ଦୀପକ ମିଶ୍ର କହିଛନ୍ତି, ''ଆଜିଠୁ ମୀନାବଜାର ଆରମ୍ଭ ହୋଇଛି । ଯାହାକୁ ନେଇ ଖୁବ ଖୁସି ଅଛନ୍ତି ସ୍ଥାନୀୟ ବାସିନ୍ଦା । ଏହା 11ଦିନ ଚାଲିବ । ନଭେମ୍ବର 4ତାରିଖ ହେଉଛି ଶେଷ । ପ୍ରଥମ 4ଦିନ ପାର୍ବତ୍ୟ ଗଣନାଟ୍ୟ ଅପେରା କରୁଛି''।

ଇଟିଭି ଭାରତ,କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.