ETV Bharat / state

ନିଆଁରେ ଜଳିଗଲା 3 ବଖରା ଘର, କୁକୁଡା ଓ ଛେଳି ଜୀବନ୍ତ ଦଗ୍ଘ - kenjhar basantpura village fire breakout news

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ଗାଁରେ ନିଆଁ ଲାଗି 3 ବଖରା ଘର ସହ କିଛି କୁକୁଡା ଓ ଛେଳି ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ନିଆଁ ଲାଗି ଜଳିଗଲା 3 ବଖରା ଘର
ନିଆଁ ଲାଗି ଜଳିଗଲା 3 ବଖରା ଘର
author img

By

Published : Dec 27, 2020, 1:18 PM IST

ଆନନ୍ଦପୁର: ନିଆଁ ଲାଗି ଜଳି ପାଉଁଶ ହେଲା 3 ବଖରା ଘର । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ଗାଁରେ ନିଆଁ ଲାଗି 3 ବଖରା ଘର ସହ କିଛି କୁକୁଡା ଓ ଛେଳି ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି ।

ନିଆଁ ଲାଗି ଜଳିଗଲା 3 ବଖରା ଘର

ଏଥିସହିତ ଘରର ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ, ଶୀତ କାକରରେ 10ଜଣ ଅଗ୍ନିବିପନ୍ନ ଏବେ ଖୋଲା ଆକାଶ ତଳେ ପଡି ରହିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ 10ଟା ସମୟରେ ଗାଁର ମକରା ଜେନା ଓ ଗଣ୍ଡେଇ ଜେନାଙ୍କ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ପଡୋଶୀମାନେ ନିଆଁକୁ ଲିଭାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ 3 ବଖରା ଘର ଜଳିପୋଡି ପାଉଁଶ ହୋଇ ଯାଇଥିଲା ।

ଏଥିସହିତ ଘରେଥିବା ଲକ୍ଷାଧିକ ଟଙ୍କାର ଅମଳ ଧାନ ମଧ୍ୟ ଜଳିଯାଇଛି । ପରେ ଖବର ପାଇ ଘସିପୁରାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏପଟେ ନିଆଁ ଲାଗିବାର କାରଣ ଅସ୍ପଷ୍ଠ ଥିବାବେଳେ ଅଗ୍ନିବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.