ETV Bharat / state

ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି: ବୈତରଣୀ ପୋଲ ଉପରେ ଚାଲିଲା ପାଣି

କେନ୍ଦୁଝର ଜିଲ୍ଲାରେ ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ପୁରପଲ୍ଲୀ ପୌରପାଳିକା ଅଞ୍ଚଳର ଅଧିକାଂଶ କଲୋନୀରେ ପାଣି ପଶି କୃତ୍ରିମ ବନ୍ୟାର ରୂପ ସୃଷ୍ଟି କରିଛି । ଅଧିକ ଖବର ପଢନ୍ତୁ...

ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି; ବୈତରଣୀ ପୋଲ ଉପରେ ଚାଲିଲା ପାଣି

author img

By

Published : Aug 26, 2020, 9:52 PM IST

Updated : Aug 26, 2020, 10:50 PM IST

କେନ୍ଦୁଝର: ଜିଲ୍ଲାରେ ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ପୁରପଲ୍ଲୀ ପୌରପାଳିକା ଅଞ୍ଚଳର ଅଧିକାଂଶ କଲୋନୀରେ ପାଣି ପଶି କୃତ୍ରିମ ବନ୍ୟାର ରୂପ ସୃଷ୍ଟି କରିଛି । ଡ୍ରେନେଜର ଵ୍ୟଵସ୍ଥା ଠିକ ନଥିବାରୁ ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ଲୋକମାନେ ମୋଟର ଲଗାଇ ଜଳ ନିଷ୍କାସନ କରୁଥିବାବେଳେ କେଉଁଠି ଅଗ୍ନିଶମ ବିଭାଗ ଆଉ କେଉଁଠି ଲୋକ ନିଜେ ହାଣ୍ଡି କଡେଇ ଧରି ପାଣି ବୋହୁଥିବା ଦେଖାଯାଇଥିଲା ।

ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି; ବୈତରଣୀ ପୋଲ ଉପରେ ଚାଲିଲା ପାଣି

ସେହିପରି ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ମଧ୍ୟ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାରେ ଏପରି ପାଣି ଚାଲୁଛି ଯେ, ଯେମିତି ଏକ କୃତ୍ରିମ ନଈ ସୃଷ୍ଟି ହୋଇଥବାର ଭ୍ରମ ସୃଷ୍ଟି କରୁଛି । ବହୁ ଅଞ୍ଚଳରେ ପୋଲ ଉପରେ 3ରୁ 4 ଫୁଟ ଉପରେ ପାଣି ଚାଲୁଥିବାବେଳେ ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଆଦି ବ୍ଲକର ବହୁ ଅଞ୍ଚଳ ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି ।

ଏହି ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ବଢିବାରୁ କେନ୍ଦୁଝର-ମୟୂରଭଞ୍ଜ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । 49 ନଂ ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ 4 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । କୋଲକାତାରୁ ବମ୍ବେକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହଶହ ଗାଡି ଛିଡା ହୋଇ ରହିଛି । ଏହା ଫଳରେ ଉକ୍ତ ଦୁଇ ରାସ୍ତାରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପୋଲ ଉପରେ ବନ୍ୟା ଜଳ ଦେଖିବାକୁ ସ୍ଥାନୀୟ ଜନସାଧାରଣଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଏହାକୁ ଆୟତ୍ତ କରିବା ପାଇଁ ପୋଲିସ ମଧ୍ୟ ସଜାଗ ଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Aug 26, 2020, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.