ETV Bharat / state

କେନ୍ଦୁଝର ଟ୍ରକ ମାଲିକ ସଙ୍ଘର ନିର୍ବାଚନ ପାଇଁ ବିକ୍ଷୋଭ

author img

By

Published : Aug 10, 2022, 11:08 PM IST

Updated : Aug 11, 2022, 8:56 AM IST

କେନ୍ଦୁଝର ଟ୍ରକ ମାଲିକ ସଙ୍ଘର ଧାରଣା । ସଙ୍ଘ ନିର୍ବାଚନ ନେଇ ସୃଷ୍ଟି ହେଲା ବିବାଦ । ଅଧିକ ପଢ଼ନ୍ତୁ

ନିର୍ବାଚନ ପାଇଁ ଶହଶହ ଟ୍ରକ ମାଲିକଙ୍କ ବିକ୍ଷୋଭ

କେନ୍ଦୁଝର : ରାଜ୍ୟର ବିତ୍ତଶାଳୀ ଓ ପ୍ରଭାବୀ ଟ୍ରକ ମାଲିକ ସଙ୍ଘ ଭାବେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପରିଚିତ । ଏହି ଟ୍ରକ ମାଲିକ ସଙ୍ଘ ନିର୍ବାଚନ ନେଇ ବିବାଦ ସୃଷ୍ଟି ହୋଇଛି । ଏନେଇ ଦୁଇ ପକ୍ଷ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ହେଲେ କିଛି ସମାଧାନ ନହେବାରୁ ଆଜି ଶତାଧିକ ସଦସ୍ୟ ଜିଲ୍ଲା ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ବର୍ତ୍ତମାନ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଅବଧି ସରିଯାଇଥିଲେ ହେଁ ନୂତନ ନିର୍ବାଚନ କରିବାକୁ ଅମଙ୍ଗ ହେଉଥିବା ସଦସ୍ୟ ଅଭିଯୋଗ କରିଥିଲେ । ସମସ୍ତ ସଦସ୍ୟ ଯଥାଶୀଘ୍ର ନିର୍ବାଚନ କରି ନୂତନ କର୍ମକର୍ତ୍ତା ବାଛିବାକୁ ଅଡ଼ି ବସିଥିଲେ । ଏନେଇ ସଦସ୍ୟଙ୍କ ଏକ ପ୍ରତିନିଧିଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ । ପ୍ରଶାସନ ପକ୍ଷରୁ ନିର୍ଭର ପ୍ରତିଶୃତି ନମିଳିବାରୁ ଶହଶହ ସଦସ୍ୟ ରାସ୍ତାରୋକ କରିଥିଲେ । ବହୁ ସମୟ ରାସ୍ତାଜାମ ହେବାରୁ ପ୍ରଶାସନ ଅଗଷ୍ଟ ୧୫ ପରେ ନିର୍ବାଚନ କରିବାକୁ ପ୍ରତିଶୃତି ଦେଇଥିଲା । ଏହାପରେ ରାସ୍ତାରୋକ ହଟିଥିଲା ।

ଇଟିଭି ଭାରତ, କେନ୍ଦୁଝର

Last Updated : Aug 11, 2022, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.