ETV Bharat / state

ଝୁଲି ରହିଛି ମୃତ୍ୟୁର ଫାଶ, ଆଖି ବୁଜିଛି ପ୍ରଶାସନ - କେନ୍ଦୁଝର

ରାଜ୍ୟରେ କେଉଁଠି ବିଦ୍ୟୁତ ତାର ଝୁଲିରହିଛି ତ' କେଉଁଠି ଖୁଣ୍ଟି ଉପୁଡି ଗଲାଣି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗାଁରେ ଦେଖିବାକୁ ମିଳିଛି ସମାନ ପରିସ୍ଥିତି । ଅଧିକ ପଢନ୍ତୁ...

keonjhar
ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Feb 10, 2020, 7:55 PM IST

ଆନନ୍ଦପୁର: ରବିବାର ଗଞ୍ଜାମ ଜିଲ୍ଲାରେ 11କେଭି ବିଦ୍ୟୁତ ତାର ଲାଗି 10 ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ଏଭଳି ପରିସ୍ଥିତି କେବଳ ଗଞ୍ଜାମରେ ନୁହେଁ ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ ସ୍ଥିତି । କେଉଁଠି ବିଦ୍ୟୁତ ତାର ଝୁଲିରହିଛି ତ' କେଉଁଠି ଖୁଣ୍ଟି ଉପୁଡି ଗଲାଣି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗାଁରେ ଦେଖିବାକୁ ମିଳିଛି ସମାନ ପରିସ୍ଥିତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଘର ଦେଇ ଯାଇଛି ହାଇଭୋଲଟେଜ୍ ତାର ପୁଣି ଖୁଣ୍ଟି ମଧ୍ୟ ନଇଁ ଗଲାଣି । ଅନ୍ୟପକ୍ଷେ ଗୋଟିଏ ବିଦ୍ୟୁତ ଖୁଣ୍ଟିରେ ଛନ୍ଦି ହୋଇ ରହିଛି ଅନେକ ତାର । ଅନେକ ଥର ଗାଁ ଲୋକେ ତାର ଲାଗି ଆହତ ମଧ୍ୟ ହୋଇଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର କହିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏସମ୍ପର୍କରେ ଆନନ୍ଦପୁର ନେସ୍କୋ ୟୁଟିଲିଟି ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ମାତ୍ର ସେ 80 ପ୍ରତିଶତ ସମସ୍ୟାର ସମାଧାନ ହୋଇଥିବା ବେଳେ ଯଥାଶୀଘ୍ର ବାକି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:1002_Hanging wire_avo_anandapur

ଆଙ୍କର-ଦୁର୍ଘଟଣା ଘଟିବା ପରେ ମଧ୍ୟ ଚେତୁନି ବିଦ୍ୟୁତ୍ ବିଭାଗ ।ଗତକାଲିର ବସରେ ବିଦ୍ୟୁତ୍ ତାର ଲାଗି 11ଜଣଙ୍କ ମୃତ୍ୟୁ ପରେ ମଧ୍ୟ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଝୁଲି ରହିଥିବା ନଜରକୁ ଆସିଛି ।ଘସିପୁରା ବ୍ଲକ କେଶଦୁରାପାଳ ଗାଁରେ ରହିଛି ଏପରି ସମସ୍ୟା ।କେଉଁଠି ବିଦ୍ୟୁତ୍ ତାର ରାସ୍ତାରେ ଝୁଲି ରହିଛି ତ ଅନ୍ୟ କେଉଁଠି ଘର ଉପରେ ଆସନ୍ନ ବିପଦକୁ ଆମନ୍ତ୍ରଣ କରୁଛି ।ଅନ୍ୟ କେଉଁଠି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିବା ଅବସ୍ଥାରେ ରହିଛି ।ଆଉ କେଉଁଠି ବାଉଁଶ ଖୁଣ୍ଟରେ ବନ୍ଧା ହୋଇଛି ବିଦ୍ୟୁତ୍ ତାର ।ଘରକୁ ଲାଗି ବିଦ୍ୟୁତ୍ ତାର ଯାଇଥିବା ବେଳେ,ବାରମ୍ବାର କହି ମଧ୍ୟ ଶୁଣୁ ନାହାଁନ୍ତି ବିଭାଗୀୟ କର୍ମଚାରୀ ।ଜିଲ୍ଲାର ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଝୁଲି ପଡି ଭାଙ୍ଗିବା ସ୍ଥିତିରେ ରହିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଗୋଚର ହେଉ ନାହିଁ ।ଏସମ୍ପର୍କରେ ଆନନ୍ଦପୁର ନେସ୍କୋ ୟୁଟିଲିଟି ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।80ପ୍ରତିଶତ ସମସ୍ୟାର ସମାଧାନ ହୋଇଥିବା ବେଳେ,ଯଥାଶୀଘ୍ର ବାକି ସମସ୍ୟାର ସମାଧାନ ହେବ ବୋଲି ସେ ସଫେଇ ଦେଇଛନ୍ତି ।

ବାଇଟି-୧-କୁଳମଣି ଜେନା,ବାସିନ୍ଦା,କେଶଦୁରାପାଳ
ବାଇଟି-୨-ଉର୍ମିଳା ପାଣିଗ୍ରାହୀ,ବାସିନ୍ଦା କେଶଦୁରାପାଳ
ବାଇଟି-୩-ଭଜନା ସାହୁ,ବାସିନ୍ଦା,କେଶଦୁରାପାଳ

(ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ)Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.