ETV Bharat / state

ବିବାହ ବିଳମ୍ବ ହେବାରୁ ଆତ୍ମହତ୍ୟା କଲେ ଯୁବତୀ, ତଦନ୍ତ ଜାରି

author img

By

Published : Nov 3, 2019, 10:26 PM IST

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣ୍ଡୁଆରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିବାହ କରାଇବାରେ ପୁଅ ଘର ଲୋକେ ଡେରି କରିବାରୁ ଭାରସାମ୍ୟ ହରାଇ ଯୁବତୀଙ୍କ ଆତ୍ମହତ୍ୟା ସନ୍ଦେହ । ଅଧିକ ଖବର ପଢନ୍ତୁ...

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଆନନ୍ଦପୁର: ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣ୍ଡୁଆ ଗାଁରେ ଘଟିଛି । ତେବେ ମୃତ ଯୁବତୀ ଜଣକ ହେଲେ ଆନନ୍ଦପୁର ପୌରାଞ୍ଚଳର ବିନୋଦ ଦାସଙ୍କ ଝିଅ ସ୍ନେହଲତା ।

ସୂଚନା ଅନୁସାରେ, ସ୍ନେହଲତାଙ୍କ ପଣ୍ଡୁଆ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଦେଢମାସ ପୂର୍ବରୁ ନିଜ ଘରକୁ ସ୍ନେହଲତାଙ୍କୁ ନେଇଯାଇଥିଲେ ସଂପୃକ୍ତ ଯୁବକ । ହେଲେ ଏ ପର୍ଯ୍ୟନ୍ତ ଉଭୟଙ୍କ ବିବାହ ହୋଇନଥିଲା । ସ୍ନେହଲତାଙ୍କ ଆଖିକୁ ସମ୍ପୂର୍ଣ୍ଣ ଭାବେ ଦେଖାଯାଏ ନାହିଁ ।

ଗତ କିଛିଦିନ ହେବ ଯୁବକ ଜଣଙ୍କ କାମରେ ବାହାରକୁ ଯାଇଥିବାବେଳେ ସ୍ନେହଲତା ଘରେ ସଂପୃକ୍ତ ଯୁବକଙ୍କ ବାପା ଏବଂ ମାଙ୍କ ସହ ରହୁଥିଲେ । ଶନିବାର ରାତିରେ ଖାଇସାରିବା ପରେ ଘରର ସମସ୍ତେ ଶୋଇଯାଇଥିଲେ । ହେଲେ ସକାଳୁ କବାଟ ନଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ସ୍ନେହଲତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।

ତେବେ ବିବାହ କରାଇବାରେ ପୁଅ ଘର ଲୋକେ ଡେରି କରିବାରୁ ସ୍ନେହଲତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତାଙ୍କ ମା’ ଶକୁନ୍ତଳା ଅଭିଯୋଗ କରିଛନ୍ତି । ଆନନ୍ଦପୁର ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣ୍ଡୁଆ ଗାଁରେ ଘରଭିତରୁ ଜଣେ ଯୁବତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଆନନ୍ଦପୁର ପୌରାଞ୍ଚଳ ୩ନଂ ଓ୍ବାର୍ଡ ଡାହାଣୀ ଗଡିଆ ସାହିର ବିନୋଦ ଦାସଙ୍କ ଝିଅ ସ୍ନେହଲତା । ସ୍ନେହଲତାଙ୍କୁ ପଣ୍ଡୁଆ ଗାଁର ଜଣେ ଯୁବକ ପ୍ରେମ କରୁଥିଲେ । ଦେଢମାସ ତଳେ ନିଜ ଘରକୁ ସ୍ନେହଲତାଙ୍କୁ ନେଇଯାଇଥିଲେ ସଂପୃକ୍ତ ଯୁବକ । ହେଲେ ଏ ପର୍ଯ୍ୟନ୍ତ ଉଭୟଙ୍କ  ବିବାହ ହୋଇନଥିଲା । ସ୍ନେହଲତାଙ୍କର ଆଖିକୁ ସମ୍ପୂର୍ଣ୍ଣ ଭାବେ ଦେଖାଯାଏ ନାହିଁ । ଗତ କିଛିଦିନ ହେବ ଯୁବକ ଜଣଙ୍କ କାମରେ ବାହାରକୁ ଯାଇଥିବାବେଳେ ସ୍ନେହଲତା ଘରେ ସଂପୃକ୍ତ ଯୁବକଙ୍କ ବାପା ଏବଂ ମାଙ୍କ ସହ ରହୁଥିଲେ ।ଗତକାଲି ରାତିରେ ଖାଇସାରିବା ପରେ ଘରର ସମସ୍ତେ ଶୋଇଯାଇଥିଲେ । ହେଲେ ସକାଳୁ କବାଟ ନଖୋଲିବାରୁ  କବାଟ ଭାଙ୍ଗି ଦେଖିବା ବେଳକୁ ସ୍ନେହଲତା ନିଜ ଓଡଣୀରେ ରଶି ଲଗାଇ ଝୁଲିପଡିଛନ୍ତି । ତେବେ ବିବାହ କରାଇବାରେ ପୁଅ ଘର ଲୋକେ ଡେରି କରିବାରୁ ସ୍ନେହଲତା ମାନସିକ ଭାରସାମ୍ୟ ହରାଇ  ଆତ୍ମହତ୍ୟା କରିଥିବା ତାଙ୍କ ମା’ ଶକୁନ୍ତଳା ଅଭିଯୋଗ କରିଛନ୍ତି । ଆନନ୍ଦପୁର ପୋଲିସ  ମୃତଦେହ ଜବତ କରି ତଦନ୍ତ ଚଳାଇଛି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.